ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

"ଅଳ୍ପ ସମୟ ପରେ ସେକ୍ରେଟାରୀ ଗଙ୍ଗାଧର ବାବୁ ସ୍କୁଲରେ ଆସି ପହଶ୍ଚିଲେ । ସ୍କୁଲ୍ ବିଷୟରେ ସେ ଏତେ ଉତ୍କଣ୍ଠିଥିଲେ ଯେ, ଦିପ୍ରହରରେ ସେଦିନ ବିଶ୍ରାମ ନକରି ଇନପେକ୍ଟରଙ୍କୁ ତାଙ୍କ ବସାଠାରେ ଅପେକ୍ଷା କରି ବସିଥିଲେ ଏବଂ ତାଙ୍କ ମତାମତ ଶୁଣିବା ପରେ ଆନନ୍ଦର ଆତିଶଯ୍ଯରେ ଆମ୍ବମାନଙ୍କୁ ତାହା ଜଣାଇବା ପାଇଁ ସ୍କୁଲ୍ ପର୍ଯ୍ଯନ୍ତ ଚାଲିଆସିଥିଲେ । ଏସ୍, ରାୟଙ୍କଠାରୁ ସ୍କୁଲ୍ ବିଷୟରେ ପଦେ ଭଲ କଥା ଶୁଣିବେ ବୋଲି ତାଙ୍କର ବିଶ୍ୱସ ନଥିଲା। କିନ୍ତୁ ଇନ୍ସପେକ୍ଟର ବିଦ୍ଯାଳୟ ପରିଦର୍ଶନରେ ଅତ୍ଯନ୍ତ ସନ୍ତୋଷଲାଭ କରିଥିବା ପ୍ରକାଶ କରିବାକୁ ତାଙ୍କର ପୂର୍ବର ଆଶଙ୍କା ଦୂରୀଭୁତ ହେଲା। ମୋତେ ପ୍ରଶଂସା କରି ଏବଂ ସେଦିନ ଚାରିଟା ବେଳକୁ ତାଙ୍କ ବାସଭବନକୁ ଯିବାକୁ କହି ସେ ଆମ୍ଭମାନଙ୍କ ପାଖରୁ ବିଦାୟ ନେଲେ।"


ଇନ୍ସ୍ ପେକ୍ଟର ତାଙ୍କର ପରିଦର୍ଶନ ମନ୍ତବ୍ଯରେ ବିଦ୍ଯାଳୟର ପୂ୍ର୍ବ ଦୁରବସ୍ଥା ଓ ରାମକୃଷ୍ଣ ବାବୁ ଆସିବା ପରେ ବିଭିନ୍ନ ଦିଗରେ ତା'ର ଯଥେଷ୍ଟ ଉନ୍ନତି ବିଷୟ ଉଲ୍ଲେଖ କରି ତାଙ୍କ କାର୍ଯ୍ଯକଳାପରୁ ଖୁବ୍ ପ୍ରଶଂସା କରିଥିଲେ। ଏହିପରି ରାମକୃଷ୍ଣ ବାବୁଙ୍କ ପ୍ରଗାଢ କର୍ତ୍ତବ୍ଯନିଷ୍ଠା ଫଳରେ ବିଦ୍ଯାଳୟଟିର ସୁନାମ ବଢିଯାଇଥିଲା ଏବଂ ଏହି ମ୍ଯାନେଜିଂ କମେଟି, ସହକର୍ମୀ , ଶିକ୍ଷକ ଓ ଛାତ୍ର ସମାଜର ସହଯୋଗ ସାଧୀତ ହୋଇପାରିଲା ବୋଲି ରାମକୃଷ୍ଣ ବାବୁ କହନ୍ତି। ସେ ନିଜେ ସମସ୍ତଙ୍କର ଆଦର୍ଶ ହୋଇଥିଲା। "ଉପଦେଶ ଅପେକ୍ଷା ଉଦାହରଣ ଭଲ (Exmpale is better than abvice) ଏହା ସେ ନିଜ ଜିବନରେ ଦେଖାଇଥିଲେ। ତାଙ୍କର ଊଚ୍ଚ ଗଣତାନ୍ତ୍ରିକ ଓ ନୈତିକ ମୂଲ୍ଯବୋଧ ଯୋଗୁଁ ବିଦ୍ଯାଳୟର ପାଠୋନ୍ନତି ଓ ପ୍ରଶାସନ ଅତ୍ଯନ୍ତ ଉଚ୍ଚକୋଟୀର ହୋଇଥିଲା।


ରାମକୃଷ୍ଣ ବାବୁ କିନ୍ତୁ ବିଭିନ୍ନ ପରିବାରିକ କାରଣରୁ ମାତ୍ର ୩ ବର୍ଷର ରହଣି ପରେ ୧୯୪୬ ଏପ୍ରିଲ୍ ୧୦ ତାରିଖରେ ଶିକ୍ଷକତା ଛାଡି କଟକରେ ତାଙ୍କର ସ୍ୱନାମଧନ୍ଯ ପ୍ରକାଶକ ଉମାଚରଣ ମହାନ୍ତିଙ୍କ ସହିତ ପ୍ରେସ୍ କାର୍ଯ୍ଯ ଆରମ୍ଭ ରଖିଥିଲେ।ନିଜେ ପାରିଜାତ ପ୍ରେସ୍ ପ୍ରତିଷ୍ଠା କରି ସୁମୁଦ୍ରଣର ଆଦର୍ଶ ରଖିଥିଲେ। ମାତ୍ର ଭିଙ୍ଗାରପୁର ବକ୍ରେଶ୍ୱର ହାଇସ୍କୁଲ୍ ଓ ଊକ୍ତ ଅଞ୍ଚଳର ଲୋକମାନଙ୍କର ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ତାଙ୍କୁ ମୁଗ୍ଧ କରିଥିଲେ। ଏଠାରେ ଥିବାବେଳେ ସେ ସଂଗ୍ରାମ ଓ ସାଧନା ର ଦି୍ତୀୟ ଭାଗ, 'ପାଠ ସୋପାନ ' ଓ ସାହିତ୍ଯ ସୋପାନ' ର ତୃତୀୟ ଓ ଚତୁର୍ଥ ଭାଗ ରଚନା କରିଥିଲେ। ତାଙ୍କର ସୃଜନାଶୀଳ ସାରସ୍ପତ ପ୍ରତିଭା ପରିପ୍ରକାଶ ଘଟିଥିଲା ଅନେକ ଗଳ୍ପ କବିତା ଓ ତଥ୍ଯମୂଳକ ପୁସ୍ତକ ରଚନା