ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୮୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ମାଧ୍ଯମରେ। ଜଣେ ଆଦର୍ଶ ଶିକ୍ଷକ ଭାବରେ ସେ ଛାତ୍ର ସମାଜର ଆବଶ୍ଯକତା କରିବାକୁ ବିଭିନ୍ନ ପାଠ୍ଯପୁସ୍ତକ ସହିତ ଅନେକ ସହାୟକ ପୁସ୍ତକ ରଚନା କରି ସମଗ୍ର ରାଜ୍ଯରେ ସୁପରିଚିତ ହୋଇଛନ୍ତି। ଉକ୍ତ ପୁସ୍ତକଗୁଡିକ ମଧ୍ଯରେ ବିଶ୍ୱ ପରିଚୟ "ବିଜ୍ଞାନର କୁହୁକ ଝୁମୁରା, ଜୀବନ ତରଙ୍ଗ ଆଦି ଉଲ୍ଲଖଯୋଗ୍ଯ । ପ୍ରଖ୍ଯାତନାମା ଶିଶୁସାହିତ୍ଯକ ଭାବରେ ସେ ଓଡିଶା ସାହିତ୍ଯ ଏକାଡେମୀ , ଯଦୁମଣି ସାହିତ୍ଯ ସଂସଦ, ଉଦୟପୁର ଭାରତିୟ ଜାତିୟ ସଂଗଠନ, ବିଷୁବ ମିଳନ, ଆଦି ବହୁ ସଂସ୍ଥା ଦ୍ୱରା ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି।

ମାତ୍ର ଏହିସବୁ ସାରସ୍ୱତ କୃତିତ୍ୱ ଓ ପ୍ରତିଷ୍ଠା ମଧ୍ଯରେ ଅତି ସ୍ପଷ୍ଟ ହୋଇ ଶୋଭାପାଊଛି ତାଙ୍କର ଆଦର୍ଶ ଶିକ୍ଷକ ଜିବନ ଓ ବ୍ଯକ୍ତିତ୍ୱର ବିକଚ ଶତଦଳ। ତାଙ୍କର ସାହି ଅନାବିଳ, ନିଷ୍ଠାପର ଓ ନୀତିସିଦ୍ଧ ଶିକ୍ଷକତା ହିଁ ସବୁ ସ୍ତରରେ ତାଙ୍କର କାର୍ଯ୍ଯକୁ ଉଚ୍ଚକୋଟୀରେ ସ୍ଥାନିତ କରିଥିଲା। ନିୟମାନୁବର୍ତ୍ତିତା, ସାଧୁତା, ଅକୁତୋଭୟତା, କର୍ମନିଷ୍ଠା ଆଦି ମହାନ୍ ମାନବିକ ମୂଲ୍ଯବୋଧ ତାଙ୍କ ଶିକ୍ଷକ ଜୀବନକୁ ମହିମାମୟ ଓ ସାର୍ଥକ କରିବ ସଂଗେ ସଂଗେ ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିଥାଏ। ରାମକୃଷ୍ଣ ବାବୁଙ୍କ ପାର୍ଥିବ ଜୀବନ ୧୯୦୬ ମସିହା ଫେବୃଆରୀ ୧୫ ତାରିଖରୁ ୧୯୯୪ ମସିହା ଅକଟୋବର ୨୯ ତାରିଖ ମଧ୍ଯରେ ସୀମିତ ହୋଇଥିଲେ ହେଁ ବହୁଦିଗସ୍ପର୍ଶୀ ତାଙ୍କ କୃତିତ୍ୱ ଅନନ୍ତ ଦ୍ଯାତନାରେ ଚିର ସମୁଜ୍ଜ୍ୱଳ। ଶିକ୍ଷକ-ସମାଜ ପାଇଁ ପ୍ରେରଣାର ଉସ୍ଚ ଓ ଆଦର୍ଶର ଅନିର୍ବାଣ ଆଲୋକ ସ୍ତମ୍ଭ ରୂପେ ସେ ଅବିସ୍ମରଣୀୟ।