ଯୋଗାସନ କରିବା ଏକାନ୍ତ ବାଞ୍ଚ୍ଥନିୟ ଇତ୍ଯାଦି। ଯୋଗାସନର ଜେତେକ ନମୂନା ମଧ୍ଯ ସେ ଦେଖାଇଥିଲେ। ସେଗୁଡିକ ହେଲା ଭୁଜାଙ୍ଗାସନ , ଧନୁରାସନ, ମତ୍ସ୍ଯାସନ, ବଜ୍ରାସନ ଇତ୍ଯାଦି। ପ୍ରତ୍ଯେକ ଆସନର ଉପକାରିତା ସମ୍ପର୍କରେ ଉକ୍ତ ବୈଠକରେ ସେ ଆଲୋକପାତ କରିଥିଲେ।
ସ୍କୁଲ୍ ଶିକ୍ଷକମାନଙ୍କୁ ସୁସଙ୍ଗଠିତ କରି ପ୍ରତ୍ଯେକଙ୍କୁ ନିଦ୍ଦିଷ୍ଟ ଦାୟିତ୍ୱ ସେ ଦେଉଥିଲେ। ସ୍କୁଲ୍ ରେ ସର୍ବମୋଟ ୬ ଜଣ ଶିକ୍ଷକ ଥିଲେ ସେ କେତେଗୁଡିଏ ନୂଆପଦବୀ ସୃଷ୍ଟି କରିଥିଲେ। ଯଥା-ଖାଦ୍ଯ ମନ୍ତ୍ରୀ, କୃଷିମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ, ଯୋଗାଯୋଗ ମନ୍ତ୍ରୀ, ସଫେଇ ମନ୍ତ୍ରୀ ଇତ୍ଯାଦି। ପରିବେଶ ସୁରକ୍ଷା ପାଇଁ କାମ କରିବା ଦାଶରଥିବାବୁଙ୍କ ବିଶେଷତ୍ୱ ଥିଲା। ପରିବେଶ ସିରକ୍ଷା ମନ୍ତ୍ରୀ ବିଭାଗଟି ସେ ନିଜେ ରଖିଥିଲେ।
ଏକ ନିର୍ଭୀକ ଶିକ୍ଷକ ଭାବରେ ଦାଶରଥିବାବୁ ବେଶ୍ ସୁପରିଚିତ।୧୯୪୮ ମସିହା ଏପ୍ରିଲ୍ ୧୨ ତାରିଖର ଘଟଣା। ସକାଳୁଆ ସ୍କୁଲ୍ ହେଉଥାଏ। ଦିନେ ଗୋଟିଏ ବେଳକୁ ଛୁଟି ହୋଇଯାଏ। ପିଲାଏ ପଳାନ୍ତି ମଧ୍ଯ। ସେହିଦିନ ବିଶିଷ୍ଟ କଂଗ୍ରେସ ସଂଗଠକ ଓ କର୍ମୀ ଗୋପବନ୍ଧୁ ଚଔଧୁରୀ ଦିନ ୨ଟା ସମୟରେ ସିଂହପୁର ସ୍କୁଲ୍ ରେ ପହଞ୍ଚିଥାନ୍ତି ତାଙ୍କର ଦୁଇଜଣ ସହକର୍ମୀଓଙ୍କ ସହ । ତାଙ୍କ ଗହଣରେ ଧାରପୁରର ବଗର ବାଲିବିଲର ବାସୁଦେବ ସାମଲ। ମଧ୍ଯାହ୍ନ ବିଶ୍ରାମ କରିବା ପାଇଁ ଗୋପବନ୍ଦୁ ଇଛା ପ୍ରକାଶ କରିବାକୁ ଦାଶରଥି ବାବୁ ସମସ୍ତ ବ୍ଯବସ୍ଥା ସ୍କୁଲ୍ ଗୃହରେ କରୁଥାନ୍ତି। ଶ୍ରେଣୀ ଗୃହରେ କେତେକ ଲୋଟଣୀ ପାରା ଘୁମର ଘୁମର ଶବ୍ଦ କରି ଉଡାଉଡି କରୁଥାନ୍ତି। ଫଳରେ ଗୋପବାବୁ ବିରକ୍ତ ହୋଇ ସେମାନଙ୍କ ଘଉଡେଇ ଦେବାକୁ କଖିଲେ। ଏଥିରେ ଦଶରଥି ବାବୁ ପ୍ରତିବାଦ କରି କହିଲେ ମହାଶୟ , ପାରାଗୁଡିକ ମଧ୍ଯାହ୍ନ ସମୟରେ ବହୁବର୍ଷ ଧରି ଉଡା ଉଡି କରିଆସୁଛନ୍ତି ତାଙ୍କୁ ଘଉଡାଇବା ଠିକ୍ ହେବ ନାହିଁ। ଆପଣ ଜୀବପ୍ରତି ଦୟାପୋଷଣ କରିବାକୁ ସବୁବେଳେ ସଭାସମିତିମାନଙ୍କରେ କହିଥାନ୍ତି,ଆପଣଙ୍କ ଏ ପରିସ୍ଥିତିରେ ଦୟାମନୋଭାବ ପୋଷଣ କରିବା ଉଚିତ ନୁହେଁ ? ଏଥିରେ ଗୋପବାବୁ ସାମାନ୍ଯ ରାଗିଯାଇ କହିଲେ ହଇହୋ କୁକୁର କାମୁଡିବାକୁ ଗୋଡାଇଲେ କ 'ଣ ତୁମେ ତାହାକୁ ମାରିବ ନାହିଁ। କିଛି ସମୟ ପରେ ଦାଶରଥି ବାବୁଙ୍କ ମନ୍ତବ୍ଯର ତାତ୍ପର୍ଯ୍ଯ ଉପଲବ୍ ଧି କରି ସେ ତାଙ୍କୁ ଧନ୍ଯବାଦ ଦେଇଥିଲେ।