ପିଲାଙ୍କ ଚରିତ୍ର ଗଠନ ପ୍ରତି ଦାଶରଥିବାବୁ ବିଶେଷ ଧ୍ଯାନ ଦେଇଥିଲେ। ମିଛ କହିବାକୁ ସେ ଆଦୌ ପ୍ରଶ୍ରୟ ଦିଅନ୍ତି ନାହିଁ। ଆଉ ଏକ ଦିନେର ଘଟଣା:
ସରସ୍ୱତୀ ପୂଜା, ପିଲାଏ କାମଦାମରେ ବ୍ଯସ୍ତଥାନ୍ତି। ପ୍ରସାଦ ପ୍ରସ୍ତୁତି ପାଇଁ ଛାତ୍ର ମନ୍ତ୍ରୀ ଥାନ୍ତି। ସ୍କୁଲର ପିଲାଙ୍କ ସଂଖ୍ଯା ୨୦୦। ସେହି ଅନୁସାରେ ଦୁଇଶହ ପୁଡ଼ିଆ ପ୍ରସାଦ ପ୍ରସ୍ତୁତି କରାଯାଇଥିଲା।କିନ୍ତୁ ବାଣ୍ଟିବା ବେଳେ ଚାରିପୁଡ଼ିଆ କମ୍ ହେବାରୁ ଦାସରଥିବାବୁ ଖାଦ୍ଯମନ୍ତ୍ରୀଙ୍କୁ କହିଲେ, "ଗୋପାଳ, କାହିଁକି ପ୍ରସାଦ ପୁଡିଆ କମକ୍ ହେଲା ? ତୁମେ କ'ଣ ୩/୪ ପୁଡିଆ ନେଉଛ କି ? ଗୋପାଳ ସେତେବେଳକୁ ନିଶ୍ଚଳ। ପାଟିରୁ କଥା ବାହାରୁ ନାହିଁ। ସତକୁହ, ସତ କହିଲେ ମୁଁ ତୁମ୍ଭଙ୍କୁ ଶ୍ରଦ୍ଧା ଓ ସ୍ନେହ କରିବି। ଏଥିରେ ଗୋପାଳ ବିଚଳିତ ହୋଇ କହି ପକାଇଲା, ସାର୍ ମୁଁ ଆମ ଘର ପାଇଁ ୩ ପୁଡିଆ ଅଲଗା ରଖିଛି। ଏଥିରେ ଦୁଃଖ ପ୍ରକାଶ କରି ଦାଶରଥି ବାବୁ କହିଲେ, ଏପରି କାମ ଭବିଷ୍ଯତରେ ଯେପରି ନହୁଏ , ସେଥିପ୍ରତି ଦୃଷ୍ଟି ଦେବ। ସେହିଦିନଠାରୁ ଗୋପାଳ ଆଉ ଚରି କଲା ନାହିଁ।
ସିଂହପୁର ସ୍କୁଲ୍ ର ପିଲାଏ ପ୍ରତିବର୍ଷ ବୃତ୍ତି ପରିକ୍ଷାକୁ ଯାଇ କୃତିତ୍ୱର ସହିତ କୃତ୍ତିଲାଭ କରିଥାନ୍ତି। ସାତଦିନରେ ଥରେ ପିଲାମାନଙ୍କୁ ନେଇ ସଫେଇ କାମ କରିଥନ୍ତି ଗାଁରେ ଦାଶରଥି ବାବୁ । ପିଲାଙ୍କ ଝାଡା ଯିବା ପାଇଁ ବରପାଲି ପାଇଖାନାର ବ୍ଯବସ୍ଥା ମଧ୍ଯ ସେ କରିଥାନ୍ତି ସ୍କୁଲ୍ ହତା ଭିତରେ। ପାଇଖାନା ଓ ମୁତ୍ରାଶୟଗୁଡିକର ଚାରିପାଖରେ ତାଳ ବରଡା ତାଟି ରଖାଯାଇଥାଏ। ପିଲାଏ ପ୍ରତିଦିନ ସ୍କୁଲ ଗୃହ ଝାଡୁ ଦିଅନ୍ତି ଓ ପାଇଖାନା ଗୁଡିକ ସଫା କରନ୍ତି। ପ୍ରତିଦିନ ପ୍ରର୍ଥନା ପରେ ଅଧଘଣ୍ଟାଏ ସୁତ୍ରଯଜ୍ଞରେ ସମସ୍ତେ ଯୋଗ ଦିଅନ୍ତି। ବଗିଚା କାମ କରାଇବାରେ ଦାଶରଥି ବାବୁଙ୍କ ଝୁଙ୍କ ଥାଏ। ସ୍କୁଲ୍ ହତାର ଏକ ପାର୍ଶ୍ୱରେ କଦଳୀ ଚାଷ ଓ ଆଉ ଗୋଟିଏ ପାଖରେ ମଧ୍ଯ ପନିପରିବା ଚାଷ କରାଯାଇଥାଏ। ବିଭିନ୍ନ ପ୍ରକାର ଫୁଲ ମଧ୍ଯ ସେ ଲଗାଇଥାନ୍ତି। ପନିପରିବା ପ୍ରଦର୍ଶନୀ ମେଳାରେ ଫୁଲକୋବି ଓ ମୂଳା ପ୍ରତିବର୍ଷ ପ୍ରଥମ ସ୍ଥାନ ଅଧିକାର କରିଥାଏ ।
ଦାଶରଥି ବାବୁ ସ୍କୁଲର ଦକ୍ଷିଣ ପାର୍ଶ୍ୱରେ ଗୋଟିଏ ହିତ ତନ୍ତ ପକାଇଥାନ୍ତି। ସେହି ତନ୍ତରେ ପିଲାଏ ବିଶେଷତଃ ପଞ୍ଚମ ଶ୍ରେଣୀର ପିଲାଏ ଏକ ଘଣ୍ଟା କରି ଲୁଗା ବୁଣନ୍ତି। ପିଲାଏ ଲୁଗା ଓ ଗାମୁଛା ସିଂହପୁର ହାଟକୁ ନେଇ ବିକ୍ରୀକରି ଦିଅନ୍ତି।