ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୯୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଛବି

ଶୃଙ୍ଖଳାବ୍ରତୀ ସହୃଦୟ ଶିକ୍ଷକ ନାରାୟଣ ପତି

ଅଧ୍ଯାପକ କରୁଣାକର ପରିଡା


            ସାଧାରଣ  ଭାବରେ  କହିଲେ,  ନାରାୟଣ  ପତି ଥିଲେ ଜଣେ ଅସାଧାରଣ ଶିକ୍ଷକ। ପ୍ରଗାଢ କର୍ତ୍ତବ୍ଯନିଷ୍ଠା ,  ସମୟାନୁବର୍ତ୍ତିତା,  ଶୃଙ୍ଖଳାଜ୍ଞାନ, ଛାତ୍ରବସ୍ଚଳତା,  ସହକର୍ମୀମାନଙ୍କ  ପ୍ରତି  ସହୃଦୟତା  ପ୍ରଭୃତି  ଏକାଧାରରେ  ତାଙ୍କଠାରେ  ଠୁଳ  ହୋଇଥିଲା।  ସେ  ରାଜ୍ଯର  କେବଳ  ଜଣେ  ଅତୁଳନୀୟ  ଗଣିତ  ଶିକ୍ଷକ  ଓ  ପ୍ରଧାନ   ଶିକ୍ଷକ  ନଥିଲେ,  ସେ  ଥିଲେ-  ଜଣେ  ଉଚ୍ଚକୋଟୀର  ମଣିଷ,  'ନର  ଦେହରେ  ନାରାୟଣ।'  ପ୍ରାଚୀନ  ଭାରତୀୟ  ସଂସ୍କୃତିରେ  ଶିକ୍ଷକର  ସ୍ଥାନ  ଯେ  ଈଶ୍ୱରଙ୍କ   ପାଖାପାଖି,  ତାହା  ତାଙ୍କର  କେତେକ   କାମରୁ  ବେଶ୍  ଜଣିହୁଏ।  ସେ  ଥିଲେ    ଦୁଃଖ  ସୁଖରେ  ସଦା   ଧୀର ଓ  ଅବିଚଳିତ। 
      ରକ୍ତମାଂସର     ମଣିଷ  ହିସାବରେ  ତାଙ୍କୁ  ବ୍ଯକ୍ତିଗତ ଜୀବନର   ଅତ୍ଯନ୍ତ   ଦାରୁଣ  ଘଟଣା  ଥିଲା  ପୁତ୍ରଶୋକ।  ଏହି  ଥିଲା,  ଏକ  ଅଘଟଣ।  ସଜୋର  ନିଷ୍ଠୁର   ଦଇବର   ଧକ୍କା।  ସେ