ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୦୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଜ୍ଞାନ ବ୍ରତୀ ଶିକ୍ଷକ
କବିପ୍ରାଣ ବୈକୁଣ୍ଠନାଥ ପଟ୍ଟନାୟକ


ପ୍ରଫେସର୍ ଜାନକୀବଲ୍ଲଭ ମହାନ୍ତି ( ଭରଦ୍ୱାଜ )


ସବୁଜ ସାହିତ୍ଯ ସମିତିର ଅନ୍ଯତମ ପ୍ରତିଷ୍ଠାତା ଓ ବିଶିଷ୍ଟ କବି ଭାବେ ବୈକୁଣ୍ଠ ନାଥ ପଟ୍ଟନାୟକ ଓଡ଼ିଶାରେ ସୁବିଦିତ । ମାତ୍ର ସେ ଜଣେ ଉଚ୍ଚକୋଟିର ଶିକ୍ଷକଭାବେ ତାହାଙ୍କ କର୍ମଜୀବନ ଅତିବାହିତ କରିଯାଇଛନ୍ତି । ଏହା ହୁଏତ ଏ କାଳରେ ଅନେକଙ୍କୁ ଜଣା ନଥିବ । ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସେ ପ୍ରାୟ ବତିଶ ବର୍ଷ ସହକାରୀ ବା ପ୍ରଧାନ ଶିକ୍ଷକ ଭାବରେ ସୁଖ୍ଯାତିର ସହିତ କାର୍ଯ ସମ୍ପାଦନ କରିଥିଲେ । ୧୯୪୦-୪୨ ପର୍ଯ୍ୟନ୍ତ ସେ ପୁରୀ ଜିଲ୍ଲା ସ୍କୁଲ୍‌ରେ ସହକାରୀ ଶିକ୍ଷକ ଥିଲେ ,ଏହି ସମୟରେ ଲେଖକ ତାଙ୍କର ଛାତ୍ର ହେବାର ସୁଯୋଗ ପାଇଥିଲା । ପରବର୍ତ୍ତୀ କାଳରେ ମଧ୍ୟ ସେ ତାହାଙ୍କ ମହନୀୟ ବ୍ୟକ୍ତିତ୍ୱ ବିଷୟରେ ଯତ୍‌କିଞ୍ଚିତ୍ ଅବ‌ହିତ ହୋଇପାରିଥିଲା । ଏହାର ଭିତ୍ତିରେ ଏହି ରଚନାଟି ପ୍ରସ୍ତୁତ।

୧୮୪