ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୦୯

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କର୍ତ୍ତବ୍ଯନିଷ୍ଠ ଶିକ୍ଷକ ବାସୁଦେବ ମହାନ୍ତି ଡକ୍ଟର ରବୀନ୍ଦ୍ର କୁମାର ପ୍ରହରାଜ

୧୯୫୮ ମସିହା ଜୁଲାଇ ୧ ତାରିଖ।

ଗ୍ରୀଷ୍ମଛୁଟି ପରେ ସ୍କୁଲ ଖୋଲିଥାଏ, ହତା ଭିତରକୁ ସାଇକେଲ୍ ଗଡାଇ ନେଇ ଦେଖିଲି କେହି କୁଆଡେ ଦିଶୁନାହାନ୍ତି। ଘର ସବୁ ବନ୍ଦ, ଟିକେ କେମିତି ଖରାପ ଲାଦିଲା। ୨୧ ବର୍ଷର ଯୁବକ ମୁଁ। ସତ୍ଯ ଓଡିଆ ଅନର୍ସ ସହ ବିଏ ପାସ୍ କରିଥାଏ। ଯୀବନରେ ବୃତ୍ତି ଗ୍ରହଣରେ ସେ ମୋର ପ୍ରଥମ ଦିନ। ଖୁବ୍ ବେଳାବେଳି କାମଦାମ ସାରି ମୁଁ ପହ୍ଞ୍ଚିଯାଇଥାଏ। ପ୍ରାୟ ୧୦ ମିନିଟ୍ ପ୍ରତୀକ୍ଷା କଲାପରେ ପ୍ରଥମେ କାଠବାକ୍ସଟିଏ ପିଅନ୍ ଟିଏ ଆସିଲା ଓ ତା 'ପଛେ ପଛେ ଶଭ୍ରଧୋତି -ଡବଲ୍ କପ ସାର୍ଟ ପରିହିତ ଜଣେ ବୃଦ୍ଧ ବ୍ଯକ୍ତି ମୁହଁରେ ତାଙ୍କର ଗାମ୍ଭୀର୍ଯ୍ଯ ଓ କର୍ତ୍ତୃତ୍ୱ।ମୁ ପ୍ରମାଣ ଜଣାଇଲି।ତାଙ୍କର ଗମ୍ଭୀର ମୁହଁରେ ପ୍ରଶ୍ନବାଚୀ ।ଭୀତିକମ୍ପିତ ସ୍ୱରରେ ମୋର ପରିଚୟ ଦେବା ପରେ ଭିତରକୁ ଆହ୍ୱାନ କଲେ । ସେ ସେତେବେଳକୁ ପିଅନ୍ ଘର ଖୋଲି ବାକ୍ସଟିକୁ ନେଇ ନିର୍ଦ୍ଦିଷ୍ଟ ସ୍ଥାନରେ ଅର୍ଥାତ୍ ହେଡ଼୍ ମାଷ୍ଟରଙ୍କ ବାମପଟେଚେୟାର ପାଖକୁ ଲଗାଇ ରଖିସାରି।ସେ ବସିଲେ ,ମୁଁ ଠିଆ ହୋଇଥାଏ ।'ଜ ଏନିଂ ରିପୋର୍ଟ ଦିଅ'-ଖିଲେ ସେ, ଅତିକି ବେଳକୁ କେତେଜଣ ଚିହ୍ନାଶିକ୍ଷକ ଆସି ପ ହ୍ଞ୍ଚିଜିବାରୁ ମୋର ଶଙ୍କା ଭାବ କିଛି ଊଣା ହୋଇଗଲା ଓ ମୁଁ ଅନେକ ସ ହଜବୋଧ କଲି। ସେଦିନ ତାଙ୍କ ଷିଯ ସେଇ ଯାହା ଦେଖା ।


ତା'ପରେ କ୍ରମଶଃ ନିକଟତର ହୋଇ ଆସିଲେ ସେ। ଭବାନୀପାଟଣା ଜିଲ୍ଲା ସ୍କୁଲର ଅବସରପ୍ରାପ୍ତ ଦୁର୍ଦ୍ଦାନ୍ତ ହେଡ଼୍ ମାଷ୍ଟର ବାସୁଦେବ ମହାନ୍ତି ଙ୍କର ଖ୍ଯାତି ଆଖପାଖ ଛାତ୍ର-ଶିକ୍ଷକ ମହଲରେ ଯେଭଳି ଥିଲା, ବିଶେଷତଃ ସାରଦା ଏକାଡେମୀ, କନକପୁର ପ୍ରଧାନଶିକ୍ଷକ ଭାବରେ ସେ ସେଠାରେ ଯେଉଁ ସୁଶାସନ ପ୍ରତିଷ୍ଠା କରେଥିଲେ, ସେଥିପାଇଁ ଜଗନ୍ନାଥ ପୁର ହାଇସ୍କୁଲ,ତିରଣ(ତିର୍ତ୍ତୋଲ ଥାନା ଅନ୍ତର୍ଗତ) ର ମ୍ଯାନେଜିଂ କମିଟି ସସମ୍ମାନେ ତାଙ୍କୁ ନବପ୍ରତିଷ୍ଠିତ ଏ ସ୍କୁଲର ପରିଚାଳନା ପାଇଁ ପାଛୋଟି ଆଣିଥିଲେ। ସେ ସ୍ଥାନୀୟ ଅଧିବାସୀ

୧୯୧