ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପତ୍ରପତ୍ରିକା ସେ ପଢ଼ୁଥିଲେ । ସେପରି ବିଦ୍ୱାନ, ବକ୍ତା ବା ଲେଖକ ସେ ଥିବାର ମୁଁ ଜାଣେ ନାହିଁ ।

କିନ୍ତୁ ସେ ଥିଲେ ଜଣେ ଭଲ ମଣିଷ । ଦୃଢଚେତା, କର୍ତ୍ତବ୍ୟନିଷ୍ଠ ଓ ଅର୍ଥାଦି ବ୍ୟାପାରରେ ସଚ୍ଚୋଟ ଥିବାରୁ ତାଙ୍କର ଯେଉଁ ଦୃଢ ବ୍ୟକ୍ତିତ୍ୱ ଥିଲା, ତାହାକୁ ବାରମ୍ବାର ନମସ୍କାର କରିବାକୁ ଆଗ୍ରହ ଆସୁଥିଲା । ସେଭଳି ବ୍ୟକ୍ତିମାନଙ୍କର ସଂଖ୍ୟା ହୁଏତ ଊଣା ହୋଇଆସୁଛି। ବିଦ୍ୟାୟତନମାନଙ୍କରେ ଏବେ ଏବେ ସେଭଳି ବ୍ୟକ୍ତିତ୍ୱ ପରିସ୍ଫୁଟ ହେବା ଭଳି ବାତାବରଣ ସଙ୍କୁଚିତ ହୋଇ ଆସୁଥିଲା ବେଳେ ସେ ବାରମ୍ବାର ମନେ ପଡ଼ନ୍ତି । ତାଙ୍କର ଛୋଟ ପିଲାଟିଏ ପରି ଖିଲି ଖିଲି ହସ ଓ "ରବିଟି ଭ‌ଅଲଟିଏ' ଏବେ ବି ମୋ କାନରେ ବାଜିଉଠେ । ମନେ ହୁଏ, କର୍ତ୍ତବ୍ୟନିଷ୍ଠା ଓ ଚରିତ୍ରବତ୍ତାର ସେ ନିଜେ ପ୍ରତିମୂର୍ତ୍ତି ଥିବାରୁ ତାଙ୍କୁ ଭଲ ଲାଗିଥିବା ସରଳ ବ୍ୟକ୍ତିଙ୍କ ପ୍ରତି ସଦାବେଳେ ତାଙ୍କ ହୃଦୟରେ ଶୁଭାକାଂକ୍ଷା ଓ ଆଶିଷର ଫଲ୍‌ଗୁ ପ୍ରବାହିତ ଥିଲା । ସେ ବାସ୍ତବରେ ଏକ ସ୍ମରଣୀୟ ବ୍ୟକ୍ତିତ୍ୱ ।

୧୯୬