ରନ୍ଧା ଘରେ ଝିଅ ମାନଙ୍କୁ ରନ୍ଧନଶିକ୍ଷା ଦିଆଗଲା। ପିଲାମାନେ ସ୍କୁଲକୁ ଆସିବା ପାଇଁ ୨୦/୨୫ ଜଣ ପିଲା ବସିପାରିବା ଭଳି ହାତଟଣା ଗାଡିର ବ୍ୟବସ୍ଥା ମଧ୍ୟ କରାଗଲା। ବର୍ଷରେ ଦୁଇଥର ପୁରସ୍କାର ବିତରଣ ସଭାର ସୁବନ୍ଦୋବସ୍ତ ହେଲା। ଥରେ ସହରର ଅନ୍ୟାନ୍ୟ ପ୍ରାଥମିକ ସ୍କୁଲମାନଙ୍କ ସହିତ ଯୋଗ୍ୟତାମୁଳକ ପୁରସ୍କାର ଓ କେବଳ ବାଳିକା ସ୍କୁଲ୍ ପାଇଁ ସ୍ପୋର୍ଟସ୍ ପ୍ରାଇଜର ବ୍ୟବସ୍ଥାର ହେଲା। ଏଥିରେ ଉଚ୍ଚାଙ୍ଗ ସଂଗୀତ ଓ ଅଭିନୟ ପ୍ରଦର୍ଶିତ ନିଯୁକ୍ତ ହେଲେ।
ଶ୍ରୀମତୀ ମାହାରାଣୀଙ୍କ ଜୀବନ ବୃତ୍ତାନ୍ତକୁ ବାଦ୍-ଦେଇ କେନ୍ଦୁଝରରେ ନାରୀଶିକ୍ଷାର କ୍ରମବିକାଶ ପ୍ରସଙ୍ଗକୁ ଆଲୋଚନା କଲେ ତାହା ଅସମ୍ପୂର୍ଣ୍ନ ହୋଇ ରହିବ। ଶ୍ରୀମତୀ ମାହାରାଣୀଙ୍କ ନିଃସ୍ବାର୍ଥ ସେବା, ଅସୀମ ଧୈର୍ଯ୍ୟ ଓ ଆଦର୍ଶ ଶିକ୍ଷୟିତ୍ରୀ ଜୀବନ ଓ କେନ୍ଦୁଝରରେ ନାରୀଶିକ୍ଷାର ସାହେବା ଶ୍ରୀମତୀ ମନୋଜ ମଞ୍ଜରୀ ଦେବୀଙ୍କର ଏଥିଲାଗି ପ୍ରୋସ୍ଥାହସନ ଓ ପୃଷ୍ଠପୋଷକତା ମଧ୍ୟ ଅଦ୍ୟାବଧି ଉଣା ସ୍ମରଣୀୟ ହୋଇନାହିଁ।
ଶ୍ରୀମତୀ ମାହାରାଣୀ ଗାର୍ଲସ ଗାଇଡ୍ ଓ ବ୍ଲୁ ବାର୍ଡ ଛାତ୍ରୀମାନଙ୍କୁ ସରକାରୀ ଖର୍ଚ୍ଚରେ ନେଇ କଲିକତା ରାଲିକୁ ଯାଇଥିଲେ। ତା'ଛଡା ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନମାନଙ୍କୁ ଶିକ୍ଷାମୂଳକ ପର୍ଯଟନରେ ମଧ୍ୟ ଯାଉଅଥିଲେ। ସେ କେବଳ ଶିକ୍ଷାନୁଷ୍ଠାନରେ ତାଙ୍କର କାର୍ଯ୍ୟ ପରିସରକୁ ସୀମାବଦ୍ଧ ରଖିନଥିଲେ। ସେ ଜଣେ ଲେଖିକା 'ବନବୀଣା' , 'ଯୁଗଯାତ୍ରୀ' ଓ 'ମିଳନୀ' ରେ ତାଙ୍କର କେତେକ ଗଳ୍ପ ଓ କବିତା ସ୍ଥାନ ପାଇଛି। ତାଙ୍କର ସାର୍ଥକ ସୃଷ୍ଠିରୁ ଦୁଇପଦ ନିମ୍ନରେ ଉଲ୍ଲେଖ କରାଯାଉଛି।
ଅପେକ୍ଷା
- ଆସ ଆସ ମମ ହୃଦୟ ଦେବତା ପଥ ଚାହିଁ ପଥେ ବସିଛି
- ବ୍ୟଥା ଭରେ ଆଜି ନୟନ ରେ ନୀରେ ହୃଦୟ ମନ୍ଦିର ଭିଜୁଛି।
- ତବ ରୁପରାଜି ନାଚୁଛି ନୟନେ ସପନେ କିଅବା ନିଶି ଜାଗରଣେ
- ତବ ପ୍ରେମ ସୁଧା ତମ ସ୍ମୃତି ସଖା ଜପାମାଳି ଆଜି କରିଛି।
- ଝାଡି ଦିଅ ନାଥ ତବ ପଦଧୂଳି ଗାରମା କଳଙ୍କ ଦିଅ ହୃଦେ ଦଳି,
- ନାଶ ଗର୍ବ ଦମ୍ଭ ମାନ ଅଭିମାନ ଗୋପନେ ଯା' ଆଜି ଭରିଛି।
- (ମିଳନୀ ବନବୀଣା 'କବିକଣ୍ଠେ ବଳଦେବ' ସଂଖ୍ୟା' ୧୯୮୩)
୨୦୦