ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୨୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଦୁଃଖିତ। ସରକାରୀ ଚାକିରୀରୁ ଅବସର ନେବା ପରେ ସେ ସ୍ଥାନୀୟ କନ୍ ଭେଣ୍ଟ ସ୍କୁଲରେ ଦୁଇବର୍ଷ ଶିକ୍ଷୟିତ୍ରୀ ହୋଇଥିଲେ।

କେନ୍ଦୁଝର ଗଡ଼ରେ ୧୯୪୨ ମସିହା ଗଣେଶ ପୂଜା ଦିନ ଆରମ୍ଭ ହୋଇଥିବା ଜ୍ଞାନ ପ୍ରସାରଣା ପାଠାଗାର ହିଁ କେନ୍ଦୁଝରରେ ସାଧାରଣ ପାଠାଗାର ଆନ୍ଦୋଳନର ପ୍ରଥମ ଦୀପ ଶିକ୍ଷା।ଶ୍ରୀମତୀ ମହାରଣା ଏଠାକାର ପାଠାଗାର ଆନ୍ଦୋଳନକୁ ସବୁପ୍ରକାର ସାହାଯ୍ୟ ଓ ପ୍ରୋତ୍ସାହ୍ନ ଦେଇଛନ୍ତି। ତାଙ୍କର ଶିକ୍ଷୟିତ୍ରୀ ଜୀବନର ସେବାକୁ ସ୍ୱୀକୃତି ଦେଇ କେନ୍ଦୁଝର ଗଡ଼ ପୌରସଭା ଓ କେନ୍ଦୁଝରର ସାଂସ୍କୃତିକ ଅନୁଷ୍ଟାନ 'ମିଳନୀ ସାହିତ୍ୟ ସଂସଦ' ତାଙ୍କୁ ମାନପତ୍ର ଓ ସମ୍ବର୍ଦ୍ଧନା ଦେଇଛନ୍ତି।

ସରକାରୀ ପେନ୍-ସନ୍ ପାଉନଥିଲେ ମଧ୍ୟ ଈଶ୍ୱରଙ୍କର ଅସୀମ କରୁଣା ଥିବାରୁ ତାଙ୍କର ଏକମାତ୍ର ପୁଅ, ରାଜ୍ୟରେ ଜଣେ ପ୍ରାଶାସନିକ ଅଧିକାରୀ ଓ ନୀତି ଜଣେ ଯନ୍ତ୍ରୀ। ତେଣୁ ସେ ଖାଇବା ଓ ପିନ୍ଧିବାରେ କଷ୍ଟ ଭୋଗି ନାହାନ୍ତି। ସେ ଜଣେ ଈଶ୍ୱରବିଶ୍ୱାସୀ ମହିଳା। ସେ କେନ୍ଦୁଝରକୁ ଖୁବ୍ ଭଲ ପାଆନ୍ତି। ମା' ଝିଅ ଓ ନାତୁଣୀ ତିନିସ୍ତରର ଛାତ୍ରୀ ହୋଇଛନ୍ତି ତାଙ୍କ ପାଖରେ ଗୋଟିଏ ଗୋଟିଏ ପରିବାରର। ତାଙ୍କୁ କେନ୍ଦୁଝର ଗଡ଼ରେ ସଭିଏଁ ଜାଣନ୍ତି, ମାନନ୍ତି। ସେ ସମସ୍ତଙ୍କୁ ସ୍ନେହ କରନ୍ତି।ସମସ୍ତେ ତାଙ୍କୁ ଭକ୍ତି କରନ୍ତି।

୨୦୨