ଅଧ୍ୟବସାୟୀ ଶିକ୍ଷକ
ପଣ୍ତିତ ମୃତ୍ୟୁଞ୍ଜୟ ରଥଶର୍ମା ଶ୍ରୀ ଅଲେଖ ଦାଶ
ସୀତା ନବମୀ। ୧୯୮୪ ମସିହା ମଇ ମାସ ୯ ତାରିଖ। ବିନ୍ଦୁସାଗରରେ ତୀର୍ଥ ଯାତ୍ରା ତଥା ସ୍ଥାନୀୟ ବ୍ୟକ୍ତିଙ୍କ ସ୍ନାନ ପୂଜାଅର୍ଚ୍ଚନା ଚାଲିଛି। ପୂର୍ବାହ୍ନ ୧୦:୪୦ ମିନିଟ୍ ସମୟ। ଜନସମାଗମ କ୍ରମଶଃ ବୃଦ୍ଧି ପାଇଲା। ସେହି ଅନୁସାରେ ଗହଳ ଚହଳ ବଡ଼ିଲା। ହଠାତ୍ ଏକ ସମ୍ବାଦ ସ୍ନାନର୍ଥୀ ତଥା ଯାତ୍ରୀମାନଙ୍କୁ ଆନ୍ଦଳିତ କଲା। ସମସ୍ତେ ଚାହିଁଥାନ୍ତି ବିନ୍ଦୁସାଗରକୁ। ବୁଡ଼ିଯାଇଥିବା ଲୋକକୁ ଉଦ୍ଧାର କରାଯିବ କେତେବେଳେ। ସେତେବେଳେକୁ ସେ ଜୀବିତ ଥିବ ତ? ପୂର୍ବାହ୍ନରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅସଂଖ୍ୟ ବ୍ୟକ୍ତି ସୂର୍ଯ୍ୟାଲୋକରୁ ଚନ୍ଦ୍ରାଲୋକ ପର୍ଯ୍ୟନ୍ତ ବିନ୍ଦୁସାଗର କୂଳରେ ରୁଣ୍ତ ହୋଇଥାଆନ୍ତି। କେତେଜଣ ସନ୍ତରଣପଟୁ ଯୁବକ ହଟାତ୍ ପାଣିକୁ ଡ଼େଇଁପଡ଼ିଲେ। ମାତ୍ର ଠାବ କରିପାରିଲେ ନାହିଁ। ସେଦିନ ଶେଷ ସ୍ନାନଥିଲା ତାଙ୍କର ବିନ୍ଦୁସାଗରରେ। ସେତେବେଳକୁ ୮୦ଟି ଶରତ୍ ପୂର୍ଣିମା-ଚନ୍ଦ୍ର ସେ ଦର୍ଶନ କରିଥିଲେ। ଦେହ ସେତେବେଳକୁ ଥରୁଥିଲା। ବିନ୍ଦୁସାଗରକରୁ ପଙ୍କ ଉଝଳା ଯାଇଥିଲା। ତେଣୁ କୂଳରୁ ଗଭୀରତା ଆରମ୍ଭ ହୋଇଥିଲା।ସେ ପହଁରା ଜାଣିନଥିଲେ। ଗୋଡ଼ ଖସିଗଲା। ବାସୁଦେବ ଘାଟରେ ସେ ଅକାଳ ମୃତ୍ୟୁ ଲାଭ କଲେ। ପୁରୁଣା ଭୁବନେଶ୍ୱରରେ ଘର କରିଥିବା ଆଗନ୍ତୁକମାନେ କହିଲେ ମୃତ୍ୟୁଞ୍ଜୟ ରଥ ସ୍ୱର୍ଗଲାଭ କଲେ। ଦେଖଣାହାରୀମାନେ କୁହା କୁହି ହେଲେ ପଣ୍ତିତ ମୃତ୍ୟୁଞ୍ଜୟ ରଥ ସଲିଳ ସମାଧି ଲାଭ କଲେ। ଦମକଳ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ମଧ୍ୟରାତ୍ରିକୁ ଶବ ଉଦ୍ଧାର କରାଗଲା।
ପଣ୍ତିତ ମୃତ୍ୟୁଞ୍ଜୟ ରଥଶର୍ମା ୧୯୦୪ ମସିହା ମଇ ମାସରେ ପୁରୁଣା ଭୁବନେଶ୍ୱରର ଦରଜୀ ସାହି ବା ରାମାୟଣୀ ସାହିରେ ଭୂମିଷ୍ଠ ହୋଇଥିଲେ। ପିତା ହରିହର ରଥ