ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୨୨

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସାକ୍ଷୀଗୋପାଳ ମଣ୍ଡଳ ଅନ୍ତର୍ଗତ ଭୀ ମପୁର ଶାସନରୁ ଆସି ତୀଥି ରେ ବାସ କରୁଥିଲେ। ପୁତ୍ରର ଜନ୍ମ ସମୟରେ ମନ୍ଦିର ମଧ୍ୟରେ ପୁତ୍ର ମାନସ କରୁଥିବା ହରିହର 'ମୃତ୍ୟୁଞ୍ଜୟ'

ନାମ ଶୁଣିଥିଲେ। ନବଜାତ ଶିଶୁର ନାମ ତାହା ହିଁ ରଖିଥିଲେ। ପିତାମାତାଙ୍କର ଜୀବନାବଧି ନାମକରଣ୍ଟି ଯଥାର୍ଥ ଥିଲା। ମାତ୍ର ମୃତ୍ୟୁତ ଅଜେୟ। ଦେହଧରି ତାକୁ ସେ ଜୟ କରିଥାନ୍ତେ କିପରି?

ମୃତ୍ୟୁଞ୍ଜୟ ପୁରୁଣା ଭୁବନେଶ୍ୱରରେ ନି·ପ୍ରା·, ଉ·ପ୍ରା· ପାଠଶିକ୍ଷା କରିଥିଲେ। ତାଙ୍କର କକେଇ ଶ୍ରୀ ଜଗନ୍ନାଥ ରଥ ମଧ୍ୟପ୍ରଦେଶର ମୋରେନରେ ସଂସ୍କୃତ ପଣ୍ତିତ ଥିବାରୁ ସେଠାରେ ସେ ସଂସ୍କୃତ ଶିଚା ଆରମ୍ଭ କଲେ। ପରେ ପୁରୀ ସଦାଶିବ ସଂସ୍କୃତ ମହାବିଦ୍ୟାଳୟରୁ ସ୍ମତି ଶାସ୍ତ୍ରରେ ଆଚାର୍ଯ୍ୟ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ୫୦ ଟଙ୍କା ବୃତ୍ତି ଲାଭ କଲେ। ସେ ମଧ୍ୟ ଆୟୁର୍ବେଦରେ ମଧ୍ୟମା ପାସ୍ କଲେ। ସେତେବେଳେ ବିଦ୍ୱାନ୍-ମାନେ ଚାକିରି ପଛରେ ଧାଉଁ ନଥିଲେ। ଚାକିରି ବିଦ୍ୱାନଙ୍କୁ ନିମନ୍ତ୍ରଣ ଜଣାଉଥିଲା। ମୃତ୍ୟୁଞ୍ଜୟ ରସୁଲକୁଣ୍ତା ()