ତାହାର ଅନେକ ଉନ୍ନତି କରିଥିଲେ। ପରେ ୧୮ ବର୍ଷ ମ୍ୟୁନିସିପାଲିଟି ବାଳିକା ହାଇସ୍କୁଲ୍, ଥୋରିଆସାହି କଟକରେ ସଂସକୃତ ଶିକ୍ଷକ ଭାବେ କାର୍ଯ୍ୟ କଲେ। ୧୯୭୫-୭୭ରେ ବିନ୍ଦୁସାଗରତଟସ୍ଥ ଗଜପତି କୃଷ୍ଣଚନ୍ଦ୍ର ସଂସକୃତ ମାହାବିଦ୍ୟାଳୟରେ ସେ ଅଧ୍ୟାପକ ଓ ୧୯୭୮ରେ ଶ୍ରୀଜଗନ୍ନାଥ ସଂସକୃତ ବିଶ୍ୱବିଦ୍ୟାଳ୍ୟ ଶ୍ରୀବିହାର ପୁରୀରେ ଧର୍ମଶାସ୍ତ୍ର ଅଧ୍ୟାପକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ତାଙ୍କର ଜୀବନାବଧି ୮୦ ବର୍ଷ ମଧ୍ୟରୁ ସେ ୪୯ ବର୍ଷ ଶିକ୍ଷକତା କରିଥିଲେ।
ପଣ୍ତିତେ ଥିଲେ ଅସାମାନ୍ୟ ସ୍ମୃତିଧର। ତାଙ୍କର ଆଦର୍ଶ ଓ ନିଷ୍ଠାପର ଶିକ୍ଷାଦାନ ହେତୁ ପ୍ରତିବର୍ଷ କିଛି ଛାତ୍ରବୃତ୍ତି ଅନୁଷ୍ଟାଙ୍କୁ ଆସୁଥିଲା। ସଂସକୃତରେ ସର୍ବୋଚ୍ଚ ନମ୍ବର ରଖି ତାଙ୍କ ଛାତ୍ରମାନେ ଉତ୍ତୀର୍ଣ ହେଉଥିଲେ। ତାଙ୍କର ପରୀକ୍ଷା ଖାତା ମୂଲ୍ୟାୟନ ଥିଲା ସଂପୂର୍ଣ ପକ୍ଷପାତିତା ରହିତ।
ପଣ୍ତ୍ତିତେ ବର୍ଷ ମଧ୍ୟରେ ଦଶହରା, ଦୋଳ, ଗ୍ରୀଷ୍ମ ଓ ବଡ଼ଦିନ ଛୁଟିରେ ଘରକୁ ଯାଉଥିଲେ। ଅନ୍ୟ ଛୁଟି ସେ ଉପଭୋଗ କରୁନଥିଲେ।ଛାତ୍ର ମାନଙ୍କୁ ଏପରି ଛୁଟି ଦେଉଥିଲେ ଯାହାଦ୍ୱାରା ଛାତ୍ର ପର୍ବପର୍ବାଣୀରୁ ବଞ୍ଚିତ ହେଉନଥିଲେ କିମ୍ବା ଛାତ୍ରାବାସ ଶୂନ୍ୟ ରହୁନଥିଲା। ପଣ୍ତିତେ ଥିଲେ ଜ୍ଞାନର ଭଣ୍ତାର। ସେ ଯେଉଁ ଅବସ୍ଥାରେ ତାଆନ୍ତୁ ନା କାହିଁକି ଛାତ୍ର ପ୍ରଶ୍ନ କଲେ ତା'ର ଉତ୍ତର ସେ ଦେଉଥିଲେ। ପାଠ ଥିଲେ ତାଙ୍କ ମୁହେଁ ମୁହେଁ। ସେ ଥିଲେ ତେଜସ୍ୱୀ, ଥିଲେ ମଧ୍ୟ ଅନର୍ଗଳ ବକତା। ସେ ଟଙ୍କା ପୁସାରେ ସାଧୁ ସଚ୍ଚୋଟ ଥିଲେ। ସ୍ନେହ ଓ ସଦ୍-ଭାବନା ତାଙ୍କଠାରେ ସବୁ ସମୟରେ ସୁଲଭ ଥିଲେ।
କୌଣସି ଛାତ୍ର ଅଧିକ ଦିନ ଅନୁପସ୍ଥିତ ରହିଲା ସେ ବାର୍ତ୍ତାଦେଇ ଛାତ୍ର ପଠାଇ ବିଫଳ ହେଲେ ସ୍ୱ୍-ୟଂ ଛାତ୍ର ପାଖରେ ପହଞ୍ଚି ଯାଉଥୁଲେ। ଖୁବ୍ ଦୂରରେ ବସି ପଢ଼ୁଥିବା ଛାତ୍ରକୁ ମଧ୍ୟ ସେ ସ୍ୱରରୁ ବାରି ଧରି ପାରୁଥିଲେ। ତାଙ୍କର ଶ୍ରବଣ ଇନ୍ଦ୍ରିୟ ପ୍ଖର ଥିଲା। ଛାତ୍ରମାନେ କହନ୍ତି ପିତଳ କାନ ପଣ୍ତିତଙ୍କର। ଛାତ୍ର ଉଚ୍ଚସ୍ୱରରେ ପଠନ କଲେ ହୃଦୟତନ୍ତ୍ରୀରେ ପାଠ ରହିଯିବ; ତେଣୁ ବଡ଼ ପାଟିରେ ପଢ଼ାଉଥିଲେ ଓ ପିଲାଙ୍କୁ ସେପରି ଢ଼ଙ୍ଗରେ ପଢ଼ିବାକୁ ଉପଦେଶ ଦେଉଥିଲେ। ପାହାନ୍ତା ପଢ଼ାରେ ପଣ୍ତିତଙ୍କର ଖୁବ୍ ବିଶ୍ୱାସ। ସେ କୁହନ୍ତି ରାତିରେ ମସ୍ତିଷ୍କ ଥୟ ରହେ। ରାତ୍ରି ର ଶେଷ ମୁହୂର୍ତ୍ତ ବା ର୍ବାହ୍ମମୁହୂର୍ତ୍ତ ପଢ଼ା ସ୍ଥାୟୀ ଭାବେ ମନେ ରହିଯାଏ।