ପଣ୍ତିତ ମହାଶୟଙ୍କର ହଳଦିଆ ଅବସ୍ଥାନ କାଳରେ ୧୯୪୦-୪୬ରେ ହଳଦିଆରେ ଟୋଲ୍ ହେଲା। ରାଜା ମାଲିମୋକଦ୍ଦମାରେ ଜଡ଼ିତ ହେଲେ। ପ୍ରଜାମାନେ ରାଜଦ୍ୱାରକୁ ଯବା ବାରଣ କରାଗଲା। ରାଜା କିନ୍ତୁ ଟୋଲ୍-ର ସମ୍ପାଦକ ଥିଲେ। ଟୋଲ୍ କାମରେ ପଣ୍ତିତଙ୍କୁ ରାଜଙ୍କୁ ବାରମ୍ବାର ଭେଟବକୁ ପଡ଼େ। ପଣ୍ଯିତଙ୍କ ଗମନାଗମଙ୍କୁ କେହି କେବେ ସନ୍ଦେହ ଚକ୍ଷୁରେ ଦେଖିନଥିଲେ। ସେ ଥିଲେ ନିରପେକ୍ଷ। ରାଜାଙ୍କୁ ଶ୍ଲୋକ ମାଧ୍ୟମରେ ନାନା ଉପଦେଶ ପଣ୍ତିତ ହିଁ ଦେଉଥିଲେ। ବିଭିନ୍ନ ସ୍ଥାନରୁ ବଡ଼ମ୍ବାରୁ ବାଙ୍କିଠାରୁ ଆସୁଥିବା ଭାର ଦ୍ରବ୍ୟ ରାହା ପଣ୍ତିତଙ୍କୁ ଦେଉଥିଲେ। ଭୁବନେଶ୍ୱର ମନ୍ଦିରରେ ବ୍ରାହ୍ମଣ ସମିତିର ପରିଚାଳନା କରି ବ୍ରାହ୍ମଣଙ୍କ କର୍ତ୍ତବ୍ୟ କରିବାକୁ ସେ ଆଗେଇ ଆସିଥିଲେ। ନିର୍ବାଣମଣ୍ତପ ଭୁବନେଶ୍ୱର(ପୁରୀ ମୁକ୍ତିମଣ୍ତପ ତୁଲ୍ୟ) ର ସେ ସଭାପତି ଥିଲେ। ବିଭିନ୍ନ ପଞ୍ଜିକାରେ ଏହାଙ୍କର ପ୍ରମାଣପତ୍ର ରହୁଥିଲା।
ଓଡ଼ିଶାର ପଶ୍ଚିମାଞ୍ଚଳର ଆଦିବାସୀମାନଙ୍କୁ ଖ୍ରୀଷ୍ଟ ଧର୍ମରେ ଓ ମଧ୍ୟାଞ୍ଚଳର ହିନ୍ଦୁମ୍ନଙ୍କୁ ମୁସଲମାନ ଧର୍ମାନ୍ତରିତ କରାଯାଉଥିବାରୁ ପଣ୍ତିତେ ସେହି ଅଞ୍ଚଳରେ ବୁଲି ଏହାର ବିରୋଧ କରିଥିଲେ। ହିନ୍ଦୁ ଧର୍ମର ଗୁଢ଼ ତତ୍ତ୍ୱକୁ ସେ ସରଳ ଭାଷାରେ ଭୁଝାଇଥିଲେ। ସେ ଶାକ୍ତ କ୍ରିୟାକର୍ମ ଚନ୍ତି ଓ ସଂପୁଅଦିରେ ବିଶ୍ୱାସୀଥଲେ। ତାକୁ ନିଜେ ଅଭ୍ୟାସ କରୁଥିଲେ ଓ କରାଉଥିଲେ। ତାଙ୍କର ପ୍ରିୟ ଛାତ୍ର କୁଳମଣି ଅନ୍ୟ ପଥରେ ପରିଚାଳିତ ହୋଇ କୁଚ୍ଛ ସାଧନା ମାଧ୍ୟମରେ ମାଟିତଳେ ଶରୀରକୁ ଆବଦ୍ଧ ରଖିବା ଦ୍ୱାରା ଶରୀରକୁ ଯନ୍ତ୍ରଣା ଦେଇ ଯୋଗ ସାଧନା ପୂର୍ବକ ତାତ୍-କାଳିକ ଫଳ ଲାଭ ନିଶ୍ଚତି ମନେ କରୁଥିଲେ। ମାତ୍ର ପଣ୍ତିତେ ଏହାର ବିରୋଧ କରି ପରମ୍ପରାକୁ ମାନ୍ୟତା ଦେବା ଫଳରେ ଛାତ୍ର ଗୁରୁଙ୍କୁ ଅନୁଶରଣ କରିଥିଲେ। ଆମେରିକା, ଇଂଲଣ୍ତର କେହି କେହି ବିଦ୍ୱାନ୍ ପରାମର୍ଶ ପାଇଁ ପଣ୍ତିତଙ୍କ ନିକଟକୁଇ ଆସୁଥିଲେ। ପଣ୍ତିତେ ସ୍ମୃତି ବିଦ୍ୟା ଆୟତ୍ତ କରିଥିଲେ। ଗୋବଧରେ ବା ମ୍ଛିଆ ପାତଳରେ ସେ ବ୍ୟବସ୍ଥାମାନ ଦେଉଥିଲେ। ତାହାଥିଲା ସୁଚିନ୍ତିତ ନିଷ୍ପତ୍ତି। ପାପର ଭୟୀବହତା ଓ ଗୋପନୀୟତାକୁ ଫିଟାଇ ପ୍ରକାଶ କରି ଦେବାକୁ ସେ ବୁଝାନ୍ତି। ମନୁ ସ୍ମୃତିଥିଲା ତାଙ୍କର ଜିହ୍ନାଗ୍ରରେ।
ମୃତ୍ୟଞ୍ଜୟ ରଥ ବିନ୍ଦୁସାଗର ପଶ୍ଚିମ ପାର୍ଶରେ ରାମାୟଣୀ ସାହିରେ ଜନ୍ମଗ୍ରହ୍ନ କରିଥିଲେ। ପୁଷ୍କରିଣୀର ପୂର୍ବ ଭାଗରେ ସ୍ନାନ କରୁଥିଲେ। ଏହାର ଦକ୍ଷିଣ ପାର୍ଶରେ ସଂସ୍କୃତ କଲେଜରେ ପଢ଼ାଉଥିଲେ ଓ ନିର୍ବାଣ ମଣ୍ତପ କାର୍ଯ୍ୟ ପରିଚାଳନା କରୁଥିଲେ। ଶେଷରେ ସ୍ନାନ ବେଳେ ସେହି ବିନ୍ଦୁସାଗରରେ ସେ ସଲିଳ ସମାଧି ଲାଭ କଲେ। ବିନ୍ଦୁସାଗର ପ୍ରସ୍ତୁତ ତାଙ୍କର ପ୍ରାନବିନ୍ଦୁ ହୋଇ ସେହି ସାଗରରେ ମିଶିଗଲା। ପଣ୍ତିତର ପୁଣ୍ୟକର୍ମା; ସେଥିପାଇଁ ଆମ୍ଭମାନଙ୍କର ସଦା ସ୍ମରଣୀୟ।