ପ୍ରାଣ-ପୁରୁଷର ଏଭଳି ସ୍ୱାଭିମାନ ଓଡ଼ିଶାରେ କାହିଁକି, ଭାରତରେ କେତେଜଣ ଶିକ୍ଷକଙ୍କଠାରେ ସମ୍ଭବିଛି? ରାଜ୍ୟପାଳ ବା ରାଷ୍ଟ୍ରପତି ସମ୍ମାନ ପ୍ରତି ନିଃସ୍ପୃହ ରହିବା କମ୍ ବଡ଼ ଗୌରବର କଥା ନୁହେଁ ତାଙ୍କ ପକ୍ଷରେ। ଏଭଳି ଆଦର୍ଶ ଏକା ତାଙ୍କରି ଭଳି ଯଦାର ଚରିତ୍ର, ନିରଭିମାନ ପୁରୁଷଙ୍କଠାରେ ସମ୍ଭବପର।
ଏହିଭଳି ଏକ ପ୍ରଖ୍ୟାତନାମା ଶିଚକଙ୍କ ସହିତ ପରବର୍ତ୍ତୀ କାଳରେ ବାଲେଶ୍ୱରର ବହୁ ହେଡ଼୍-ମାଷ୍ଟର ପ୍ରତିଯଗିତାରେ ଅବତ୍ତୀର୍ଣ୍ଣ ହୋଇଥିଲେ। ମଦନ ମୋହ୍ନ ଦାସଙ୍କ ଜନ୍ମ ବାଲେଶ୍ୱର ଜ୍ଜିଲାର ଗଣ୍ତବେଡ଼ସ୍ଥ ଏକ ଅଖ୍ୟାତ ପଲ୍ଲୀ ସାଲମାଗଡ଼ିଆ( ସହିଦ୍ ଙ୍ଗର)ରେ ୧୯୯୮ ଖ୍ରୀଷ୍ଟନବ୍ଦ ଅକ୍ଟୋବର ୨୮ ତାରିଖରେ ଏକ ମଧ୍ୟବିତ୍ତ ସମ୍ଭ୍ରାନ୍ତ କରଣ ପରିବାରରେ ଘଟିଥିଲା। ପିତା ତାଙ୍କର ନରସିଂହ ଦାସ ଓ ମାତା ପୋହଳା ଦେଇ। ଏକମାତ୍ର ଷୋଦର ଭାଇ ବ୍ରଜମୋହ୍ନ ତାଙ୍କର ଅନ୍ତିମ କାଳ ପର୍ଯ୍ୟନ୍ତ ଏକାନ୍ନବର୍ତ୍ତୀ ପରିବାରଭୁକ୍ତ ଥିଲେ ଏବଂ ତାଙ୍କ ସନ୍ତାନମାନେ ମଦନବାବୁଙ୍କ ସ୍ନେହରେ ଏପରି ପ୍ରତିପାଳିତ ହୋଇଥିଲେ ଯେ ସେମାନେ ତାଙ୍କୁ ପିତାଙ୍କଠାରୁ ଅଧିକ ମନେ କରୁଥିଲେ।
ଗ୍ରାମ ବିଦ୍ୟାଳ୍ୟରେ ପ୍ରାଥମିକ ଶିକ୍ଷାର ସମାପ୍ତି ପରେ, ୧୯୧୪ରେ ସେ ବାଲେଶ୍ୱରର ସୋରରୁ ଏମ୍·ଇ· ପାସ୍ କରନ୍ତି। ରେଭେନ୍ସାରେ ସହପାଠୀ ଡ଼ଃ ହରେକୃଷ୍ନ ମହତାବ୍-ଙ୍କ ସହିତ ତାଙ୍କର ସଖ୍ୟ ସେନ ସମୟରେ ମଣିକାଞ୍ଚନର ସଂଯୋଗ ଥିଲା ବୋଲି କୁହାଯାଇପାରେ। ଏଇ ସମ୍ପର୍କ ସୂତ୍ର ହେତୁ ନିଜେ ମହତାବ୍ ମଦନବାବୁଙ୍କୁ ୧୯୨୬ରେ ସେ କାଳର ଅନ୍ଧାରିମୁଲକ ଆଗରପଡ଼ାରେ ଶିକ୍ଷାଲୋକର ବିସ୍ତାର ପାଇଁ ସୁଦୂରତାଟା ଙ୍ଗରରୁ ଆଗରପଡ଼ାକୁ ଅଣାଯାଇଥିଲେ। ସେତେବେଳେ ମଦନବାବୁ ପ୍ରଥମେ ଟାଟା କମ୍ପାନୀର ପୋଷ୍ଟାଲ୍ ସର୍ଭୀସ୍ ଏକ ଦୁଃଖଦାୟକ ଘଟଣାରେ ଅତ୍ୟନ୍ତ ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ। ହୁଏତ ବିଧିର ନିର୍ଦ୍ଦେଶ ଥିଲା ମଦନବାବୁ ମାଷ୍ଟରଟିଏ ହୁଅନ୍ତୁ ଏବଂ ଶିକ୍ଷାଲୋକର ଉଜ୍ଜଳ ବର୍ତ୍ତୀକାକୁ ଉଦ୍ଦୀପ୍ତ କରିଯାଆନ୍ତି। ଧ ମହତାନଙ୍କ ପିତା କୃଷ୍ଣଚରଣ ଦାସଙ୍କ ପ୍ରତିଷ୍ଠିତ ମି·ଇ· ସ୍କୁଲର ହେଡ଼୍ ମାଷ୍ଟର ପଦବୀରେ ନିଯୁକ୍ତ ମଦନବାବୁ ଆଗରପଡ଼ାରେ ଅନସ୍ଥାନ କରନ୍ତି ଦୀର୍ଘ ଷୋହଳ ବର୍ଷ।