ନାଇଟ୍ସ୍,ରବିନ୍ସନ୍ କ୍ରୁଶୋ , ବେଙ୍ଗଲ ପେଜେଣ୍ଟ ଲାଇଫ୍ ଓ ବାଇବେଲ୍ ପ୍ରଭୃତି ପାଠ କରି ଇଂରାଜୀରେ ଚଳନକ୍ଷମ ଦକ୍ଷତା ସେହିପରି ଅର୍ଜନ କରିଥିଲେ ।ତ୍ତ୍କାଳୀନ ବାଲେଶ୍ବରରେ କଲେକ୍ଟର ବହୁ ଭାଷାବିଦ୍ ସୁବୁଦ୍ବାନ୍ ଜନ୍ ବୀମ୍ସ୍ଙ୍କ ସହ ଭାଷା-ସାହିତ୍ଯ ଆଲୋଚନାରେ ତାଙ୍କର ଉପସ୍ଥିତି ଲୋଡା ଯାଇଥିଲା ।ମନେହୁଏ ,ରସକଲ୍ଲୋଳ ସଂପର୍କରେ ବୀମ୍ସ୍ ଏସିଆଟିକ୍ ସୋସାଇଟୀ ଜର୍ଣ୍ଠାଲ୍ରେ ଯେଉଁ ପାଣ୍ଠିତ୍ଯପୂର୍ଣ୍ଠ ସାମାଲୋଚନା ଲେଖିଥିଲେ ସେଥିପାଇଁ ଫକୀରମୋହ୍ନଙ୍କ ସହ ତାଙ୍କର ଆଲୋଚନା ଅବଶ୍ଯ ସାହାଯ୍ଯକାରୀ ଲେଖିଥିବ ।
ଆମ ଦେଶରେ ଆଧୁନିକ ଶିକକ୍ଷା ବିସ୍ତାର ଉଦ୍ଯମାନଂକର ମୂଳଭୂତ ରୂପେ ଜଣେ ଜଣେ ଖ୍ଯାତନାମା ଶିକ୍ଷକଙ୍କର ନିଃସ୍ବାର୍ଥପର ପ୍ରଚେଷ୍ଟା , ପ୍ରଭୃତ ବ୍ଯକ୍ତିଗତ ଶ୍ରମ ଓ ସାଧନା ଯେପରି କାର୍ଯ୍ଯକାତୀ ହୋଇ ଏକ ସ୍ବନାମଧନ୍ଯ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା ଘଟାଇଥିବା ସଚାରାଚର ଦେଖାଯାଇଥାଏ ବୋଧହୁଏ ତାହାର ପ୍ରାରମ୍ବ ଘଟିଥିଲା ଫକୀରମୋହ୍ନଙ୍କ ଠାରୁ ।ଶିକ୍ଷକ ଭାବରେ ତାଙ୍କର ଜନସାଧାରଣରେ ଯେଉଁ ବ୍ଯକ୍ତିତ୍ବ ସେ ସମୟରେ ମାନ୍ଯତାପ୍ରପ୍ତ ହୋଇଥିଲା ତା'ର ସଦୁପ୍ଯୋଗ ସେ ବିଭିନ୍ନ କ୍ଷେତ୍ରରେ ଯଥା ପ୍ରିଣ୍ଟିଂପ୍ରେସ୍ ସ୍ଥାପନ , ବୋଧଦାୟିନୀ ଓ ବାଲେଶ୍ବର ସମ୍ବାଦବାହିକା ସଂପାଦନ ତ୍ଥା ପ୍ରକାଶନା ଇତ୍ଯାଦିରେ ଯେପରି କରିଥିଲେ ମଫସଲ ଅଞ୍ଚଳରେ ସ୍କୁଲ୍ ସ୍ଥାପନ କରାଇ ଓଡିଆ ଭାଷାର ବହୁଳ ପ୍ରସାର ପଥ ସେହିପରି ସୁଗମ କରାଇଥିଲେ ।ରେମୁଣା ଗ୍ରାମର କାୟସ୍ଥପଲ୍ଲୀ ନିକଟରେ ଯେଉଁ ସ୍କୁଲ୍ଟି ଗଢି ଉଠିଥିଲା , ତାହା ଫକୀରମୋହ୍ନଙ୍କର ବ୍ଯକ୍ତିଗତ ଉଦ୍ଯମ ଓ ମହାରାଜ ବୈଉଣ୍ଠନାଥ ସେହି ସ୍କୁଲ୍ଟିର ବାର୍ଷିକ ବ୍ଯୟଭାର ୩୦୦ ଟଂକା ଏକ୍କାଳୀନ ତାଙ୍କ ହସ୍ତରେ ଦେଇଥିଲେ ।
ଆମଦେଶରେ ବହୁ କୃତବିଦ୍ଯ ,ସଦୁଦ୍ଯମୀ ଓ ସଂଗଠନପ୍ରାଣ ଶିକ୍ଷକମାନଙ୍କର ଅଭୁ୍ଯଦୟ ଘଟି ଆସିଛି, ମାତ୍ର ଶିଁକ୍ଷକତା ବୃତ୍ତିଲବ୍ଧ ଅଭିଜ୍ଞତାକୁ କାଳଜୟୀ ସାହିତ୍ଯ କୃତିରେ ବିନିଯୋଗ ପୂର୍ବକ 'ରେବତୀ ' "ରାଣ୍ଡିପୁଅ ଅନନ୍ତା ' ଭଳି ଗଳ୍ପ ଓ 'ମୁଁ ହାଟ ବାହୁଡା ' ଭଳି ଏକାନ୍ତ ସରସ ତ୍ଥା ମର୍ମସ୍ପର୍ଶୀ କବିତା ରଚନା ଫକୀରମୋହ୍ନଙ୍କ ଦ୍ବାରା ହିଁ ସମ୍ବବ ହୋଇଛି ।ତାଙ୍କ ଜୀବଙ୍କାଳର ମାତ୍ର ନାବର୍ଷ ପ୍ରତ୍ଯକ୍ଷଭାବେ ଶିକ୍ଷକତା ବୃତିକୁ ବରଣ କରିଥିଲେ ହେଁ ଆଧୁନିକ ଓଡିଆ କଥା ସାହିତ୍ଯର ଯୁଗସ୍ରଷ୍ଟା ଜଙ୍କ ସରସ୍ବତୀ ଫକୀରମୋହ୍ନ କାଳକାଳକୁ ଦିଗ୍ଦ୍ରଷ୍ଟା ଶିକ୍ଷକ ଭାବରେ ଓଡିଆମାନଙ୍କ ସ୍ମୃତିକୋଷରେ ସଂଜୀବିତ ରହିଛନ୍ତି ।
୯