୧୯୨୬ରୁ ୧୯୪୧ ପର୍ଯ୍ୟନ୍ତ ସେ ସମୟଟି ଥିଲା ତାଙ୍କ ଜୀବନର ଅତ୍ୟନ୍ତ ଗ୍ୁରବାବହ ଏବଂ ସଫଳ ଶକ୍ଷକତ୍ୱର ପ୍ରଥମ ପର୍ଯ୍ୟାୟ।ଯାହାର ସୁରଭି ଦିଗ୍ବିଦିଗ ପ୍ରସାରିତ ହେବା ପରେ ୧୯୪୧ରେ ତାଙ୍କୁ ସ୍ୱାଗତ କରାଗଲା ଶିଚକତା କରିବା ପାଇଁ ଅଶିକ୍ଷା ଅନ୍ଧକାରାଚ୍ଛନ୍ନ ଅବହେଳିତ ଖଇରା ଅଞ୍ଚଳକୁ।
ଆଗପଡ଼ାରେ ଥିଲାବେଳେ ତାଙ୍କ କାର୍ଯ୍ୟକଳାପର ସ୍ମୃତିଚାରନ କରି ଡ଼ଃ ମହତ୍ବ୍ ଙ୍କ ଅନୁଜ ମଦନବାବୁଙ୍କ ଛାତ୍ର ଶ୍ରୀ ଗୋପୀନାଥ ଦାସ କହନ୍ତି- "ମଦନବାବୁ ଥିଲେ ଏକ ବହୁ ମୁଖୀ ପ୍ରତିଭାର ପ୍ରତୀକ। ସେ ଥିଲେ ଜଣେ ଚରିତ୍ରବାନ୍,ନିଷ୍ଠାପର, ଆଦର୍ଶ ଶିକ୍ଷକ। ତାଙ୍କ ପରି ସ୍ୱାଭିମାନୀ, ଶୃଙ୍ଖଳିତ, ସଂଗଠକ,ସମାଜସେବକ, ଅଧ୍ୟବସୟୀ, କର୍ତ୍ତବ୍ୟନିଷ୍ଠ, ନିର୍ଭୀକ, ନୀତିବାନ୍, ସେବାପରାୟଣ, ପରଦୁହଖକାତର ଉଦାରଚରିତ୍ରପୁରୁଷ ସେ କାଲରେ ଓଢ଼ିଶାରେଥିଲେ ବିରଳ। ଆଗରପଡ଼ାରେ ଶିଚକତ୍ୱ ସମୟରେ ସେ ଜଣେ ସଫଳ ଶିକ୍ଷକ ହେବା ଇଦ୍ଦେଶ୍ୟରେ କଟକରୁ(ସି·ଟି·) ଟ୍ରେନିଂ ପ୍ରାପ୍ତ କରନ୍ତି ୧୯୩୨ରେ। ୧୯୨୬ରୁ ୪୧ ମସିହାର ୧୬ ବର୍ଷ ଅବଧି ସେ ୧୬ ଜନ ଛାତ୍ରଙ୍କୁ ବରତ୍ତିପ୍ରାପ୍ତ କରାଇ ପାରିଥିଲେ। ଯାହା ସେ ସମୟରେ ଓଢ଼ଶାରେ ସନ୍ୟ କୌଣସି ସ୍କୁଲ୍ ଭାଗ୍ୟରେ ସମ୍ଭବିଛି କି ନାହିଁ, ସନ୍ଦେହ।"
ତାଙ୍କର ସ୍କୁଲ୍ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇ ଶେଷ ହୁଏ। ଟିକିଏ ବୋଲି ଏପାଖ ସେପାଖ ନାହିଁ। ସ୍କୁଲ୍ ଆରମ୍ଭରେ ଏବଂ ବୋଡ଼ିଂରେ ସକାଳ ସଂଧ୍ୟାରେ ସେ ଛାତ୍ର ଓ ଶିଚକମାନଙ୍କ ସହିତ ନିୟମିତ ପ୍ରାର୍ଥନାରତ ରହୁଥିଲେ। କୌଣସି ପ୍କାର ବିଶୃଙ୍ଖଳା ବା ବ୍ୟତିକ୍ମକୁ ସେ କେବେହେଲେ ବରଦାସ୍ତ କରୁନଥିଲେ। ସ୍ୱରାଜ ଆନ୍ଦୋଳନରେ ଓଢ଼ିଆର ଅଗ୍ରଦୂତ ମହତାବଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ଛାତ୍ରବାସରେ ସୂତାକଟା କାର୍ଯ୍ୟକ୍ରମ ସହିତ ବଗିଚାକାମ, ସଫେଇ, ସେବା, ଡ଼ିବେଟିଂ ଆଦି କାର୍ଯ୍ୟଗୁଡ଼ିକର ପ୍ରଚଳନ କରାଇଥିଲେ। ତାକର ୱିସବୁ କାର୍ଯ୍ୟକୁଶଳତା ସେତେବେଳେ ସମଗ୍ର ବାଲେଶ୍ୱର ଜିଲ୍ଲାରେ ଚମକ ସୃଷ୍ଟି କରିଥିଲା। କେତେକ ହେଡ଼୍-ମାଷ୍ଟର ତାଙ୍କର ପ୍ରତିଯୋଗୀ ହୋଇଥିଲେ। ଏପରିକି ସ୍ୱର୍ଗୀୟ ଶ୍ରିଯୁକ୍ତ ଉଦ୍ୟ ନାରାୟଣ ମହାନ୍ତି, ଯେ ଥିଲେ ମଦନବାବୁଙ୍କ ସମ୍ପର୍କୀୟ ଖଡ଼ୁତାସୁର, କୃଷ୍ଣଚରଣ ମି·ଇ· ସ୍କୁଲର ସେକ୍ରେଟାରୀ ଏବଂ ଭଦ୍କ ନାରାୟଣ ଚନ୍ଦ୍ର ମି·ଇ·