ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୩୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ମଣିଷ ଗଢ଼ା କାରିଗର ଶିକ୍ଷକ

                                                                                 ଭାବଗ୍ରାହୀ ମହାନ୍ତି
                                                                               ଶ୍ରୀ ଦେବାଶିଷ ଚକ୍ରର୍ବତ୍ତୀ

ଅନେକ ଦିନ ତଳର କଥା। ସେତେବେଳେ ଆମଦେଶ ସ୍ୱାଧୀନ ହୋଇନଥିଲା। ପିଲାଟିଏ ପ୍ରାଇମେରି ଶିକ୍ଷା ଶେଷ କରି ଘରେ ରହିଥାଏ। ଅଧିକ ପଢ଼ିବାର ସୁଯୋଗ ନଥିଲା। କରିବ କ'ଣ? କୃତିତ୍ୱର ସହିତ ସମଗ୍ର କେନ୍ଦୁଝର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ମଧ୍ୟ ଅଧିକ ପଢ଼ିବାର ଉପାୟ ନ ଥିଲା। ସେ ସମୟରେ ଜିଲ୍ଲାରେ ମାଇନର ପରିକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ଛାତ୍ର ପାଇଁ ଛାତ୍ର ବୃତ୍ତିର ବ୍ୟବସ୍ଥା ଥିଲେ ମଧ୍ୟ ପିଲାଟି ସେ ସୁଯୋଗରୁ ବଞ୍ଚିତ ହୋଇଥିଲେ। କାରନ ତାର ବାପା କେନ୍ଦୁଝର ଜିଲ୍ଲାର ଅଧିକାରୀ ନ ଥିଲେ କି କେନ୍ଦୁଝର ଜିଲ୍ଲାରେ ଚାକିରୀ କରୁନଥିଲେ।

ପିଲାଟିର କେହି ଆଉ ସାହା ଭରସା ନଥିଲେ । ସେ ଖୁବ୍ ହତାଶ୍ ହୋଇ ପଡ଼ିଲେ। ସତରେ କ'ଣ ଏତିକିରେ ତା ପାଠ ପଢ଼ାରେ ଡ଼ୋରି ବନ୍ଧାଯିବ। ଥରେ ତାକୁ ମ୍ୟାଲେରିଆ