Jump to content

ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଏପଟ ସେପଟ ହେବାର ଉପୟ ନ ଥିଲା। ପ୍ରାର୍ଥନା ସଭାରେ ପିଲାମାନଙ୍କର ପୋଷାକ ପରିଚ୍ଛଦ ପରଷ୍କାର ଅଛି କି ନାହିଁ ତାହା ଦେଖାଯାଉଥିଲା। ପଢ଼ବେଳେ ପଢ଼ା, ଖେଳ ବେଳେ ଖେଳ। ଖେଳ କୁଦରେ ମାତି ପିଲାମେ ଯେପରି ପାଠପଢ଼ା ପ୍ରତି ଅଭେଳା ନ କରନ୍ତି, ସେଥିପ୍ରତି ସବିବେଳେ ସେ ସଜାଗ ଦୃଷ୍ଠି ରଖିଥିଲେ।

ଥରେ ସ୍କୁଲର ପିଲାମାନେ ଖେଳାଖେଳି କୁଥାନ୍ତି, ଅଞ୍ଝେଲା। ହଷ୍ଟେଲରେ ପ୍ରାର୍ଥନା ଘଣ୍ଟା ବାଜିଲା। ପିଲାମାନେ ଖେଳକ୍କୁଦ ଛାଡ଼ି ହଷ୍ଟେଲକୁ ଗଲେ। ଛାତ୍ରମାନେ ମଧ୍ୟ ଯେଝା ଘରକୁ ଚାଲି ଗଲେ। ଡ଼ିଆଁ ଡ଼େଇଁ ସ୍ଥାନ ନିର୍ଦ୍ଧାରିତ ( jumping pit) ଥାଏ ପଡ଼ିଆରେ କିଛି ଦୂରରେ। ଘଣ୍ଟା ବାଜିବା ସତ୍ତ୍ୱେ କେତେଜଣ ଅଭ୍ୟାସ କରୁଥାନ୍ତି। ସେମାନଙ୍କ ଭିତରୁ ଜଣେ ଦେଖି ଦେଲା, ହେଡ଼ମାଷ୍ଟ୍ରେ ଆସୁଛନ୍ତି। ଆରେ ବାପ୍-ରେ ମଣିଷ ନୁହନ୍ତି ବାଘ। ସେମାନେ ପଡ଼ିଆ ଛାଡ଼ି ଚାଲିଗଲେ। କିନ୍ତୁ ପିଲାଟିଏ ବୋଧେ ଏକଥା ଜାଣି ପାରିଲା ନାହିଁ। ସେ ଭ୍ୟାସ ଜରି ରଖିଥାଏ। ହେଡ଼ମାଷ୍ଟ୍ରେ ତାକୁ ଧରି ଢ଼ୋ କରି ତା ଗାଲରେ ଚାପୁଡ଼ାଟାଏ କଷି ଦେଲେ। ଅବଶ୍ୟ ପିଲାଟି ଥିଲା ଜଣେ ଭଲ ଖେଳାଳୀ। ଖେଳାଳୀ ହେଲା ବୋଲି କ'ଣ ଖେଳରେ ମାତିଥିବ। ପଢ଼ାପଢ଼ି କରିବନି। ସେଇ ଚାପୁଡ଼ାରେ ତାର ଜୀବନର ଗତି ବଦଳି ଗଲା। ପରବର୍ତ୍ତୀ କାଳରେ ସେ ଜଣେ ଖେଳଶିକ୍ଷକ ରୂପେ ସେଇ ସ୍କୁଲରେ ଅବସ୍ଥାପିତ ହୋଇଥିଲା।

ଶ୍ରୀଯୁକ୍ତ ମହାନ୍ତି ପ୍ଧାନ ଶିକ୍ଷକ ଥିବାବେଳେ ବିଦ୍ୟାଳ୍ୟର ଛାତ୍ରମାନଙ୍କୁ ପୂର୍ଣ୍ଣ ବିକାଶ ପାଇଁ ଯଥେଷ୍ଟ ସଚେତନ ଥିଲେ। ପିଲାମନରେ ସାହିତ୍ୟନୁରାଗ ସୃଷ୍ଟି କରିବା ପାଇଁ ସେ ସମୟରେ ପ୍ରତ୍ୟେକ ଶ୍ରେଣୀରୁ ମାସିକ ହାତଲେଖା ପତ୍ରିକାମାନ ପ୍ରକାଶ ପାଉଥିଲା । ସଦେଶ ଖବର ଜଣାଇବା ପାଇଁ ପ୍ରତି ଶ୍ରେଣୀରୁଏ ସାପ୍ତାହିକ ସମ୍ବାଦ ବୁଲେଟିନ୍ ( News Buletin) ମାନ ପ୍ରକାଶ ପ୍ିବା ସହ ପ୍ରତି ଶ୍ରେଣୀ ଲାଇବ୍ରେରୀମାନ ସ୍ଥାପିତ ହୋଇଉଥିଲା । କ୍ଲାସ୍ ମନିଟର୍ ଏହି ଲାଇବ୍ରେରୀ ଦାୟୀରେ ରହୁଥିବା ବେଳେ ଜଣେ ଶିକ୍ଷକ ସ୍କୁଲ ଲାଇବ୍ରେରୀର ପରିଚାଳନା କରୁଥିଲେ। ପ୍ରତ୍ୟେକ ଶ୍ରେଣୀରେ ଥିଲା ଡ଼ିବେଟିଂ ସୋସାଇଟି

ପ୍ରତ୍ୟେକ ଶନିବାର ତର୍କପ୍ରତିଯୋଗିତା ଅନିଷ୍ଠିତ ହେଉଥିଲା। ବିଦ୍ୟାଳୟ ପରିସରରେ ଏକ ସଂଗ୍ରାହାଳୟ ( Museum) ପ୍ରତିଷ୍ଠା କରି ସେଥିରେ ବିଭିନ୍ନ ଦୁର୍ଲଭ ପଥର , କାଠ ଓ ଗୁଳ୍ମାଦିକୁ ସେ ସ୍ଥାନ ଦେଉଥିଲେ। ଏହା ଛାତ୍ରମାନଙ୍କ ଜ୍ଞାନତଷ୍ଣାକୁ କେତେକାଂଶରେ ପ୍ରଶମିତ