କରୁଥିଲା । ଏହାଛଡ଼ା ସେ ମଣିଷ ଗଢ଼ିବାର ଅଭୀପ୍ସା ନେଇ ଛାତ୍ରମାନଙ୍କୁ ହାତ୍ତକାମ, ବଡ ଡ଼େଇ କାମ ଓ ଦରଜୀକାମ ଶିଖାଇବାର ସୁବ୍ୟବସ୍ଥା କରିଥିଲା। ହାତକାମରେ ପିଲାମାନଙ୍କର ଛତା ମରାମତି, ଠୁଙ୍ଗା ଓ ଲଫାପା ତିଆରି ଆଦି କରୁଥିଲେ। ପିଲାମାନେ ଜ୍ଞାନ ଆହରଣ ପାଇଁ ପୁସ୍ତକଗତ ବିଦ୍ୟାଯେ ଆଦୌ ପର୍ଯ୍ୟାପ୍ତ ନୁହେଁ, ଅନୁଭୂତି ହିଁ ମଣିଷକୁ ପରିପକ୍ୱତା ଆଣି ଦେଇଥାଏ, ଏଥିପାଇଁ ତେଣୁ ସେ ପିଲାମାନଙ୍କୁ ନେଇ ଶିକ୍ଷା ମୂଳକ ଭ୍ରମଣ(Execution) ର ବ୍ୟବସ୍ଥା କରିଥିଲେ। ଏହାଛଡ଼ା ପିଲାମାନଙ୍କ ମଧ୍ୟରେ ସେବା ଭାବର ବିକାଶ ପାଇଁ ସେ ସ୍କୁଲରେ ସ୍କୌଟ୍ ଶିକ୍ଷାର ପ୍ରଚଳନ କରିଥିଲେ।
ଶ୍ରୀଯୁକ୍ତ ମହାନ୍ତି ପିଲାଙ୍କ ପାଠପଢ଼ା ପ୍ରତି କେବଳ ଧ୍ୟାନ ଦେଉନଥିଲେ। ସେ ଚାହୁଁଥିଲେ ତାଙ୍କ ପିଲାମାନେ ପାଠପଢ଼ା ଓ ଖେଳକୁଦ ସହ ନାଚଗୀତରେ ମଧ୍ୟ ପାରଙ୍ଗମ ହୁଅନ୍ତୁ। ତେଣୁ ହାଇସ୍କୁଲ ପରିସରରେ ପ୍ରତିବର୍ଷ ନାଟକ ଅଭିନୟ ଓ କୌତୁକ ପୋଷାକ (Fansy Dress) ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। ଦ୍ୱିଜେନ୍ଦ୍ରଲାଲ ମିତ୍ରଙ୍କ ଚନ୍ଦ୍ରଗୁପ୍ତ ନାଟକର ଓଡ଼ିଆ ଅନୁବାଦ ତଥା ଫକୀର ମୋହନଙ୍କ ମାମୁଁ ଉପନ୍ୟାସର ନଟ୍ୟ ରୂପ ପ୍ରସ୍ତୁତି କରାଇ ସେ ଏହାକୁ ଅଭିନୀତ କରାଇଥିଲେ। ଯେ ଯେଉଁ କାମ କରୁଥିଲେ, ତାକୁ ଖୁବ୍ ନୁଖୁଣ ଭାବରେ ସମ୍ପାଦନ କରୁଥିଲେ। ହାଇସ୍କୁଲକୁ ଡ଼୍ରାମା ଦେଖିବାକୁ ଥରେ ମହାରାଜା ବଳଭଦ୍ର ନାରାୟଣ ଭଞ୍ଜଦେବ ଆସିଥାଆନ୍ତି। ସେ ସମୟରେ ଦ୍ୱିତୀୟ ବିଶ୍ୱ୍ୟୂଦ୍ଧ ଆରମ୍ଭ ହୋଇଯାଇଥାଏ। ନାଟକରେ ଯୁଦ୍ଧର ଦୃଶ୍ୟ ପରିବେଶଣ କରାଯିବାର ଥାଏ। ଟର୍ଚ୍ଚ ଲାଇଟର ଆଲୋକରେ ଘୂଁ ଘୁଁ ଶବ୍ଦ କରି ମଞ୍ଚ ଉପରେ ଉଡ଼ାଜାହାଜଟିଏ ଉଡ଼ିଯିବାର ଦେଖାଗଲା। ଉଡ଼ାଜାହାଜ ଦେଖି ସୈନିକବେଶୀ ଛାତ୍ରମାନେ ଲୁଚି ପଡ଼ିଲେ। ଉଡ଼ାଜାହାଜଟି ବୋମା ପକାଇଲା।
ଢ଼ାଏ ଢ଼ାଏ ଢ଼ାଏ । ବାସ୍ତବରେ ନାଟକରେ ଦୈଶ୍ୟଟ ଥିଲା ଖୁବ୍ ପ୍ରାଣବନ୍ତ। ଦୃଶ୍ୟରେ ପ୍ରାଣଭରି ଦେବା ପାଇଁ ବୌଁଶ ପ୍ତିଆରେ ଉଡ଼ାଜାହାଜ ତିଆରି ହୋଇଥିଲା। ମଞ୍ଚ ଉପରେ ତାର ଟଣାଯାଇ ଉଡ଼ାଜାହାଜକୁ ମଞ୍ଚର ଏପାଖରୁ ସେପାଖକୁ ନିଆ ଯାଉଥିଲା। ସାଇକେଲ ଚକରେ ଡ଼ବା ବାନ୍ଧି ଘୁଁ ଘୁଁ ଶବ୍ଦ ସୃଷ୍ଟ କରାଯିବା ସହ ବାଣ ଫୁଟାଇ ବୋମା ବର୍ଷଣର ପରିବେଶ ଶୃଷ୍ଟ କରାଯୌଥିଲା। ଉପରୋକ୍ତ ଉଦାହରଣରୁ ଶ୍ରୀ ମହାନ୍ତି କିପରି ପ୍ରତ୍ୟେକ କାମକୁ ନିପୁଣ ଭବରେ ସମ୍ପାଦନ କରିବାକୁ ଯତ୍ନଶୀଳ ଥିଲେ, ତାହା ଜଣାଯାଏ।
ଶ୍ରୀଯୁକ୍ତ ମହାନ୍ତି ଥିଲେ ଜଣେ ସୁସାହିତ୍ୟିକ। ସେ ଶିକ୍ଷକତା କଲାବେଳକୁ ପାଠ୍ୟ ପୁସ୍ତକର ଘୋର ଅନୁଭୂତ ହେଉଥିଲା। ଏହି ଅଭାବ ପୂରଣ ପାଇଁ ସେ ଯତ୍ନଶୀଳ ହୋଇ