ରଚନା କଲେ 'ପାଠ ମଞ୍ଜରୀ' 'ପାଠପ୍ରସୂନ' ଓ 'ମୋ ଭି' । ଏହା ପ୍ରାଥମିକ ବିଦ୍ୟାଳୟର ପାଠ୍ୟପୁସ୍ତକ ରୂପେ ଗୃହୀତ ହୋଇଥିଲା। ପ୍ରଥମ ଶ୍ରେଣୀର ପିଲାଙ୍କ ପାଇଁ ସେ ରଚନା କରିଥିଲେ 'ପାଠ ମଞ୍ଜରୀ' ଏହାର ସରଳ ଭାଷା ଥିଲା କୋମଲ ମତି ପିଲାଙ୍କ ପାଇଁ ଖୁବ୍ ଉପ୍ୟୋଗୀ। ଉଦ୍ଦାହରଣ ସ୍ୱରୂପ:
"ଯାହା ଚାରିଆଡ଼େ ଦେଖାଇ ମୁହଁ ସବୁ କରିଛନ୍ତି ଜଗତ ସାଇଁ ରଙ୍ଗଣୀ ମନ୍ଦାର ଗୋଲାପ ଫୁଲ ପୁଟୁଛନ୍ତି ମାନି ତାଙ୍କରି ବୋଲ।"
ଛୋଟ ପିଲାଙ୍କୁ ଗମ୍ଭୀର ପରିବେଶ ସେଭଳି ପ୍ରୀତିକର ମନେହୁଏ ନାହିଁ। ତେଣୁ ସେ ସେମାନଙ୍କୁ ଗମ୍ଭୀର ପରିବେଶ ମଧ୍ୟକୁ ଓଟାରି ନ ନେଇ ସେମାନଙ୍କ ମନୋରଞ୍ଜନ ପାଇଁ ଯତ୍ନଶୀଳ ହୋଇଥିଲେ। ତେଣୁ ସେ ଲେଖିଥିଲେ:-
"ଚାରି ଚକିଆ ଗାଡ଼ିଟି ମୋର ଚାଲେ ପବନ ପରି ଆସରେ ପିଲେ ଚାଢ଼ିବ ଯେବେ ମଉଜ ହେବ ଭାରି। ଦନେଇ ଭାଇ ଆଗରୁ ଯେବେ ଓଟାରି ଦିଏ ଥରେ, ପବନ ପରି ଯାଏ ସେ ଗଡ଼ି, ନ ରହି କେଉଁଠାରେ।"
ପିଲାଟିଏ ଖେଳିବାକୁ ଖୁବ୍ ଭଲ ପାଏ। ପାଠପରି ଖେଳର ମଧ୍ୟ ଆବଶ୍ୟକତା ରହିଛି। ତେଣୁ ସେ ପିଲାଙ୍କ ପାଇଁ ଖେଳଗୀତ ରଚନା କରିଥିଲେ। ଖେଳଗୀତ ମାଦଗ୍ୟମରେ ସେ ପିଲାଙ୍କୁ ବିଭିନ୍ନ ଖେଳ ସହିତ ପରିଚିତ କରେଇବା ସହ ଖେଳପ୍ରତି ସେମାନଙ୍କର ଆଗ୍ରହ ବୃଦ୍ଧି ପାଇଁ ସେ ଯତ୍ନଶୀଳ ହୋଇଥିଲେ। ଶିକ୍ଷକ ଭାବରେ ସେ ହାଇସ୍କୁଲରେ ଫୁଟବଲ, ଭଲିବଲ, ବାସ୍କେତବଲ ଓ ବ୍ୟାଡ଼୍ ମିଣ୍ଟନ ଆଦି ଖେଳର ପ୍ରଚଳନ କରାଇଥିଲେ। ପିଲାମାନଙ୍କୁ ଭୀମ, ଅର୍ଜ୍ଜୁନ, କର୍ଣ୍ଣ ଓ ଦ୍ରୋଣ ଆଦି ବିଭିନ୍ନ ଦଳରେ ଭାଗକରି ଖେଳାଯାଉଥିଲା। ଖେଳ ଆରମ୍ଭରେ ଓ ଖେଳପରେ ଉପସ୍ଥାନ ନିଆ ହେଉଥିଲା, ତାଙ୍କ ମତ ଥିଲା ସାଧୁତାର ଦୃଢ଼ ଭିତ୍ତି ଉପରେ ଜୀବନର ସୌଧ ପଢ଼ା ହେବା ଉଚିତ। ପାଠ ହେଉ କି ଖେଳ, ସବୁଠାରେ ସତ୍ ପନ୍ଥା ଅନୁସୁତ ହେବା ବିଧେୟ, ତେଣୁ ସେ କୁହନ୍ତି:-