ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୪୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

"ଆସ ହେ ସଙ୍ଗାତ ମିତ
ଖେଳିବା ଯାଇ ତୁରିତ।
ଦଉଡ଼ା ଦଉଡ଼ି ଖେଳ
ଯାର ମେଳ
ଖେଳ ଗୋଳାଏ ଯେ ପିଲା
ସେ ଅଟେ ବଡ଼ ଚଗଲା।
ମିଛ କୁହା
କରେ ତାକୁ ଛାରଖାର।"
ସେ ପିଲାଙ୍କ ପାଇଁ କେବଳ ପଦ୍ୟ ରଚନା କରି ନ ଥିଲେ/ ତାଙ୍କର ଶିଶୁପାଠ୍ୟରେ 'ସିଂହ ପୋଡ଼ି' ପାଉଁଶ ହେଲା ଓ 'ଦରଜି ପିଲାର ସାହାଅ' ଭଳି ବହୁ ମନଲାଖି ଓ ଶକ୍ଷାପ୍ରଦ ଗଳ୍ପ ସଂଯୋଜିତ ହୋଇଥିଲା। ଏହାଛଡ଼ା ପିଲାଙ୍କ ଜ୍ଞାନର ପରିସର ବୃଦ୍ଧି କରିବାକୁ ସେ ଐତିହାସିକ ପଳ୍ପ ତଥା ଭ୍ରମଣ କାହାଣୀ ମଧ୍ୟ ରଚନା କରିଥିଲେ।

ସେ କେବଳ ଜଣେ ସଫଳ ଶିଶୁ ସାହିତ୍ୟିକ ନ ଥିଲେ ସେ ମଧ୍ୟ ଥିଲେ ଜଣେ ଦକ୍ଷ ସମ୍ପାଦକ। ତାଙ୍କର ବଳିଷ୍ଟ ସମ୍ପଦନାରେ କେନ୍ଦୁଝର ଗଡ଼ର 'ବଳଭଦ୍ର ସାହିତ୍ୟ ସଂସଦ ' ର ମୁଖପତ୍ର 'ବନବୀଣା' ଆତ୍ମ ପ୍ରକାସ କରଥିଲା । ଏହି 'ବନବୀଣା' ହିଁ ହୋଇ ଉଠିଥିଲା ବହୁ ସାହିତ୍ୟ ସାଧକଙ୍କ ସାରସ୍ୱତ ଏନ୍ତୁଦିଶାଳା ।
ଯଥାର୍ଥ ଶ୍ରୀଯୁକ୍ତ ମହାନ୍ତି ଥିଲେ ଜଣେ ମଣିଷଗଢ଼ା କାରିଗର । ତାଙ୍କର କଠୋର ବୁଭାର ମଧ୍ୟରେ ଛାତ୍ର ସମାଜ ପାଇଁ ଭରି ରହିଥିଲା ଅପରିସୀମ ମମତା । ସେ ବହୁ ପିଲାଙ୍କୁ ନିଜ ହାତରେ ଗଢ଼ିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଆଜି ବିଭିନ୍ନ କ୍ଷେତ୍ରରେ ସୁପ୍ରତିଷ୍ଟିତ । ସେ ଚାରୋଟି ପୁତ୍ର ଓ ଚାରୋଟି କନ୍ୟା ସନ୍ତାନର ଜନକ ହେଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ତାଙ୍କର ପରିବାର ଥିଲା ଢ଼େରେ ଅଧିକ । ସେ ତାଙ୍କ ଜୀବନ କାଳରେ ବହୁ ଅଭାବଗ୍ରସ୍ତ ଛାତ୍ରଙ୍କୁ ପ୍ରତିପୋଷନ କରି ମଣିଷ କରିଛନ୍ତି । ୧୯୯୬ ମସିହା ୧୨ ତାରିଖରେ ତାଙ୍କର ଦେହବସାନ ଘଟିଥିଲେହେଁ ସଫଳ କାରିଗର ଭାବରେ ତାଙ୍କର ସୁଖ୍ୟାତି ତାଙ୍କର ଅଗଣିତ ଛାତ୍ରଛାତ୍ରୀଙ୍କ ପ୍ରାଣରେ ବହୁକାଳଧରି ଅମ୍ଳାନ ହୋଇ ରହିବ ଓ ସମାନେ ତାଙ୍କର ପବିତ୍ର ଜୀବନର ସ୍ମୃତିଚାରନ କରୁଥିବେ ।