ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୪୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କୃତୀ ଶିକ୍ଷକ ଉଦ୍ୟନାଥ ପଣ୍ତ

                                                                                      ଡ଼ଃ ଦିଗରାଜ ବ୍ରହ୍ମା

୧୯୭୭ ମସିହା। ସେହିବର୍ଷ ମୁଁ ସମ୍ବଲପୁର ସରକାରୀ ପ୍ରଶିକ୍ଷଣ ମହାବିଦ୍ୟାଳୟ( ଅଧିନା ଡ଼ଃ ପର୍ଶରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନ) ରେ ଅଧ୍ୟାପକ ରୂପେ ଯୋଗ ଦେଇଥାଏ। ଯୋଗଦାନର ଅଳ୍ପ କେଇଦିନ ପରେ ଅଧ୍ୟକ୍ଷ ପ୍ରଫେସର ଶରଚ୍ଚନ୍ଦ୍ର ଦାଶଙ୍କ ପ୍ରଚେଷ୍ଟାରେ ଶ୍ରୀ ଅରବିନ୍ଦଙ୍କ ଶିକ୍ଷାଦର୍ଶନ ସମ୍ପର୍କରେ ଏକ ଶିଚା ସେମିନାର ଅନୁଷ୍ଟିତ ହୋଇଥିଲା। ସେହି ସେମିନାରରେ ହିଁ ମୋର ତାଙ୍କ ସହିତ ପରିଚୟ ହୋଇଥିଲା। ସେତେବେଳେ ସତୁରୀ ଅତିକ୍ରମ କରିଥିବା ଏହି ଯୁବ ସୁଲଭ ଉତ୍ସାହର ଓ ଆଗ୍ରହଥିବା ଶିକ୍ଷାବିତଙ୍କର ଆତ୍ମିକ ଚେତନା ଏତେ ଅଧିକ ଥିଲା ଯେ ତାହା ପରବର୍ତ୍ତୀ ସମୟରେ ମତେ ତାଙ୍କ ଜୀବନୀ ଅନୁଧ୍ୟା କରିବାକୁ ଉଦ୍-ବୁଦ୍ଧ କରିଥିଲା।

୧୯୧୧ ମସିହା ଏପ୍ରିଲ ୧୪ ତାରିଖ,। ପବିତ୍ର ମହାବିଷୁବ ସଂକ୍ରାନ୍ତି ଦିନ ସମ୍ବଲପୁର ଜିଲ୍ଲର ତାଲବ ଗ୍ରାମରେ ଏକ କୁଳିନ ବ୍ରାହ୍ମଣ ପରିବାରରେ ଉଦୟନାଥ ଜନ୍ମ ଗ୍ରହଣ କରିଥିଲେ। ପରିବାରର ପ୍ରଥମ ସନ୍ତାନ ହୋଇଥିବାରୁ ପିତାମାତା ଶ୍ରଦ୍ଧାରେ ତ୍ଙ୍କ ନାମ ଉଦୟନାଥ ରଖିଥିଲେ। ବାଲ୍ୟକାଳରୁ ପିତା ସୁଦର୍ଶନ ଓ ମାତା ଜମ୍ବୁବତିଙ୍କ ସଦ୍ ଗୁଣର ବିଶେଷ ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା।

ସେ ୧୯୨୯ ମସିହାରେ ପାଟଣା ବିଶ୍ୱବିଦ୍ୟାଳ୍ୟ ଅଧୀନରେ ଅନୁଷ୍ଟିତ ମାଟ୍ରିକ ପରିକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ରେଭେନ୍ନସା ମହାବିଦ୍ୟାଳୟରେ ସେ କିଛି ଦିନ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଇଥିଲେ। ସେହି ସମୟରେ ସେ ଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ବିକାସ ନିମନ୍ତେ ବିଶେଷ ଯତ୍ନ କରିଥିଲେ। ଶିକ୍ଷାଦାନ ସହିତ ବିଦ୍ୟାଳୟର ବଗିଚାକାମ ଖେଳ, କସରତ୍, ତର୍କ ଆଦି ତାଙ୍କ ଦ୍ୱାରା