ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୪୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ୱାଧୀଞ୍ଚେତା ଶିକ୍ଷକ

                                                                            ବାଞ୍ଛାନିଧି ସତପଥୀ
                                                                    ଡ଼ଃ ରବୀନ୍ଦ୍ର କୁମାର ପ୍ରହରାଜ

ଆମ ଦେଶରେ ଆଧୁନିକ ଶିକ୍ଷା ପ୍ରସାରର ଇତିହାସ ପ୍ରତି ଦୃଷ୍ଟିପାତ କଲେ ସହରଠାରୁ ମଫସଲ ପର୍ଯ୍ୟନ୍ତ ଏକ ଏକ ଅଞ୍ଚଳରେ ପ୍ରମୁଖ ଓ ପ୍ରଧାନ ବିଦ୍ୟାପୀଠରେ ପରିଣତ ଅନୁଷ୍ଠାଙ୍ଗୁଡ଼ିକ ଜଣେ ଶିକ୍ଷାବ୍ରତୀ, ସମାଜ ସେବୀ ବ୍ୟକ୍ତି ବିଶେଷଙ୍କର ଶ୍ରମ ଓ ସେଦ ଦାନରେ ଗଢ଼ି ଉଠିଥିବା ଘଟଣା ଜୀବନ୍ତ ହୋଇଉଠେ। କଟକର ରାଣୀହାଟ ହାଇସ୍କୁଲ ଏହିଭଳି ଏକ ଶିକ୍ଷନୁଷ୍ଠାନ। ଏହା ସହିତସ୍ୱର୍ଗତ ପ୍ରଧାନ ଶିକ୍ଷକ ବାଞ୍ଛାନିଧି ଶତପଥୀଙ୍କର ନାମ ଏକଦା ଏଭଳି ବିଜଡ଼ିତ ଥିଲା ଯେ ସର୍ବସାଧାରଣରେ ତାହା ତାଙ୍କରି ସ୍କୁଲ ବୋଲି କୁହାଯାଉଥିଲା। ସେ ନିଜେ ମଧ୍ୟ 'ମୋ ସ୍କୁଲ' ଖିବାର ଅପାର ଆତ୍ମତୃପ୍ତି ଲାଭ କରୁଥିଲେ। ଏହା ଆତ୍ମମ୍ଭରିତା ଅଥବା ଅହ୍ମିକା ସମ୍ବଳିତ ଉକ୍ତି ନଥିଲା, ଏହା ଥିଲା ପ୍ରଚଣ୍ତ ମମତ୍ୱବୋଧର, ଯାହାର ଉଦ୍-ଭବ ଘଟିଥିଲା ତ୍ୟାଗରୁ, ଆତ୍ମସ୍ୱାର୍ଥ ବଳିଦାନରୁ।