Jump to content

ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଆଶାତୀତ ବୃଦ୍ଧିପ୍ରାପ୍ତ ହେବାରୁ ଗୃହନିର୍ମାଣ ସମସ୍ୟାର ସମାଧାନ ଲାଗି ତାଙ୍କୁ କଠୋର ପରିଶ୍ରମ କରିବାକୁ ହେଲା। ତାଙ୍କର ତତ୍କାଳୀନ ସହକର୍ମୀ ଅନନ୍ତବାବୁ ସେଦିନର ସ୍ମୃତିଚାରଣ କର କହୁଥିଲେ ଯେ, ବାଞ୍ଛାନିଧିବାବୁ ରାଣୀହାଟ ସ୍କୁଲ୍ ଗଢ଼ିବାରେ ତାଙ୍କର ସମସ୍ତ ଧ୍ୟାନ, ଧାରଣା, କର୍ମ ଓ ସମୟ ବ୍ୟୟ କରିବାକୁ ଯାଇ ନିଜ ପରିବାରକୁ ଭୁଲି ଯାଇଥିଲେ। ନବପରିଣୀତା ପତ୍ନୀଙ୍କି ମଧ୍ୟ ଚାହିଁନଥିଲେ। ପରିଣତ ବୟସରେ ପତ୍ନୀଙ୍କ ପ୍ରତି ଦୃଷ୍ଟି ଦେଲାବେଳକୁ ସମୟ ଅତିକ୍ରାନ୍ତ ହୋଇ ସାରିଥିଲା। ସେଥିପାଇଁ ସେ ଶେଷ ପର୍ଯ୍ୟନ୍ତ ନିରପତ୍ୟ ରହିଗଲେ। ମାତ୍ର କାଳକାଳକୁ ରଖିଗଲେ ତାଙ୍କର ଅହୋରାତ୍ର ନିରବଚ୍ଛିନ୍ନ ପ୍ରଗାଢ଼ ଉଦ୍ୟମର ଫଳଶ୍ରୁତି ଦ୍ୱିତଳ ପ୍ରସାଦଉପମ ସୌଧ ଶ୍ରେଣୀ ଶୋଭିତ ରାଣୀହାଟ ହାଇସ୍କୁଲ୍, ୧୯୬୦-୬୧ ବେଳକୁ ଯାହାର ଛାତ୍ରଛାତ୍ରୀ ସଂଖ୍ୟା ଥିଲା ତିନିହଜାରରୁ ଅଧିକ। ଅନ୍ୟ ଶ୍ରେଣୀକୁ ବାଦ୍ ଦେଲେ ବି କେବଳ ଏକାଦଶ ଶ୍ରେଣୀଟି ଚାରିଭାଗରେ ବିଭକ୍ତ ଥିଲା। ସକାଳ ଓ ମଧ୍ୟାହ୍ନ ଦୁଇଟି ପର୍ଯ୍ୟାୟରେ ସ୍କୁଲ୍ ଚଳୁଥଲା। ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସଂଖ୍ୟା ଥିଲା ଚାଳିଶିରୁ ଅଧିକ। କ୍ରମବର୍ଦ୍ଧମାନ ଛାତ୍ରସଂଖ୍ୟା ପାଇଁ ସ୍ଥାନାଭାବସମସ୍ୟା ଉତ୍କଟ ହୋଇ ଉଠିବାରୁ ବିଦ୍ୟାଳୟ ପରିସରକୁ ବିସ୍ତାରିତ କରିବାର ଲକ୍ଷ୍ୟ ନେଇ ସେ ଘଟଣାକ୍ରମେ ସ୍ୱନାମଧନ୍ୟା ମହିଳା ଡ଼ାକ୍ତର ଜ୍ୟେସ୍ନା ଦେଈଙ୍କ ସହ ଦେୱାନି ମୋକଦ୍ଦମା ଚଳାଇବାକୁ ବାଧ୍ୟ ହୋଇଥିଲେ। ପରିଚାଳନାସମିତିର ପୂର୍ଣ୍ଣ ସମ୍ମତିକ୍ରମେ ଏହା ଚଳୁଥିବାରୁ ବିଦ୍ୟାଳୟ ପାଣ୍ଟିରୁ ଏଥିପାଇଁ ଅର୍ଥବ୍ୟୟ କରିବାକୁ ପଡ଼ୁଥିଲା। ଫଳରେ ଶିକ୍ଷକ-ଶିକ୍ଷୟିତ୍ରୀ ଯତା ସମୟରେ ଦରମା ପାଉନଥିଲେ । ବାଞ୍ଛାନିଧି ବାବୁଙ୍କ ବ୍ୟକ୍ତିତ୍ୱର ପ୍ରଭାବ ଯୋଗୁଁ ବିଦ୍ୟାଳୟର ସ୍ୱାର୍ଥକୁ ଅଗ୍ରାଧିକାର ଦେବା ଲାଗି କେହି ମଧ୍ୟ ପଶ୍ଚାତ୍-ପଦ ନଥିଲେ। ଅଧ୍ୟୟନ କାର୍ଯ୍ୟ ସେଥିପାଇଁ କୌଣସି ସମୟରେ ବିଘ୍ନିତ ହେଉନଥିଲ।। ସ୍କୁଲ୍ କାର୍ଯ୍ୟ ଚଳୁଥିଲା ବେଳେ ବାଞ୍ଛାନିଧିବାବୁ ନୀରବରେ ଶ୍ରେଣୀ କକ୍ଷ ପାଖ ଦେଇ ଘୂରି ଆସୁଥିଲେ। ଶିକ୍ଷକ ଓ ଛାତ୍ରମାନଙ୍କ ପାଇଁ ସେତିକି ଯଥେଷ୍ଟ ଥିଲା। ଛାତ୍ରଛାତ୍ରୀଙ୍କର ନୈତିକ ଆଚାର-ବ୍ୟଭାରଗତ ତ୍ରୁଟିକୁ ସେ କ୍ଷମା କରୁନଥିଲେ। ଅଫିସ ବାରଣ୍ତାରେ ଠିଆ କରାଇ ସେ ଛାତ୍ରଛାତ୍ରୀଙ୍କୁ ଦଣ୍ତ ଦେଉଥିଲେ। ସବୁ ଶ୍ରେଣୀର ପିଲା ଯାପରି ଏହି ଦୃଷ୍ଟାନ୍ତମୂଳକ ଶାସ୍ତିକୁ ପ୍ରତ୍ୟକ୍ଷ କରି ଭବିଷ୍ୟତ ଲାଗି ସଜାଗ ହେବେ, ଏହା ଥିଲା ତାଙ୍କର ଉଦ୍ଦେଶ୍ୟ।

ବାଞ୍ଛାନିଧି ଶତପଥୀ ଥିଲେ ଗୌରବର୍ଣ୍ଣର। ସ୍ୱାସ୍ଥ୍ୟ କ୍ଷୀଣ ଓ ଉଚ୍ଚତାରେ ଗେଡ଼ା। ତାଙ୍କର ପରିଧେୟଥିଲା ଶଭ୍ର ଧୋତି ସାଙ୍ଗକୁ ଧଳା ଅଦିକନାର ପଂଜାବୀ। ସେ ଧୋତିକୁ