ଫୁଲ୍ ପ୍ୟାଣ୍ଟ୍ ଭଳି ପିନ୍ଧନ୍ତି। ଅଳ୍ପ ଲମ୍ବା ମୁହଁଟି ତାଙ୍କର ତୀକ୍ଷ୍ମ ନାସିକା ଯୋଗୁଁ ଦୃଷ୍ଟି ଆକର୍ଷଣ କରୁଥିଲା। ନାକତଳେ ଅଳ୍ପ ନିଶ ଇ ନାକ ଉପରେ ସଦାଶୋଭିତ ରୋଲ୍-ଡ଼୍-ଗୋଲ୍ଟ ଫ୍ରେମ୍-ର ଚଷମା ତାଙ୍କ ବ୍ୟକ୍ତିତ୍ୱକୁ ସାମ୍ଭ୍ରାନ୍ତ୍ୟ ଯୋଗାଇଉଥିଲେ । ସେ ରୁଞ୍ରାହୀ ଥିବାରୁ କୃତିବିଦ୍ୟ ଶିକ୍ଷକମାନଙ୍କୁ ବିଦ୍ୟାଳୟର ହିତସାଧନରେ ନିଯୋଜିତ କରୁଥିଲେ। ସେଥିପାଇଁ ରାଣୀହାଟ ହାଇସ୍କୁଲର ବାର୍ଷିକ ଫଳାଫଳ ଉତ୍ସାହଜନକ ଥିଲା। ଅଧିକାଂଶ ବର୍ଷ ଏହି ସ୍କୁଲ୍-ର ଛାତ୍ର ବୈତ୍ତି ଲାଭ କରୁଥିଲେ।
ବାଞ୍ଛାନିଧିଶତପଥୀ ସ୍ୱ୍ୱାଧୀଞ୍ଚେତା ଥିବାରୁ ଅନେକ ମହଲରେ ଆଦୃତ ହେଉନଥିଲେ। ଏଥିପାଇଁ ତାଙ୍କର ସ୍ପଷ୍ଟବାଦିତା ଅନେକାଂଶରେ ଦାୟୀ। ସେ ତାଙ୍କ ସ୍କୁଲ୍ ସଂପର୍କରେ କୌଣସି ଅହେତୁକ ପ୍ରତିକୂଳ ମନ୍ତବ୍ୟ ବା ବିଚାରଧାରାକୁ ତାତ୍-କାଳିକ ଲାଭ ଦୃଷ୍ଟିରୁ ସହ୍ୟ କରିନେବାକୁ ପ୍ରସ୍ତୁତ ନଥିଲେ। ପ୍ରତିବାଦ ତାଙ୍କେ ଯାପରି ଥିଲା ଶାଣିତ, ଅବଜିମତ ଥିଲା ତତୋଧିକ ସୃପ୍ତ। ସେ ଶିକ୍ଷାଗତ କୌଳିକ ନୀତି ସହ କିଛି ହେଲେ ଅପମିଶ୍ରଣକୁ ପ୍ରଶ୍ରୟ ଦେଉନଥିଲେ।
ବ୍ୟକ୍ତିଗତ ସ୍ତରରେ ସେ ଥିଲେ ସମ୍ବେଦନଶୀଳ। ଅନେକ ଦରିଦ୍ର ଅଥଚ ମେଧାବୀ ଛାତ୍ରଙ୍କୁ ସେ ନିଜ ପାଖରେ ରଖି ତାଙ୍କର ଗ୍ରାସାଚ୍ଛାଦନର ଦାୟିତ୍ୱ ମୁଣ୍ତାଇ ସେମାନଙ୍କୁ ମଣିଷ କରିଥଲେ। ସେମାନେ ଥିଲେ ତାଙ୍କର ପୁତ୍ରବତ୍ ଅନୁରକ୍ତ। ବାଞ୍ଛାନିଧି ବାବୁଙ୍କର ସେହିମାନଙ୍କଠାରେ ଥିଲା ପ୍ରଗାଢ଼ ବିଶ୍ୱାସ। ବାଞ୍ଛାନିଧି ଶତପଥିଙ୍କର ଶିକ୍ଷକ ଭାବରେ ମହତ୍ତ୍ୱ ଜାଣିବାକୁ ହେଲେ ସ୍ୱନାମଧନ୍ୟ ସାହିତ୍ୟିକ ଚିତ୍ତରଂଜନ ଦାସଙ୍କର ଆତ୍ମଜୀବନୀ 'ମିତ୍ରସ୍ୟ ଚକ୍ଷସା' ପଠନୀୟ। କ୍ଷହାତ୍ରମାନେହିଁ ଥିଲେ ତାଙ୍କର ସର୍ବସ୍ୱ। ସେ ସେମାନଙ୍କର ଥିଲେ ବନ୍ଧୁ, ପିତା ଓ ଦିଗ୍-ଦର୍ଶକ । ସେମାନଙ୍କ ମଧ୍ୟରୁ କେତେକ ତାଙ୍କ ସ୍କୁଲରେ ଥିବାରଲୁ ସେ ଅପେକ୍ଷାକୃତ ନିଶ୍ଚିତ ରହୁଥିଲେ। ୧୯୬୧ ଅଗଷ୍ଟ ପହିଲାରୁ ୧୯୬୩ ଡ଼ିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ମୁଁ ଥିଲି ତାଙ୍କର ସହକର୍ମୀ। ମୋ କର୍ଯ୍ୟରେ ସେ ସନ୍ତୁ$1୍ଟ ଥିଲେ ଓମୋର ଉତରୋତ୍ତର ଉନ୍ନତି କାମନା କରୁଥିଲେ । ମୋଭଳି ଅନେକ ଶକ୍ଷକ ତାଙ୍କରି ଅଧୀନରେ କାର୍ଯ୍ୟ କରୁଥିଲା ବେଳେ ଘରୋଇ ଭାବେ ଏମ୍·ଏ· ପରୀକ୍ଷା ଦେଇ ସଫଳତା ଅର୍ଜନ କରିବା ସଂଗେ ସଂଗେ ଅଧ୍ୟାପନାଦି ଉଚ୍ଚତର ବୃତ୍ତି-କ୍ଷେତ୍ରରେ ପ୍ରବେଶ କରିଥିଲେ। ଏଥିପାଇଁ ଆବଶ୍ୟକସ୍ଥଳେ ବ୍ୟକ୍ତିଗତ ଷାୟତା ଯୋଗାଇବାରେ ସେ କୁଣ୍ଠା ପ୍କାଶ କରୁନଥିଲେ।