ସମଗ୍ର ରାଣୀହାଟ, କଲେଜ ଛକ ଓ ମଙ୍ଗଳାବାଗ, ଅଞ୍ଚଳର ସେ ଥିଲେ ସର୍ବମାନ୍ୟ। ଶେଷ ଆଡ଼କୁ ସ୍ଥାନୀୟ ଲୋକଙ୍କ ଚାପ ଓ ଅନୁରୋଧ ଏଡ଼ାଇ ନପାରି ସାଆନ୍ତ ସାହିରେ ଖଣ୍ତିଏ ନାସଭୂମି କ୍ରୟ କରିଥିଲେ ସେ ଗୃହ ନିର୍ମାଣ ଲାଗି ଉପକରଣ ଯୋଗାଇଥିଲେ ତାଙ୍କର ଦଶମ୍ବଦ ବ୍ୟବସାୟୀ ଛାତ୍ରମାନେ। ଏଭଳି ଅଯାଚିତ ସାହାଯ୍ୟପ୍ରାପ୍ତିରେ ତାଙ୍କର କ୍ଷୋଭର ସୀମା ନଥିଲା। ବୋଧହୁଏ ଏତଦ୍ୱାରା ତାଙ୍କର ବହୁପୋଷିତ ସ୍ୱାଧୀଞ୍ଚେତା ବ୍ୟକ୍ତିତ୍ୱ ଆହତ ହେଉଥିବା ସେ ଅନ୍ତରରେ ଅନୁଭବ କରୁଥିଲେ। ମାତ୍ର ଗୃହ୍ନିର୍ମାଣ କାର୍ଯ୍ୟଟି ଆରମ୍ଭ ହୋଇଯିବା ପରେ ତାକୁ ବନ୍ଦ କରିଦେବା ସମ୍ଭବପର ନଥିଲା। ଅବସର ଗ୍ରହଣର ସମୟ ମଧ୍ୟ ନିକଟତର ହୋଇ ଆସୁଥିଲା।
ରାଣିହାଟ ହାଇସ୍କୁଲର ସେ ଥିଲେ ଜଙ୍କ ଓ ପାଳକ। ସେହି ଯାବତୀୟ ଜଞ୍ଜାଳ ଧରି ରଖିଥିଲା ତାଙ୍କର ପ୍ରାଣସ୍ପନ୍ଦଙ୍କୁ। ତେଣୁ ଅବସର ଗ୍ରହଣ ପରେ ପରେ ସେ ରୁଗ୍ଣ ହୋଇଗଲେ ଓ କ୍ରମଶଃ ତାଙ୍କର ଜୀବନପ୍ରଦୀପ ନିର୍ବାଣମୁଖୀ ହୋଇପଡ଼ିଲା। ରାଣୀହାଟ ହାଇସ୍କୁଲ୍ ପ୍ରାଙ୍ଗଣର ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ତାଙ୍କର ଆବକ୍ଷ ପ୍ରତିମୂର୍ତ୍ତିର ପ୍ରତିଷ୍ଠା କରାଯାଇଛି, ଯେଉଁଠି ସ୍ୱ ଦୈନନ୍ଦିନ ଛାତ୍ର-ଶିକ୍ଷକ ସମ୍ବେତ ପ୍ରାର୍ଥନା ସଭାରେ ଯୋଗଦେବାକୁ ଯାଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ ଏକାଖୀ ପ୍ରାର୍ଥନାମୁଦ୍ରାରେ ଦଣ୍ତାୟମାନ ରହି। ଜଣେ ସଫଳ ଶକ୍ଷାବିତ୍ର ସାର୍ଥକ ଜୀବନ କଟାଇ ବାଞ୍ଛାନିଧି ଶତପଥୀ ୧୯୭୩ ମସିହାରେ ଇହଧାମରୁ ବିଦାୟ ଘେନିଛନ୍ତି। ମାତ୍ର ରାଣୀହାଟ ହାଇସ୍କୁଲ୍ର ଅସସ୍ତିତ୍ୱ ସହ ତାଙ୍କର ଆତ୍ମିକ ଯୋଗସୂତ୍ର ସ୍ମୃତିକୋଷରେ ଅମ୍ଳାନ ଓ ଅଚ୍ଛେଦ୍ୟ ଭାବେ ବିଜଡ଼ିତ ରହିଥିବ, ଏହା ନିଃସନ୍ଦେହ।