ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଇଂରାଜୀ ଭାଷା ଓ ସାହିତ୍ୟର ପ୍ରସାର ସହ ଇଂରାଜୀ ଶାସନ କଳ ପାଇଂ ମାକଲେ ସାହେବ ୧୮୩୪ ମସିହାରେ କତିପୟ ଭାରତୀୟଙ୍କୁ ପ୍ରସ୍ତୁତ କରିବାର ଯେଉଁ ପର୍ବ ଆରମ୍ଭ କଲେ; ସେହି ସ୍ୱପ୍ନର ପରିଣତି ସ୍ୱରୁପ ଏମାଟିରେ ଆଧୁନିକ ଶିକ୍ଷାବିମଣ୍ଡିତ ଗୋଟିଏ ମଧ୍ୟବିତ୍ତ ଶ୍ରେଣୀର ଉଭବ ହେଲା। ଏହି ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀ ଜଣେ ସ୍ୱାଥକ ପ୍ରତିନିଧି ଏବଂ ଓଡିଶା ମାଟିରେ ଶିକ୍ଷା ବିଭାଗର ଜଣେ ମର୍ଯ୍ୟାଦାବନ୍ତ ଅଫିସରଭାବେ ରାଧାନାଥ ଓଡିଶା ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ଏହାର ଉନ୍ନତି କଳ୍ପେ ତାଙ୍କର ବୃତ୍ତି ପ୍ରତି ଯେଉଁ ନିଷ୍ଠା ଓ ଆନ୍ତରିକତା ପ୍ରଦର୍ଶନ କରିଗଲେ ତାହା ତତ୍‌କାଳୀନ ଅଫିସରମାନଙ୍କୁ ବିସ୍ମିତ କରିଦେଇଥିଲା ।