ଅନୁବିଭାଗୀୟ ଅଧିକାରି ପଠାଇବାକୁ କହୁଥିଲେ । ମୁଁ କହିଲେ, ନାରାୟଣ ହାଇସ୍କୁଲ୍ ବଡ଼ସାର୍ ମୋ ମୋକଦ୍ଦମା ବୁଝିଦେବେ। ତେଣୁ ଆପଣଙ୍କୁ ସେ କଥା ବିଚାର କରିବାକୁ ହେବ।" କ ହିଲେ ପୌଢ଼ା ଜଣକ। ରଘୁନାଥ ସେଇ ମୋକଦ୍ଦମାର ଆପୋଷ ନିଷ୍ପତ୍ତି କରି ଦେଇଥିଲେ। ଏଥିରେ ତାଙ୍କ ସୁନାମ ବ୍ୟାପି ଯାଇଥିଲା। ଏହିପରି ଆଉ ଚାରୋଟି ମୋକଦ୍ଦମା ତାଙ୍କ ବିଚାର ପାଇଁ ଆସିଥିଲା ଓ ସବୁଗୁଡ଼ିକର ସମାଧାନ ରଘୁନାଥ ସୁଚାରୁରୂପେ କରିଥିଲେ।
ଏହିକଥା ଜାଣି ବରହ୍ମପୁର ଶିକ୍ଷାମଣ୍ତଳାଧୀଶ ରଘୁନାଥଙ୍କ ନାମ ଇଡ଼ିଶା ପ୍ରାଶାସନିକ ସେବା ପାଇଁ ସୁପାରିସ କରିଥିଲେ/ ରଘୁନାଥ ବିନୀତ ଭାବରେ ତାହା ପ୍ରତ୍ୟାଖ୍ୟାନ କରିଥିଲେ। ତାଙ୍କ ଉକ୍ତି ଥିଲା, 'ଶିକ୍ଷକର ସମ୍ମାନ ପ୍ରଶାସକର ସମ୍ମାନଠାରୁ ଅଧିକ।'
ନରସିଂହପୁରରେ କଲେଜ ସ୍ଥାପନ କରିବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଓ ପ୍ରଥମ ପରଚାଳନା କମିଟିର ସଭାପତି ଥିଲେ। ନରସିଂହପୁର ବ୍ରହ୍ମଣ ସମିତିର ସେ ଏବେ ସଭାପତି ଓ ସାହିତ୍ୟ ସଂସଦର ଉପଦେଷ୍ଟ ଭାବେ ରହିଛନ୍ତି।
ସପ୍ତମ ଶ୍ରଣୀରେ ପଢ଼ିବା ଦିନଠାରୁ ଇଂରାଜୀ ପଠନର ଅଭ୍ୟାସ ଫଳରେ ସେ ଉଚ୍ଚାରଣ ଓ ବାକ୍ୟ ଗଠନଶୈଳୀରେ ମୌଳିକତା ଅର୍ଜନ କରିଥିଲେ। ଥରେ ମୁଁ କେତେକ ଶବ୍ଦ କଥୋପକଥନ ଛଳରେ ପଚାରିଲି, "ଆଜ୍ଞା, ମୁଁ ଏହି ସବୁ ଉକ୍ଷକ୍ଷାରଣ ରଘୁନାଥଙ୍କଠାରୁ ଶିଖିଥିଲା, ସେ ମଧ୍ୟ ଉଚ୍ଚାରଞତ ତ୍ରୁଟି ଗୁଡ଼ିକୁ ସୂଚାଇ ପାରିଥିଲେ। ରଘୁନାଥଙ୍କର ଶିକ୍ଷାଦାନର ବିଶେଷତ୍ୱ ଥିଲା ଏହିପରି।
ସେ ସମସ୍ତ ବିଷ୍ୟରେ ଶିକ୍ଷାଦାନ କରିପାରୁଥିଲେ। ଏଣୁ ବିଦ୍ୟାଳୟର ପ୍ରତ୍ୟେକ ଶିକ୍ଷକ ତାଙ୍କଠାରୁ ଶିକ୍ଷାପ୍ରଣାଳୀ ଶିକ୍ଷା କରୁଥିଲେ। ଆଦର୍ଶ ଶିକ୍ଷାଦାନପ୍ରଣାଳୀରେ ନିୟୋଜନ ତାଙ୍କର ଏକ ବିଶେଷତ୍ୱ ଥିଲା। ସେ ଶ୍ରେଣୀକ ପ୍ରବେଶ କରିବା ଓ ପ୍ରସ୍ଥାନ କରିବା ବେଳେ ବେଶ୍ ସମୟାନୁବର୍ତ୍ତୀ ଥିଲେ। ଗରିବ ଛାତ୍ରମାନଙ୍କୁ ନିଜ ଘରକୁ ଡ଼ାକି ସେମାନଙ୍କୁ ଉଚ୍ଚ ପାଠ ପଢ଼ିବା ପାଇଁ ସାହାଯ୍ୟ କରିବା ତାଙ୍କର ପରମ କର୍ତ୍ତବ୍ୟ ବୋଲି ସେ ମଣୁଥିଲେ।
ପୁରସ୍କାର ଛାତ୍ରମାନଙ୍କୁ ଉନ୍ନତିପଥରେ ଅଗ୍ରସର ହେବାକୁ ପ୍ରେରଣା ଯୋଗାଏ ଏହା ସହୃଦୟଙ୍ଗମ କରିଥିଲେ। ଏଣୁ ଦଶପଲ୍ଲା ହାଇସ୍କୁଲରେ ଥିବା ସମୟରେ ନିଜର