ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅନୁରୂପ ଘଟଣା ସେ ବର୍ଷ ଡିସେମ୍ବର ମାସରେ ଘଟିଥିଲା ଦଶପଲ୍ଲାଠାରେ । ସ୍ୱାଧୀନଚେତା ଶିକ୍ଷକ ରଘୁନାଥ ଆଞ୍ଜୁଳା ପାତି ଏକ ପାଣ୍ଠି ମୁହୂର୍ତ୍ତକ ମଧ୍ୟରେ ସୃଷ୍ଟି କରିଥିଲେ ଛାତ୍ରମାନଙ୍କ ବୃତ୍ତି ପାଇଁ,ଯାହାକି ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱର ପରାକାଷ୍ଠା ଥିଲା । ତାଙ୍କୁ ସେଠାରେ ମଧ୍ୟ ସମ୍ମାନିତ କରାଯାଇଥିଲା । ଏପରି ଭାବବିହ୍ୱଳ ସମ୍ମାନପ୍ରଦାନ କ୍ୱଚିତ୍ ଦେଖିବାକୁ ମିଳିଥାଏ ।

ଏହି ଶିକ୍ଷକଙ୍କର ଜୀବନ କାହାଣୀ ନରସିଂହପୁର ମାଟି ମାଅର ଏକ ସୁଯୋଗ୍ୟ ସନ୍ତାନ ତଥା ଗୌରବମୟୀ ଉତ୍କଳ ମାଟିର ଏକ ସୁଯୋଗ୍ୟ ବ୍ୟକ୍ତିଙ୍କର ଜୀବନକାହାଣୀ । ତାଙ୍କ ଆଦର୍ଶରେ ବର୍ତ୍ତମାନର ଶିକ୍ଷକପୀଢ଼ି ଅନୁପ୍ରାଣିତ ହେଲେ ଅଧୁନା ଶିକ୍ଷାକ୍ଷେତ୍ରରୁ ଅନେକ କଳୁଷ ଦୂର ହୋଇଯାଆନ୍ତା ।

୨୩୯