Jump to content

ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୫/୬ ବଡ଼ ଅକ୍ଷର କିଲୋମିଟର ଦୂରବର୍ତ୍ତୀ ପଣ୍ଡୁଆ ସ୍କୁଲର ଛାତ୍ରାବାସରେ ପହଞ୍ଚିଥାଏ । ଆମ ଶ୍ରେଣୀର ପାଠଦାନ ସେ ଭଳି କିଛି ଆଗେଇ ନ ଥାଏ । ଅଧିକାଂଶ ପିଲା ବହି, ଖାତା କିଣି ନ ଥାନ୍ତି । ସାଙ୍ଗମାନଙ୍କଠାରୁ ଓ ଜଣେ ଅଧେ ଶିକ୍ଷକ (ସାର୍)ଙ୍କ ଠାରୁ ଆମର ଜଣେ ନୂଆ ହେଡ଼ମାଷ୍ଟର ଆସିବେ ବୋଲି ଶୁଣିବାକୁ ପାଇଥାଏ । ସେ ପଙ୍କପାନ ମାଇନର୍ ସ୍କୁଲରୁ ପଣ୍ଡୁଆ ସ୍କୁଲକୁ ଆସୁଥାନ୍ତି।ପଙ୍କପାଳ ସ୍କୁଲରେ ତାଙ୍କର ସହକର୍ମୀ ଥିବା ପ୍ରସିଦ୍ଧ ପଙ୍କପାଳ ଚୌଧୁରୀ ବଂଶଜ ବିଚିବାବୁ ଆମର ଜନୈକ ଶିକ୍ଷକ ଥାନ୍ତି ।ନୂଆ ହେଡ଼୍ ମାଷ୍ଟର୍ ଆମ ଭଳି ଦୁଷ୍ଟ।ଅମନୋଯୋଗୀ, କର୍ମକୁଣ୍ଠ ପିଲାମାନଙ୍କୁ କିପରି ବାଟକୁ ଆଣିବାକୁ ହୁଏ, ସେ ବିଦ୍ଯା ଭଲ ଭାବରେ କେବଳ ଜାଣନ୍ତି ନାହିଁ, ଛାଟ ପ୍ରୟୋଗ କରି କିପରି ଶାସନ କରିପାରନ୍ତି ତାହାର କେତେକ ପୂର୍ବଦୃଷ୍ଟାନ୍ତ ଦେଇ ସେ ଆମକୁ ପୂରାପୂରି ସଂତସ୍ତ କରି ଦେଇଥାନ୍ତି। ନୂଆ ହେଡ଼୍ ମାଷ୍ଟର୍ ଆସି ପହଞ୍ଚିଲେ ।ଚାଳ ଛପର ଇଟା କାନ୍ଥର ଘରଟିଏ ଦୁଇଭାଗ ହୋଇ ପ୍ରଥମ ବଖରାରେ ଅଫିସ୍ ଓ ଦ୍ବିତୀୟ ବଖରାଟି ଛାତ୍ରାବାସ ତଥା ୭ମ ଶ୍ରେଣୀର ଶ୍ରେଣୀକକ୍ଷ ରୂପେ ବ୍ଯବହୃତ ହେଉଥାଏ । ସେ ଅଫିସ୍ ଘରେ ହିଁ ରହିଲେ ।ଅଲମାରି ବାଡ଼ଦେଇ ଛୋଟ ବଖରାଟି ଏ ବାହାର କରି ସେଥିରେ ଖଟଟିଏ ପକାଇ ସେ ଶୁଆବସା କଲେ।ସେଇଠି ଟେବୁଲ୍ ଚେୟାର ପକାଇ ଅଫିସ୍ କାମ କଲେ ।ଦିନେ ଦୁଇଦିନ ମଧ୍ଯରେ ସେ ଶ୍ରେଣୀ ଗୃହ ଓ ତାଙ୍କ କାର୍ଯ୍ଯାଳୟଟିଏ ଯଥା ସମ୍ଭବ ବ୍ଯବସ୍ଥିତ କରିଦେଲେ । ବିଷ୍ଣୁବାବୁ ଅତିଗେଡ଼ା କି ଡ଼େଙ୍ଗା ନୁହନ୍ତି।ଗୌରବର୍ଣ୍ଣ, ଗୋଲ ମୁହଁ,ଉଜ୍ଜଳ ଦୀପ୍ତି ସଂପନ୍ନ ଚାହାଣୀ ସାଙ୍ଗକୁ ଇସ୍ତ୍ରୀକରା ଧୋତି ଓ ସାର୍ଟ ତାଙ୍କୁ ଓ ତାଙ୍କର ବ୍ଯକ୍ତିତ୍ବକୁ ବିଶେଷତ୍ବରେ ମଣ୍ଡିତ କରିରଖିଥାଏ ।ସେ ପାଇ କଛା ମାରି ଧୋତିକୁ ଏପରି ପିନ୍ଧିଥାନ୍ତି ଯେ ତାହା ବେଳେବେଳେ ଫୁଲ୍ପ୍ଯାଣ୍ଟର ଭ୍ରମ ସୃଷ୍ଟି କରୁଥାଏ ।ତାଙ୍କର ସଂଖ୍ଯାଧିକ ଧୋତି ଓ ସାର୍ଟ ସାଙ୍ଗକୁ ଗଞ୍ଜି ଓ ଅଣ୍ଡର ୱୟାର ଗଛେଇ ହୋଇ ରହିଥାଏ। ସେ ପ୍ରତି ସପ୍ତାହରେ ସେଥିରୁ ଗୋଟିଏ ସେଟ୍ ବାହାର କରି ପିନ୍ଧନ୍ତି ଓ ବ୍ଯବହୃତ ସେଟ୍ ଟି ରାହାମା ହାଟଦିନ ତାଙ୍କ ନିର୍ଦ୍ଦିଷ୍ଟ ଧୋବା ପାଖକୁ ପଠାଇଦିଆଯାଏ।ସେ ସକାଳୁ ଶଯ୍ଯା ତ୍ଯାଗ କରିବା ପରେ ମୁହଁଧୋଇ ପ୍ରାୟ ଚାରିଗିଲାସ ପାଣି ପିଇ ଦାନ୍ତ ଘଷନ୍ତି। ବାସନା ତେଲ ଲଗାଇ କୂଅପାଣିରେ ଗାଧୁଥାନ୍ତି। ତାଙ୍କର ଗାତ୍ରମାର୍ଜନ ଆମକୁ କୁସରତ ଭଳି ଲାଗେ । ସେ ଲୁଙ୍ଗି ପିନ୍ଧନ୍ତି ଓ କଠାଉ ମାଡ଼ନ୍ତି। ଚୂଡ଼ା,ଚିନି ଓ ଦହି ତାଙ୍କର ପ୍ରାୟ ସବୁଦିନିଆ ଜଳଖିଆ।