ଘୋଟି ଆସିଥିବା ମାନ୍ଦା ବତରଣ ସେ ଆସିବାର ମାସକ ମଧ୍ଯରେ କର୍ମମୁଖର ହୋଇଉଥିଲା ।
ତାଙ୍କର ଶିକ୍ଷାଦାନ ପ୍ରଣାଳୀ ଛାତ୍ରମାନଙ୍କୁ ବିଶେଷକରି ଆମକୁ ଏକାନ୍ତ ପ୍ରଭାବିତ କରି ରଖିଥିଲା । ସେ ଏକ କଳାତ୍ମକ ଢଙ୍ଗରେ ବାଁ ଡାହାଣ ଢଳି ଢଳି ଦ୍ରୁତ ପଦକ୍ଷେପରେ ଶ୍ରେଣୀରେ ପ୍ରବେଶ କରନ୍ତି ତାଙ୍କର ପରିଚ୍ଛନ ପରିଚ୍ଛେଦ ସାଙ୍ଗକୁ ମାର୍ଜିତ ଉଚ୍ଛାରଣ ଓ କର୍ତ୍ତ୍ୱତ୍ୱ ସୁଲଭ ଆଚରଣ ଆମକୁଅନ୍ଯମନସ୍କ ହେବାକୁ ଦିଏନାହିଁ । ସେ ସାଙ୍ଗରେ ଇଂରାଜୀ ପାଠ ବହି ଚକ୍ ଓ ଡଷ୍ଟର ଧରି ଅସିଥାନ୍ତି । କଔଣସି ନୂତନ ବିଷୟ ପଢାଥିବା ପୂର୍ବରୁ ସେ ଗୋଲ ଗୋଲଅକ୍ଷରରେ କଳାପଟାରେ ଶୀର୍ଷକ ଲେଖନ୍ତି । ତା 'ତଳକୁ ବୁଝାଇବା ଆବଶ୍ଯକ ପଡୁଥିବା ଶବ୍ଦ ଓ ପଦପଂକ୍ତିକୁ ଲେଖିଦିଅନ୍ତି । ଗୋଟି ଗୋଟି କରି ବାରମ୍ବାର ଅର୍ଥସହ ବାକ୍ଯ ବା ପଦଗୁଡିକ ସେ ବୁଝାଇ ଦିଅନ୍ତି । କଳାପଟାରେ ଲେଖିଦିଅନ୍ତି । ସମୁଦାୟ ପ୍ରସଙ୍ଗଟିର ପାଠଦାନ ଏହିଭଳି ପ୍ରଥମ ପାଠରୁ ଆରମ୍ଭ ହୁଏ । ଦ୍ୱିତୀୟପାଠରେ ହୁଏ ପ୍ରଶ୍ନେଊତ୍ତର । ସେ ଉତ୍ତରଗୁଡିକ ମଧ୍ଯ ଯଥାସମ୍ଭବ କଳାପଟାରେ ଲେଖି ଆମକୁ ଘୋଷି ଆୟତ୍ତକରିବାକୁ ଆଦେଶ ଦିଅନ୍ତି । ତୃତୀୟ ପାଠରେ ଲିଖନ ଗତ ପ୍ରୟୋଗ ଛାତ୍ରମାନଙ୍କ ଦ୍ୱାରା କିପରି ହେଉଛି ସେ ଶ୍ରେଣୀକକ୍ଷରେ ବୁଲି ବୁଲି ନିଜେ ସବୁ ଛାତ୍ରଙ୍କ ପାଖକୁ ଯାଇ ଦେଖନ୍ତି । କେହି ଛାତ୍ର ଅମନୋଯୋଗୀ ହେଲେ,ନଲେଖିଲେ ତା' ର ଆଉ ପରିତ୍ରାଣ ରହେନହିଁ । ସେ ନିଜେ ଯାଇଅଫିସ୍ ରୁ ବେତ ଆଣି ପିଟି ଦେଇଯାନ୍ତି । ଶ୍ରେଣୀକକ୍ଷରେ ଶିକ୍ଷାଦାନ ପାଇଁ ସମୟ ଅକୁଳାଣ ହେବାରୁ ସେ ସପ୍ତମ ଶ୍ରେଣୀର ସମସ୍ତ ଛାତ୍ରଙ୍କୁଛାତ୍ରାବାସରେ ରହିବାକୁ ବାଧ୍ଯକରି ଛୁଟିଦିନମାଙ୍କରେ,ରାତିରେ ନିଜେ ଓ ଅନ୍ଯାନ୍ଯ ଶିକ୍ଷକମାନଙ୍କ ଦ୍ୱାରା ଶିକ୍ଷାଦାନ କାର୍ଯ୍ଯ ଚଳାଇ ରଖିଥିଲେ । ସେସମୟତକ ପଢିବା,ଲେଖିବା,ଘୋଷିବା ବ୍ଯତୀତ ଆମେ ଛାତ୍ରମାନେ ପରସ୍ପର କଥାବାର୍ତ୍ତା ହେବାକୁ ବେଳ ପାଉନଥିଲୁ । ପ୍ରଧାନ ଶିକ୍ଷକଙ୍କର ଆମ ପାଇଁ ଅକ୍ଲାନ୍ତ ପରିଶ୍ରମ ଆମ ଅନ୍ତରକୁ ଭୀତିମିଶ୍ରିତ ସମ୍ମାନ୍ନ ଓ କୃତଜ୍ଞତାରେ ଜଡ଼ାଇ ରଖିଥିଲା ।
ପଣ୍ଡୁଆ ମାଇନର ସ୍କୁଲଟି ଜନସାଧାରଣଙ୍କ ଦାନରେ ଗଢି ଉଠିଥିଲା । ପ୍ରାଥମିକ ବିଦ୍ଯାଳୟ ସହ ମଧ୍ଯଇଂରାଜୀ ବିଦ୍ୁଅଳୟ ଏକ ପରିସରରେ ଚଳୁଥିଲା । ଛାତ୍ରାବାସ ପାଇଁ ସ୍ୱତନ୍ତ୍ର ଗୃହ ନଥିବାରୁ ଶ୍ରେଣୀ କକ୍ଷମାନଙ୍କରେ ଅନ୍ତେବାସୀଗଣ ଚଳାଚଳ ହେଉଥିଲା । ଏମିତି ବାହାରୁ ଦେଖିଲେ ବି ଅନୁଷ୍ଠାନଟିର ଦାରିଦ୍ଯୟ ବାରିହୋଇଯାଉଥିଲା । ବିଷ୍ଣୁବାବୁ ସ୍କୁଲଟିର