ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯାଆନ୍ତି ସ୍ନାନ କରି । ଅଳ୍ପ ସମୟର ବ୍ଯବଧାନରେ ଦେଖାଦିଅନ୍ତି ଜୟଦେବ ବେଶୀ ମୟୂର ଚନ୍ଦ୍ରିକା ମୁକୁଟଧାରୀ ଶ୍ରୀକୃଷ୍ଣ ମୁକୁଟରୁ କଳାସୂତାଟିଏ ଲମ୍ବିଥାଏ ଉପରକୁ ବାଉଁଶ ଭିତରେ ଦେଉ ,ପଦ୍ମା ଭିତରକୁ ପଶି ଆସିବା କ୍ଷଣି ସେଇଟି ଟଣା ହୋଇ ଉପରକୁ ଉଠାଇ ନିଆଯାଏ । "ପଦ୍ମା , ପୋଥିଟି ଆଣିଲା " ଏଇତକ ଏପରି ସ୍ନେହବୋଳା ସ୍ବରରେ ସେ ବ୍ଯକ୍ତ କରି ଭାବବିହ୍ବଳ ହେବାର ଉପକ୍ରମ କଲାବେଳକୁ ପୋଥିଟି ପାଇ ପୃଷ୍ଠା ଉଲଟାଇ ପଢନ୍ତି , ' ସ୍ଥଳ କମଳ ଗଞ୍ଜନଂ , ମମହୃଦୟ ରଞ୍ଜନଂ ଜନିତ ରତିରଙ୍ଗ ପରଭଙ୍ଗ , ଭଣମସୃଣ ବାଣୀ କରବାଣି ଚରଣ ଦ୍ବୟଂ ସରସରସଦଲକ୍ତବ ରାଗଂ । ସେତେବେଳକୁ ତାଙ୍କ ଗଣ୍ଡପ୍ଲାବନ କରି ଅଶ୍ରୁଧାରା ବିନ୍ଦୁ ବିନ୍ଦୁ ହୋଇ ଝରି ପଡୁଥାଏ ଓ ଯେତେବେଳେ ସେ ସ୍ମରଗରଳଖଣ୍ଡନଂ ଠାରୁ ଦେହି ପଦପଲ୍ଲ୍ଲବ ମୁଦାରଂରେ ପହଞ୍ଚି ପୋଥିରେ ତାକୁ ଲେଖନ୍ତି , ଭାବବିହ୍ବଳ କରି ଦିଅନ୍ତି ଦର୍ଶକ ମାନଙ୍କୁ । ପଦ୍ମା ବାଢିଥିବା ଅନ୍ନକୁ ସାମାନ୍ଯ ମାତ୍ର ଭୋଜନ କରି ଅବଶିଷ୍ଟ ଛାଡିଯାନ୍ତି ମହାପ୍ରଭୁ ଭକ୍ତିବିଜଡିତ ଦମ୍ପତିଙ୍କ ପାଇଁ । ଜୟଦେବ ସ୍ନାନାନ୍ତେ ଫେରି ଅବସ୍ଥା ବୁଝି ନପାରି ଯେତେବେଳେ ପୋଥିଦେଖନ୍ତି ଏବଂ ତାଙ୍କ ମନର ଭାଷା ଅବିକଳ ପ୍ରଭୁଙ୍କର ସ୍ବହସ୍ତଲିପି ଦ୍ବାରା ସମର୍ପିତ ହେବାର ଜାଣନ୍ତି ତାଙ୍କର ଭକ୍ତପ୍ରାଣ ଭାବ ତତ୍ଗତ ହୋଇ ଗୀତ ମାଧ୍ଯମରେ ଉଚ୍ଛଳ ହୋଇ ଉଠେ । ବିଷ୍ଣୁବାବୁ ଏହି ନାଟକୀୟ ପରିବେଶକୁ ଅବିକଳ ଏହିପରି ପ୍ରେତ୍ଯକ ଦିନର ଅଭ୍ଯାସ କାଳରେ ଅକ୍ଷୁଣ୍ଣ ରଖିବା ଆମକୁ ବିସ୍ମିତ କରେ । ସେ ବସି ଯିବା ମାତ୍ରେ ଆଖିରୁ କିପରି ବିନୀ ଗ୍ଲିସେରିନ୍ ପ୍ରୟୋଗ ରେ ପ୍ରାକୁତିକ ଭାବରେ ଝର ଝର ଲୁହ ବୁହାଇ ପାରୁଥିଲେ, ସେ ସ୍ମୃତି ଏବେ ବି ମୋତେ ବିସ୍ମିତ କରିଥାଏ । 'ମୂଲିଆ' ନାଟକରେ 'ନନ୍ଦ' ଭୂମିକାରେ ତାଙ୍କର ଅଭିନୟ ଥିଲା ଏକାନ୍ତ ହୃଦୟସ୍ପର୍ଶୀ । ସେ ଏଭଳି ଜଣେ ପୋଖତ ଅଭିନେତା କିପରି ହୋଇପାରିଥିଲେ ଓ କେତେ କେତେ ନାଟକରେ ସେ ଅଭିନୟ କରିଥିଲେ ଆମକୁ ଜଣାନଥିଲା । କିନ୍ତୁ ତାଙ୍କର ହାରମୋନିୟମ୍ ବାଦନ ସାଙ୍ଗକୁ ସଙ୍ଗୀତର ତାଳ ଓ ମୂର୍ଚ୍ଛନା ସେତେବେଳେ ଆମକୁ ମନ୍ତ୍ରମୁଗ୍ଧ କରି ରଖିଥିଲା । 'ରାଧାବାଦନ ବିଲୋକନ ବିକଶିତ', 'ନିନ୍ଦତି ଚନ୍ଦନମିନ୍ଦୁ କିରଣ ମନୁବିନ୍ଦତିଖେଦମଧ୍ୟରଂ' ' ଲଳିତ ଲବଙ୍ଗଲତାପରିଶୀଳନ କୋମଳ ମଳୟ ସମୀରେ' ପ୍ରଭୃତି ଗୀତଗୋବିନ୍ଦର ଶ୍ଳୋକସଙ୍ଗୀତକୁ ସେ ଭାବପ୍ରବଣ ହୋଇ ଗାନ କାଲାବାଳେ ଶ୍ରୋତାମାନଙ୍କୁ ଯଥାର୍ଥ ରସ ପରିବେଷଣ କରିଦେଉଥିଲେ ।

ସେ ଖେଳ କସରତରେ ଊଣା ଆଗ୍ରହୀ ନଥିଲେ । ଫୁଟବଲ, ଭଲିବଲ ଓ ବ୍ଯାଡମିଣ୍ଟନ ଖେଳିବାର ମୁଁ ଦେଖିଛି । ସ୍କୁଲ ଫାଟକ ବାହାରେ ଥିବା ଝଙ୍କାଳିଆ ବରଗଛ ମୂଳେ

୨୫୨