ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୭

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ତା ପରେ ରାଧାନାଥ ମାସିକ ଚଉଦ ଟଙ୍କା ସରକାରୀ ବୃତ୍ତି ପାଇ କଲିକତା ଯାଇ ପ୍ରେସିଡେନ୍‌ସି କଲେଜରେ ଏଫ୍‌ ଏ କ୍ଳାସରେ ନାମ ଲେଖାଇଲେ । ମାତ୍ର ଆମାଶୟ ରୋଗରେ ଆକ୍ରାନ୍ତ ହୋଇ ସ୍ୱାସ୍ଥ୍ୟ ଭଙ୍ଗ କାରଣରୁ ସେଠାରୁ ଓଡିଶା ଫେରି ଆସେଲେ ।ସେତେବେଳେ ତାଙ୍କର ସଂପର୍କୀୟ ଭାଇ ଡେପୁଟି କଲେକ୍ଟର ଜଗମୋହନ ରାୟ କଟକରେ ଏଫ୍ ଏ ପଢିବାକୁ ତାଙ୍କୁ ବାରମ୍ବାର ଉତ୍ସାହିତ କରିଥିଲେ ହେଁ ବିବେକୀ ରାଧାନାଥ ଆର୍ଥିକ ଅସ୍ୱତ୍ସଳତାରେ ପୀଡିତ ପିତାଙ୍କୁ ସାହାଯ୍ୟ କରିବାକୁ ଯାଇ ବାଲେଶ୍ୱର ଜିଲ୍ଲା ସ୍କୁଲରେ ତୃତୀୟ ଶିକ୍ଷକ ପଦରେ ୧୮୬୪ ମସିହା ମେ ମାସ ପହିଲାରେ ମାସିକ ୩୦ ଟଙ୍କା ବେତନରେ ତାଙ୍କର କର୍ମମୟ ଜୀବନ ଆରମ୍ଭ କଲେ । ସେହିବର୍ଷ୍ ଜୁନ ୨୩ ତାରିଖରେ ତାଙ୍କ୍ ଚାକିରୀକୁ ସ୍ଥାୟୀ କରାଗଲା । ସେତେବେଳେ ଗଙ୍ଗାଧର ଆଚାର୍ଯ୍ୟ ସ୍କୁଲର ପ୍ରଧନ ଶିକ୍ଷକ ଥାଆନ୍ତି ।