ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତ୍ଯାଗ କଲେ । ବୃତ୍ତିରୁ ଅବସର ନେବା ପରେ ପରେ ତାଙ୍କର ସ୍ପର୍ଶକାତର କଳାକାର ପ୍ରାଣ ଏହା ସହ୍ଯ କରିପାରିନଥିଲା ବୋଧହୁଏ ।

ତାଙ୍କ ଗାଁର ଜନୈକ ବ୍ରାହ୍ମଣ ଯୁବକ ଆମଘରେ ଚଳୁଥିବା ଚକବନ୍ଦୀ କ୍ଯାମ୍ପରେ ପିଅନ୍ ନିଯୁକ୍ତି ହୋଇ ଅଳ୍ପଦିନ ପାଇଁ ଆସିଥିଲା । ତା'ଠାରୁ ଶୁଣିଲି,ବିଷ୍ନୁବାବୁ ନାଟକ ମଞ୍ଚାୟନ ସହ ବରାବର ସଂଶ୍ଲିଷ୍ଟ ଥିଲେ ଓ ତାଙ୍କ ଗାଁରେ ଏକ ଥିଏଟର ପ୍ରେମୀ ଗୋଷ୍ଟୀ ଗଠନ କରି ତା'ର ନେତୃତ୍ବ ନେଉଥିଲେ । ତାଙ୍କର ଶେଷ ଜୀବନ ରୋଗ୍ ଯନ୍ତ୍ରଣା ଓ ମାନସିକ ଅସ୍ବସ୍ତି ଦୁର୍ବଳ ହୋଇପଡିଥିଲା ।

ଏକ ଅନମନୀୟ ଦୃଢଚେତା ସ୍ବଭାବ ନେଇ କାର୍ଯ୍ଯଦକ୍ଷତାରେ ସମାବସ୍ଥାମାନଙ୍କର ଚକ୍ଷୁଝଲସାଇ ଦେଇପାରୁଥିବା ବିଷ୍ନୁବାବୁ ବହୁମୁଖୀ ପ୍ରତିଭା ଓ ବ୍ଯକ୍ତିତ୍ବର ଅଧିକାରୀ ଥିବାରୁ ବୋଧହୁଏ,କାହାରି ସହ ଦୀର୍ଘସ୍ଥାୟୀ ବନ୍ଧୁତ୍ବରେ ଆବଦ୍ଧ ହୋଇପାରୁ ନଥିଲେ । ତାଙ୍କ ପରି ରୁଚିବନ୍ତ ଓ କର୍ତ୍ତୃତ୍ବସଂପନ୍ନ ବ୍ଯକ୍ତିଙ୍କୁ ସମ୍ଭାଳି ଆୟତ୍ତରେ ରଖିବା ଗ୍ରାମାଞ୍ଚଳ ସ୍କୁଲ୍ ମାନଙ୍କର ପରିଚାଳନା ମଣ୍ଡଳୀ ପକ୍ଷରେ ଦୀର୍ଘକାଳ ସମ୍ଭବପର ନଥିଲା। ମନ,ବଚନ ଓ କର୍ତ୍ତବ୍ଯରେ ସେ ଥିଲେ ତାଙ୍କପରି ।ମୋ ଦୃଷ୍ଟିରେ ରାଧାନାଥଙ୍କ ଭାଷାରେ ସେ ଥିଲେ, "ଜଗତେ ତୁଳନା ସେହି ତା'ର ସିନା"।

୨୫୬