ହେଲା ତାହାର ପ୍ରାଣକେନ୍ଦ୍ର । ନିଜକୁ ସର୍ବତୋଭ।ବରେ ସମାଜ ପାଇଁ ସମର୍ପି ଦେବା ହିଁ ଥିଲା ଯଜ୍ଞପୁର ବା ଯାଜପୁର ବା ବିରଜା ମଣ୍ଡଳର ବାର୍ତ୍ତା । ସେଇଥିପାଇଁ ତ ବହୁଳ ଚାରି ବିତରଣ କରିବାର ଧର୍ମନେଇ ସେଇ ନଦୀ ମାତୃକା ଗ୍ରହଣ କଲା ବୈତରଣୀ ନାମ ଦୀର୍ଘତମାଙ୍କ ଉନ୍ନତ ଚିନ୍ତାଧାରାରୁ । ଖାଲି ଜୀବନରେ ନୁହେଁ , ମୃତ୍ୟୁପରେ ମଧ୍ଯ ଅମର ପଥର ଯାତ୍ରା ପାଇଁ ବୈତରଣୀ କ୍ଷେତ୍ର ଇଦାର ଭାବରେ ପ୍ରସାରିତ କରିଦେଲା ତା 'ର ବିପୁଳ ବକ୍ଷସ୍ଥଳୀ ।
ସେଇ ବିରଜା କ୍ଷେତ୍ରରେ ବିଖ୍ୟାତ ବାଣୀ ମଣ୍ଡପ ଆମ ଯାଜପୁର ହାଇସ୍କୁଲ । ଇତ୍କଳର ପ୍ରାଚୀନ ରାଜଧାନୀ , ଭୌମକର , କେଶରୀ ବଂଶର କୀର୍ତ୍ତୀକଳା ସମୁଜ୍ୱଳ ଯାଜପୁର ନଗରୀ ଯେ ଆମ ଆଦ୍ୟଜୀବନରେ ଲୀଳାଖେଳାର କ୍ଷେତ୍ର ହୋଇପାରିଥିଲା , ତାହା ଆମ ପକ୍ଷରେ କମ୍ ଗୌରବର କଥା ନୁହେଁ । ପୁଣି ଯାଜପୁର ଇପକଣ୍ଠ ଗୋହିରାଟି୍କିରି ଭୂମି ,ଯିଏ ସେଦିନ ଇତ୍କଳ ଗଜପତି ସାମ୍ରାଜ୍ୟର ସ୍ୱାଧୀନତାର ଅସ୍ତରବି ଦେଖି ମୁହ୍ୟମାଣ ହୋଇପଡ଼ିଥିଲା । ସେଇ ଭୂମି ଉପରେ ଆମେ ସବୁ ତରୁଣ ତରୁଣୀ ସ୍ୱପ୍ନ ଦେଖିଥିଲୁ ଆଉ ମନ୍ତ୍ର ଶୁଣୁଥିଲୁ ଭାରତ ଜନନୀର ଶୃ୍ଙ୍ଖଳମୁକ୍ତିର । ଆମ ପାଇଁ ଯାଜପୁର ହାଇସ୍କୁଲ ହିଁ ସେଇ ଭୁମିକା ନେଇଥିଲା । ଆମପରି ଆଗାମୀ କାଲିର ନାଗରିକ ମାନଙ୍କୁ ଉଦ୍ ବୋଧିତ , ଉଦ୍ ବେଳିତ ଆଉ ଅଭିମନ୍ତ୍ରିତ କରି ରଖୁଥିଲା ସେଇ ମୁକ୍ତିମନ୍ତ୍ରର ମନ୍ଦ୍ରମଧୁର ଉଚ୍ଚାରଣ ।
ଦ୍ବିତୀୟ ମହାଯୁଦ୍ଧର ଶେଷ ପ୍ରହର ।ହିରୋସୀମା,ନାଗାସାକି ନଗରରେ ଲୋମହର୍ଷଣକାରୀ ପରମାଣୁ ବୋମାମାଡ଼ର ବିଭୀଷିକା।ଆମ୍ପରି ଅଷ୍ଟମ ଶ୍ରେଣୀର ଛାତ୍ରମଣ୍ଡଳୀକୁ ସର୍ବପ୍ରଥମେ ଏଇ ବାର୍ତ୍ତା ଶୁଣାଇଥିଲେ ଆଉ ବୁଝାଇଥିଲେ ସେ ହେଉଛନ୍ତି ଆମର ଅତି ଆପଣାର ଗୁରୁଜୀ ପୂଜ୍ଯ ନିମାଇଁ ଚରଣ ବଲ୍ଲଭ ରାୟ ମହୋଦୟ ଅନୁଷ୍ଠାନର ସର୍ବକନିଷ୍ଠ ଆମ ଶ୍ରେଣୀର ଶିକ୍ଷକ ଭାବରେ ତାଙ୍କୁ ସେ ସମୟରେ ପାଇବା ଆମ ପାଇଁ ଥିଲା ଜଗଜ୍ଜନନୀ ବିରଜା ଦେବୀଙ୍କର ଅଦୃଶ୍ଯ ଆଶୀର୍ବାଦର ଫଳ । ବିରଜା ମନ୍ଦିରର ଅତି ନିକଟବର୍ତ୍ତୀ କୁଆଁସପୁର ଗ୍ରାମରୁ ସେ ସଦ୍ଯ ଅଭିପ୍ରେତ ହୋଇଥିଲେ ଯାଜପୁର ହାଇସ୍କୁଲର ଶିକ୍ଷକତାସେବାଯଜ୍ଞରେ ଆପଣାକୁ ଅଜାଡ଼ି ଦେବାକୁ।ତାଙ୍କୁ ପ୍ରଧାନ ଶିକ୍ଷକ ପରମପୂଜ୍ଯ ଅଚ୍ଯୁତାନନ୍ଦ ମିଶ୍ର ଏବଂ ସହକାରୀ ପ୍ରଧାନଶିକ୍ଷକ ମାନନୀୟ ନାରାୟଣ ଚନ୍ଦ୍ର ଘୋଷ ଓ ଅନ୍ଯ ବୟୋଜ୍ଯେଷ୍ଠ ଶିକ୍ଷକମଣ୍ଡଳୀ ସେମାନଙ୍କର ପ୍ରିୟତମ ଛାତ୍ରଟିକୁ ପାଖକୁ ଆଣିଥିଲେ ତାଙ୍କଠାରେ ଅସୀମ ସମ୍ଭାବନାର ସୂଚନା ପାଇ।