ବାସ୍ତବରେ ତାଙ୍କପରି ଗୁରୁଜୀଙ୍କୁ ପାଖରେ ପାଇ ଆମେ ସବୁ ନିଜର ଜଣେ ଅତି ଅନ୍ତରଙ୍ଗ ଆତ୍ମୀୟ, ପରମ ହିତେଷୀ ବନ୍ଧୁଙ୍କୁ ଯେପରି ପାଇପାରିଲୁ କିଶୋର ଜୀବନର ଅବ୍ଯବସ୍ଥିତ ପଦପାତର ବନ୍ଧୁର ଜୀବନଗୁଲା ଉପରେ । ପ୍ରତିଦିନ ପ୍ରର୍ଥନା ପରେ ପରେ ଆମପାଖରେ ସର୍ବପ୍ରଥମେ ପହଞ୍ଚି ଆମକୁ ଅତି ଆଦରରେ ଆପଣେଇ ନେଇ ଥିଲେ ସେଇ ଛାତ୍ର ବତ୍ସଳ ଉଦାର ଗୁରୁଜୀ ମହୋଦୟ । ଶ୍ରେଣୀକୋଠରୀ ଠାରୁ ଶ୍ରେଣୀ ବାହାରେ ସମସ୍ତେ କାର୍ଯ୍ଯକ୍ରମ ରେ ଛାଇପରି ସେ ରହୁ ଥିଲେ ଆମ ପାଖେ ପାଖେ ଆଉ ଦେଇ ଛାଲୁ ଥିଲେ ନୂତନ ଦୀଗଦର୍ଶନ । ମାଟି ପିଣ୍ଡୁଳା ଭଳି କଞ୍ଚା ମଣିଷଛୁଆକୁ ମଣିଷ କରି ଗଢିତୋଳିବା ଥିଲା ସେ କାଳର ଶିକ୍ଷାୟତନର ଅଶଳ ଉଦ୍ଦେଶ୍ଯ । ଆପଣା, ବେତନ,ଭତ୍ତା,ସୁବିଧାସୁଯୋଗ ପ୍ରତି ତିଳେ ମାତ୍ର ନଜର ନରଖି ସଦାସର୍ବଦା ଦିବାନିଶି ମଣିଷ ଗଢିବା ର ସ୍ୱପ୍ନରେ ବିଭୋର ରହିବା ଆଉ ଅନୁଷ୍ଠାନକୁ ଉନ୍ନତ କରିବା ଥିଲା ସେସବୁ ଗୁରୁଜୀଙ୍କ ସାଧନାମୟ ଜୀବନର ସର୍ବପ୍ରଧାନ କାର୍ଯ୍ଯକ୍ରମ ।
ନିମାଇଁ ସାର୍ ଥିଲେ ନଦିଆ ନିମାଇଁଙ୍କ ପରି ଚିରନୂତନ,ଚିର ସବୁଜ ଆଉ ଚିରଚଞ୍ଚଳ । ସାହସ ଓ ପ୍ରାଣପ୍ରାଚୁର୍ଯ୍ଯାଦିର ପ୍ରତିମୂର୍ତ୍ତି । ସକାଳୁ ,ସଞ୍ଜ ସେ ସବୁବେଳେ ଶୁଣି ଚାଳିଥିବେ ତାଙ୍କ ପିତୂପ୍ରତିମ ଗୁରୁଜୀ ମାନଙ୍କର ସ୍ନେହବୋଳା ନିମାଇଁ ଡାକ । ଆଉ ସେଇ ମାନଙ୍କର ସସ୍ନେହ ନି୍ର୍ଦ୍ଦେଶରେ ଆମପରି ଅବୋଧ,ଅଜ୍ଞାନ ବାଳକ ମାନଙ୍କୁ ଚଳାଇ ନେଉଥିବେ ଶିକ୍ଷା,ସାଧନା ଓ ସେବାର ପଥରେ । ପୁଣି ପ୍ରତି ଅପରାହ୍ନ ରେ ପୁଣି ପାଇବୁ ସ୍କୁଳ ପଛପଟ ବିରାଟ ଖେଳପଡିଆରେ । ସେଠାରେ ସେ ସବୁବେଳେ ଆମର ପରମହିତାକାଂକ୍ଷୀ ବଡ ଭାଇ ର ଭୂମିକାରେ ଅବତିର୍ଣ ହୋଇଥିବେ । ଯତେ ଯାହା ଦୋଷ କଳେବି ଟିକିଏ ବି ବିଚଳିତ ନହୋଇ ଓଠ ରେ ହସ ରଖି, ଆଙ୍ଗୁଠି ଆଗରେ ନିର୍ଦ୍ଦେଶ ଦେଉ ଥିବେ ବଳଟିକୁ ଠିକ ଜାଗା କୁ ଆଣିବା ପାଇଁ। ଅତି ସଙ୍କଟଜନକ ମୁହୂରତ୍ତରେ ମଧ୍ଯ ଏପରି ସ୍ଥିତପ୍ରଜ୍ଞ ଭାବରେ ପରିସ୍ଥିର ମୁକାବିଲା କରିବା ଓ ସମସ୍ଯାର ସୁନ୍ଦର ସମାଧାନ କରିଦେବା କେବଳ ନିମାଇଁ ସାରଙ୍କ ଦ୍ୱାରା ସମ୍ଭବ ହୋଇଥାଏ । ହିରୋସିମା ,ନାଗାସାକୀ ମଥା ରୁ କେତେକଥା ପଡୁଥିଲା ଆମ ଶ୍ରେଣୀରେ। କିଶୋର ପ୍ରାଣର ଉତ୍କଣ୍ଠିତ ମନ ପ୍ରତି ଦିନ ଅପେକ୍ଷା କରି ରହୁଥୀଲା ସେଇ ଜୀବନ୍ତ , ସତେଜ ଇତିହାସ ର ସମସ୍ତ ବିବରଣୀ ଶୁଣିବାକୁ ଆମ ନିମାଇଁ ଗୁଜୀଙ୍କା ନିର୍ମଲ ,ମଧୁର ମନୋରଂଜନଧର୍ମୀ କାହାଣୀମାଙ୍କରୁ । ବି ଶ୍ୱ ଇତିହାସ ସହ ଆମ ଦେଶର ସ୍ୱାଧୀନତା