ସଂଗ୍ରାମର ସମ୍ବାଦ ଶୁଣାଇ ଶୁଣାଇ ସେ ଯେ ଆମ୍ଭଭିତରେ ଅଜାଣତ ରେ ଜାତୀୟତା ଓ ମାନବିକତା ର ମଞ୍ଜି ବୁଣି ବୁଣି ଚାଲିଥିଲେ , ତାହା ଆମେ ଉପଲ୍ଧ କଲୁ ଆମ ;ପର ଉତ୍ତରଜୀବନରେ । ମଧୁ ଗୋପବନ୍ଧୁଙ୍କ ଠାରୁ ଗାନ୍ଧି , ସୁବାଷ ନେହେରୁ ପର୍ଯ୍ଯନ୍ତ ,ବ୍ଯାସ , ବଶିଷ୍ଟଙ୍କ ଠରୁ ସକ୍ରେଟିସ,ମାର୍କିନ ,ଗାରିବାଲ୍ଡିଙ୍କ ପର୍ଯ୍ଯନ୍ତ,ବେଦ , ଉପନିଷଦ, ଗୀତାଠରୁ ଗୀତାଞ୍ଜଳୀ ,ଛ ' ମାଣ ଆଠଗୁଣ୍ଠ ମାଟିର ମଣିଷ ପର୍ଯ୍ଯନ୍ତ ପୁଣି ଉତ୍କଳ ଦୀପିକାଠାରୁ ସମାଜ ,ପ୍ରଜାତନ୍ତ୍ର 'ନିଆଁଖୁଣ୍ଟା' ପର୍ଯ୍ଯନ୍ତ ସବୁର ପରିଚୟ ଆମେ ପାଇ ଥିଲୁ ନିଷ୍ଠାପର ନିରଳସ,ନୀତିନିଷ୍ଠ ନିମାଇଁ ସାରଙ୍କର ଐକାନ୍ତିକ ପ୍ରେରଣାପ୍ରଦ ଦୈନନ୍ଦିନ ଉଦ୍ ବୋଧନ ମାନଙ୍କରୁ । ମନେ ପଡିଯାଉଛି ସେ ଦିନର ଶୁଭ ମୂହୁ୍ର୍ତ୍ତ । ପଚାଶ ବର୍ଷ ପରେ ଆଜି ବି ତାହା ଆମ ପାଇଁ ଭାସ୍କର ବହ୍ନିଶିଖା । ଆମର ନବମ ଶ୍ରେଣୀ । ବର୍ଷଣମୁଖର ଶେଷ ଶ୍ରାବଣରେ ସକାଳ ଚିରଇପ୍ସିତ ମୁକ୍ତି ଦିବସର ପ୍ରଥମ ପ୍ରଭାତ । ନିମାଇଁ ସାରଙ୍କ ଆଗରେ ଅଗଣିତ ଛାତ୍ର ସମାଜ ,ହାଇସ୍କୁଲ ପଡ଼ିଆ ଲୋକା ରଣ୍ଯ । ଏତେ ବଡ଼ ଉତ୍ସସବର ସମସ୍ତ ଶୃଙ୍ଖଳା ନିର୍ଭର କରୁ ଥାଏ ନିମାଁଇସାର୍ ଓ ତାଙ୍କର ତଥା ଆମ ସ୍ମରଣୀୟ ,ବରଣୀୟ ନାରାୟଣ ସାରଙ୍କ ଉପରେ । ବିପୁଳ ଉତ୍ସାହ ଓ ଉଦ୍ଦିପନା ମଧ୍ଯରେ ପାଳିତ ହେଲା ପ୍ରଥମ ସ୍ବାଧୀନତା ଦିବସର ଉତ୍ସବ । ପରେ ପରେ ଆସିଲେ ତ୍ତ୍କାଳୀନ ମାନ୍ଯବର ରାଜ୍ଯପାଳ କାଟ୍ଜୁ ମହୋଦୟ। ତାଙ୍କ ସମ୍ବର୍ଧନା ପାଇଁ ନିମାଇଁ ସାରଙ୍କ ନିଷ୍ଠାପର ଉଦ୍ଯମ ଚିର ସ୍ମରଣୀୟ ହୋଇ ରହିବ । ସେ ସମୟ ର ଦିନ ଗୁଡିକ ଆମ୍ଭ ମାନଙ୍କୁ ଖୁବ୍ ଉତଫୁଳ୍ଲ କରି ରଖୁଥିଲା । ଅସୁମାରି ଶୁଭ ସ୍ବପ୍ନରେ ଉଦ୍ଭାସିତ ହୋଇ ଉଠୁଥିଲୁ ଆମେ ସେସବୁ ପ୍ରତିଟି ମୁହୂର୍ତରେ ।
ହେଲେ ସବୁ ଉତ୍ସାହ ଓ ଉନ୍ମାଦନା ଉପରେ ଅଚାନକ ଚଡକ ପଡିଗଲା ଆଉ ଗୋଟିଏ ସଂନ୍ଧ୍ଯାରେ । ଜାତିର ଜନକ ଟଳି ପଡ଼ିଲେ ପ୍ରାର୍ଥନା ସଭାରେ । ହା ହା କାର ପଡିଗଲା । ଭୂମି ରୁ ଭୂମ ପର୍ଯ୍ଯନ୍ତ। ଗଗନ ,ପବବ ବାହୁନି ଉଠିଲା କରୁଣ ବିଳାପର ଧ୍ବନିରେ । ସେତେ ବେଳେ ମଧ୍ଯ ଆମ ଆଗରେ ଆମେ ପାଇଥିଳୁ ସେଇ ଗୁରୁଜୀଙ୍କୁ । ହାଇସ୍କୁଳ ପଡିଆର ଶୋକସଭା ଆଡକୁ ଆମକୁ ପରିଚାଳନା କଲେ ସେ ଆଉ ଏଇ ଅକିଂ ଚନକୁ ଆହ୍ବାନ କଲେ ଶୋକ କବିତା ଟିଏ ଆବୃତି କରିବାକୁ । ଏମିତି ଚାଲିଲା ପ୍ରତି ସଂଧ୍ଯାର ପ୍ରାର୍ଥନା । ଶେଷରେ ବୈତରଣୀ ଦେବୀଗଡ। ଘାଟରେ ଦଶାହ କର୍ମ ଓ ପରେପରେ ସଦାବର୍ତ୍ତ ମଠରେ ସମୂହ ପଂକ୍ତି ଭୋଜନର ବ୍ଯବସ୍ଥା । ସେଇ ପଂକ୍ତି ଭୋଜନ କର୍ଯ୍ଯକ୍ରମ ରେ ଆମକୁ