ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପ୍ରାୟ ୪୦ ଫୁଟ ଲମ୍ବ ୧୫ ଫୁଟ ଚଉଡାର ଏକ ଧାଉଡି ଚାଳ ଘରଟିଏ । ମୁହଁଥାଏ ଦକ୍ଷିଣକୁ । ଆଗରେ ଭୂମି ଅନୁମାନିକ ୨ ଗୁଣ୍ଠ ପର୍ଯ୍ଯନ୍ତ ଘେରାଇ ଦିଆଯାଇଥାଏ ସବୁଜ କଣ୍ଟା ଓ ଗଛ ଗୁଡିକର ବାଡ ଦ୍ୱାରା। ବାଉଁଶ ତିଆରି ଫାଟକ ପାଖରୁ ସ୍କୁଳ ଦୁଆରମୁହଁ ପର୍ଯ୍ଯନ୍ତ ଦୁଇପାଖରେ ଇଟା କଣୁଆ ପୋତାଯାଇ ଗମନାଗମନର ପଥ ନର୍ଦ୍ଦିଷ୍ଟ କରାଯାଇଥାଏ । ପଥଦୁଇ କଡେ ଲଗାଯାଇଥାଏ ଔଷଧୀ ଓ ଫଳଗଛ ସବୁ । ନାଳି,ସବୁଜ,ଘନନୀଳ,ହଳଦିଆ ଓ ଧଳା ରଙ୍ଗର ଫୁଳପତ୍ର ରେ ସ୍କୁଳହତା ଟି ସବୁ ରତୁ ରେ ହସ ହସ ଦିଶୁ ଥାଏ । ନାଲିଖଡା ଶାଗ ଛୋଟଗଛ ସବୁ ଚଳାବାଟ ଧାରରେ ଲଗା ହୋଇଥାଏ । ସାପକାମୁଡା ଗଦ,ଅମରକଣ୍ଟକ ବିଶଲ୍ୟକରଣୀ,ଗଉଡଗୋବିନ୍ଦ,ଦଅଦିଆ ଆଦି କେତେ ଯେ,ଔଷଧୀ ଗଛସାଙ୍ଗକୁ ମଲ୍ଲି,ଗୋଳାପ,ଯୂଇ,ହେନା,ଜବା,ମନ୍ଦାର,ଟଗର,ତରାଟ,ସୁଗନ୍ଧରାଜ ଫୁଳଗଛ ଅତି ଯତ୍ନରେ ଧଡି ଧଡି କିଏ ସଜାଇ ରଖିଲା ପରି ହତାଟି ସାରା ଚିତ୍ରବିଚିତ୍ର ଶୋଭାରେ ସବୁଦିନ ସକାଳେ,ସଂଜ୍ଞେ ଆମେ ଯିବା ବେଳକୁ ଓ ଆସିବା ବେଳ କୁ ମଣ୍ଡେଇ ହୋଇ ଉଭା ହେଲାପରି ମନେ ହେଉଥାଏ । ଏହା ପରେ ପୁଣି ପ୍ରକୃତି ପାଠ ଅନ୍ତର୍ଗତ ହସ୍ତକର୍ମ ହତା ମଝିରେ ଗୋଟିଏ ଦୁଇଟି ସ୍ଥାନ କୁ ଆବୋରି ଥାଏ । ଦ୍ୱୀପ,ଅନ୍ତରୀପ,ନଦୀ ଓ ସାଗର ଚିହ୍ନିତ ଓଡିଶାର ମାନଚିତ୍ର ମାଟିରେ ଗଢ଼ା ହୋଇ ରଙ୍ଗ ଦିଆ ଯାଇ ଥାଏ । ବାରଣ୍ଡାର ଗୋଟାଏ କୋଣକୁ ଗଦା ହୋଇଥାଏ କୁମ୍ଭାର ସାହିରୁ ଆସିଥିବା ଚକଟା ଚିକ୍କଣ ମାଟି । ସେଥିରେ ବୋତଳ,ଗ୍ଲାସ,ଗଡୁ,ଗୀନା,ଫୁଳଦାନୀ ଇତ୍ୟାଦି ଗଢ଼ା ହୋଇ ରଖାଯାଇଥାଏ । ଥାକ ଥାକ ହୋଇ । ଏ ହେଉଛି ସ୍କୁଳଘର ବାହାରର ଦୃଶ୍ୟ ।

ଆମେ ପିଲା ମାନେ କାନ୍ଧରେ ବ୍ଯାଗ ଓ ଚାଟ ଓହଳାଇ ଦୁଇ ବେଳା ସ୍କୁଲ କୁ ଆସୁ ଓ ଯାଉ । ପ୍ରତିଦିନ ସ୍କୁଲ ଘର ଓଲାଇବା କାମ ଆମେ ଆନ୍ଦରେ,ଆଗ୍ରହରେ କରିଥାଉ । ଘର ଭିତର କୁ ପ୍ରବେଶ କଲା ବେଳକୁ ପୃଥିବିଟାଯାକର ବିସ୍ମୟ ଆମକୁ ଅପେକ୍ଷା କରି ଥାଏ ଯେପରି । ସ୍କୁଲ ଘରର ଚାରିପଟର କାନ୍ଥ ଛବିମୟ ହୋଇଥାଏ । କାନ୍ଥର ଉପରିଭଗରେ ମୋଟା କାଗଜପଟାରେ ଅଠା ଦ୍ୱାରା ଲଗାଯାଇଥିବା ଗଣ୍ଡା,ସିଂହ,ଭାଲୁ,ଅରଣାମଇଁଶି,ଗରିଲା,ହାତି,ହିପୋପୋଟାମୋସ୍ ଆଦି ଜୀବ ମାଙ୍କର(ଦେଢ଼ ଫୂଟରେ ଏକ ଫୁଟ) ଚିତ୍ର ତଳକୁ ଥିବା ଦୁଇଟି କଣ୍ଟାରଘନକୃଷ୍ଣ ଇଣ୍ଡିୟାନ ଇଙ୍କରେ ଅବିକଲ ଛପାହେଲା ଭଳି ଏକାନ୍ତ ସମମାତ୍ରିକ ଗୋଲ୍ ଗୋଲ୍ ବଡ ବଡ ଅକ୍ଷରରେ ଲୋକାସୂକ୍ତିଟି ମାନ ପଟା ଯୋଡା କାଗଜ ମାନଙ୍କରେ ଝୁଲୁଥାନ୍ତି ।'କେହି ରହି ନାହିଁ ରହିବ ନାହିଁଟି ଭବରଙ୍ଗ ଭୂମି ତଳେ,ସର୍ବେ