ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୮୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଏହିଭଳି ସେ ଥିଲେ ଜଣେ ସାଧାରଣ ପ୍ରାଥମିକ ସ୍କୁଲ ଶିକ୍ଷକ। କିନ୍ତୁ ପିଲାଙ୍କ ପାଇଁ, ବାପା ମାଆଙ୍କର ଆଖିରେ ଜଣେ ନିର୍ଭରଯୋଗ୍ଯ ସଫଳ ଶିକ୍ଷକ । ସମାଜ ଆଖିରେ ଜଣେ ସଚେତନତ ଗୁରୁ। ଜାତି ପାଖରେ ଜଣେ ସମ୍ମ।ନସ୍ପଦ ଶିକ୍ଷକ।

ପାରଳା ମହାରାଜାଙ୍କ ଷୋଳ ଶାସନରୁ ଗୋଟାଏ ଗାଁ 'ବୁନ୍ଦୁରା'। ପାରଳା ରୁ ପଇଁତିରିଶ କିଲୋମିଟର ଦୂରରେ ଏହି ବ୍ରାହ୍ମଣ ଶାସନ । ଶ୍ରୀ ଭାଗୀରଥୀ ମିଶ୍ରେ ଥିଲେ ଜଣେ ଗୃହି ସନ୍ଯାସୀ ତାଙ୍କର ହିତ ଭଷା ମିତ ଭାଷୀ ସ୍ୱଭାବ ସ ହିତ ଘୋର ଦାରିଦ୍ର୍ଯ ବି ଥିଲା ତାଙ୍କର ଭୁଷଣ । ଗାଁ ରେ ଅଣରାସାରୁ ପାରଳା ଯାଏଁ ତାଙ୍କର ଥାଏ ସ୍ୱତନ୍ତ୍ର ସମ୍ମାନ । ଗାଁ ଦେଉଳରେ ରାମଲିଙ୍ଗେଶ୍ୱରଙ୍କ ସେବା ଆରଧନା ରେ ତାଙ୍କର ଦିନ କଟି ଯାଏ । ୧୯୧୩ ମସିହା ଜାନୁୟାରୀ ମାସ ,ମକର ସଂକ୍ରାନ୍ତି ଦିନ ଲକ୍ଷ୍ମୀନାରାୟଣ ଜନ୍ମ ହୁଅନ୍ତି , ଭାଗୀରଥୀ, ପ୍ରଥମ ଓ ଏକ ମାତ୍ର ପୁତ୍ର ସନ୍ତାନ ରୂପେ ସ୍କୁଲ ରେ ୫ମ ଶ୍ରେଣୀ ପଢ଼ା ଶେଷ ହେବା ପରେ ସେ ଇଂରାଜୀ ପଢ଼ି ବାକୁ ବସିଲେ । ବାପା ନିଜେ ପୁଅକୁ ନେଇ ପାରଳା ହାଇସ୍କୁଲ ରେ ନାମ ଲେଖାଇ ଦେଲେ । ବସା ସଞ୍ଚା ଠିକଣା କରି ଘରକୁ ଫେରିଲେ । ତା' ପର ବର୍ଷ ମହାରାଜାଙ୍କ ଛାତ୍ରାବାସରେ ରହି ମାଗଣା ଖିଆ ଓ ପଢ଼ି ବାର ବ୍ଯବସ୍ଥା ହେଲା । କିନ୍ତୁ ସାରଳା ଦେବୀଙ୍କ 'ବ୍ରିଟିଶ ବିରୋଧୀ' ସଭାରେ ଯୋଗ ଦେଇ ଥିବା ଯୋଗୁଁ ଛାତ୍ରାବାସରୁ ତଡା ଖାଇଲେ । ପଢ଼ାରେ ବିଘ୍ନ ଘଟିଲା ।

ପରେ ପରେ ମଞ୍ଜୁଷା ରାଜା ବିଦ୍ଯା ବିନୋଦୀ ଶ୍ରୀନିବାସ ରାଜମଣି ବ୍ରହ୍ମପୁରର ଆଇନଜୀବୀ ଶ୍ରୀ ବିଶ୍ୱନାଥ ଦାଶ (ପରତେ ଓଡ଼ିଶାର ମୁଖ୍ଯମନ୍ତ୍ରୀ ) ଧରାକୋଟ ରାଜା ସାହେବ ଶ୍ରୀ ମନମୋହନ ସିଂ ପାରଳାର ଦେବାନ ମାନ୍ଧତା ଗୋଳକ ଚାନ୍ଦ ପଟ୍ଟନାୟକ, ଟକାଳିର ବଦାନ୍ଯ ବ୍ଯକ୍ତି ଶ୍ରୀ ଶ୍ଯାମ ସୁନ୍ଦର ଗନ୍ତାୟାତଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ଶ୍ରୀ ଶଶିଭୁଷଣ ରଥ ତଥା ପ୍ଯାରୀମୋହନ ଏକାଡ଼େମୀର ପ୍ରଧାନ ଶିକ୍ଷକ ଶ୍ରୀ ବନମାଳୀ ମିଶ୍ରଙ୍କ ଠରୁ ସାହାଯ୍ଯ ପ୍ରାପ୍ତ ହୋଇ ସେ ଦଶମ ଶ୍ରେଣୀ ପର୍ଯ୍ଯନ୍ତ ପଢ଼ି ପାରିଲେ । କିନ୍ତୁ ଆର୍ଥିକ ଅଭାବ ତଥା ସ୍ୱାସ୍ଥ୍ୟହାନି ଯୋଗୁଁ ହାଇସ୍କୁଲ ପଢ଼ା ଶେଷ କରି ପାରିଲେ ନାହିଁ ।

ପଢ଼ାର କୌଣସି ସମ୍ଭାବନା ନ ରହିବାରୁ ଚାକିରି ଆଡ଼େ ମୁହଁଇଲେ । ଶିକ୍ଷକ ମାନଙ୍କର ସାହାଯ୍ଯ,ସହାନୁଭୂତି,ଶ୍ରଧା ,ସ୍ନେହ ପାଇ ପାଠ ପଢ଼ି ଥିବା ଲାକ୍ଷ୍ମୀନାରାୟଣଙ୍କ ମନରେ ଶିକ୍ଷକତା