ପ୍ରତି ଏକ ସ୍ୱତଃସ୍ଫୁର୍ତ୍ତ ଆକର୍ଷଣ ସୃଷ୍ଟି ହୋଇଥାଏ । କିନ୍ତୁ ଶିକ୍ଷକଟିଏ ହେବା ପାଇଁ ଟ୍ରେନିଂ ଦରକାର । ଟ୍ରେନିଂ ଯିବା ପାଇଁ ଶିକ୍ଷକଠାରେ ଅଭିଜ୍ଞତା ବି ଦରକାର ପଡୁଥିଲା । ତେଣୁ ଅଭିଜ୍ଞତା ଅର୍ଜନ ପାଇଁ ନଈ ସେପାରି ଗାଁ ଘନସର ସ୍କୁଲରେ ବିନା ଦରମାରେ କିଛି ଦିନ ସେ ଶିକ୍ଷକତା କଲେ । ପରେ ଗାଁର ଲେଖାଯୋଖାର ଭାଇନା ଗୋବିନ୍ଦମିଶ୍ରଙ୍କ ସାହାଯ୍ୟରେ ଗୁଣୁପୁର (କୋରାପୁଟ ଜିଲ୍ଲା) ସହର ପାଖ -ଗାଁ ସ୍କୁଲରେ ନିଯୁକ୍ତି ପାଇଲେ ।
ଯୁବକ,ଆଗ୍ରହୀ,ଉସ ଲକ୍ଷ୍ମୀନାରାୟଣଙ୍କର ଶିକ୍ଷକତାର ଖ୍ୟତି ଗାଁର ଜମିଦାରଙ୍କ କାନରେ ପଡଲା । ସେ ମାଷ୍ଟ୍ରଙ୍କର ଚାଲିଚଳଣି ପରଖି, ନିଜ ପିଲାଙ୍କୁ ତାଙ୍କ ପାଖରେ ସମର୍ପିଦେଲେ ।ଧୀରେ ଧୀରେ ମାଷ୍ଟ୍ରେ, ଘରର, ନିଜ କୁଟୁମ୍ବର -ଲୋକଟିଏ ପରି ଜମିଦାର ସାହୁ ଦୀନବନ୍ଧୁଙ୍କ ଘରେ ରହିଲେ । ତାଙ୍କ ସହ ଧର୍ମ ଚର୍ଚ୍ଚା,ଗ୍ରନ୍ଥ ପାରାୟଣ କରୁ କରୁ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେଲେ ।ତାଙ୍କ ଜମିଦାରଙ୍କ ପୃଷ୍ଟପୋଷକତାରେ ପଲ୍ଲୀରେ ଶିକ୍ଷକତା ତାଙ୍କର ସୁରୁଖୁରୁରେ ଚାଲିଲା ।
ଦିନେ ଶୁଣିଲେ, ଗୁଣୁପୁର ସହରରେ ପ୍ରାଥମିକ ଶିକ୍ଷକତା ତାଲିମ୍ ସ୍କୁଲଟିଏ ବସୁଛି । ଟ୍ରେନିଂ ଯିବା କଥା ସ୍ଥିର ହେଲା । ପରିବାରର ମାୟା ତୁଟାଇ ୧୯୪୦ରୁ ୧୯୪୨ ଦୁଇବର୍ଷ ଶିକ୍ଷକ ତାଲିମ୍ ପାଇଲେ । ତାଲିମ୍ ବେଳେ ସମବୟସ୍କ, ସମାନଧର୍ମୀ ନେକ ଯୁବବନ୍ଧୁଙ୍କର ମେଳରେ ଏକ ଯଥାର୍ଥ ପରିବେଶ ପାଇ ଲକ୍ଷ୍ମୀନାରାୟଣଙ୍କ ସୁପ୍ତ ଶକ୍ତି ଜାଗ୍ରତ ହେଲା ।ବଗିଚା କାମ, ଫୁଟିଉଠିଲା ।ତାଙ୍କର ପ୍ରତ୍ୟୁତ୍ପନ୍ନମତିତା ନିର୍ଭୀକତା, ସ୍ପଷ୍ଟବାଦିତା ସହ ନମ୍ରତା ଓ ମେଳାପିପଣ ତାଙ୍କୁ ନିଜ ସାଥିମାନଙ୍କର ନେତୃତ୍ୱ ନେବାରେ ସାହାଯ୍ୟ କଲା ।
ତାଲିମ ସମୟରେ ଶିକ୍ଷକତା ସମ୍ପର୍କରେ ତାଙ୍କର ଯେତେ କୌତୂହଳ, ସମାସ୍ୟା, ସନ୍ଦେହ ଓ ପ୍ରଶ୍ନ ଥିଲା ଧିରେ ଧିରେ ସେଗୁଡ଼ିକର ସମାଧାନ ହେଲା । ଶିକ୍ଷକତାର ଆରପାଖଟି ତାଙ୍କ ସମ୍ମୁଖରେ ଉନ୍ମୋଚିତ ହେଲା, ଶିକ୍ଷକତାର ଅସଲ ସ୍ୱରୂପ, ଦାୟିତ୍ୱ, ନୀତି, ନିୟମ, ପ୍ରଣାଳୀ, ଶିଶୁ ମନସ୍ତତ୍ୱ, ଶିକ୍ଷକ-ଅଭିଭାବକ ସମ୍ପର୍କ ଇତ୍ୟାଦି ବିଷୟରେ ସେ ଯେତିକ ଜାଣିବାକୁ ପାଇଲେ ସେତିକି ଆଗ୍ରହୀ ହୋଇଉଠିଲେ ।