ଆତ୍ମବିଶ୍ୱାସ ଲାଭ କରିଥିଲେ । ବେଳେ ବେଳେ ପଂକ୍ତି ଭୋଜନ ଓ ବଣଭୋଜର ଆୟୋଜନ ସେ କରାଉଥିଲେ । ଶିକ୍ଷକ ଯେ କେବଳ ସ୍କୁଲ୍ ଗୃହର ଚାରିକାନ୍ଥ ମଧ୍ୟରେ ନିଜର ଛାତ୍ରଛାତ୍ରୀଙ୍କ ଗହଣରେ ନିଜର ବ୍ୟକ୍ତିତ୍ୱକୁ ସୀମିତ ରଖିବା ଯଥେଷ୍ଠ, ଏ କଥାରେ ସେ ବିଶ୍ୱାସ କରୁନଥିଲା । ତେଣୁ ସ୍କୁଲ ବାହାରେ ସମାଜରେ ସେ ନିଜର ଶକ୍ତି ଓ ସୁବିଧା ଅନୁଯାୟୀ ବିଭିନ୍ନ କାର୍ଯ୍ୟ କରାଉଥିଲେ ।
ନିଜ ସ୍କୁଲର ହରିଜନ ପିଲାଙ୍କ ପ୍ରତି ଅନ୍ୟାନ ଶିକ୍ଷାକମାନେ ଘୃଣା ମନୋଭାବ ପୋଷଣ କରି ସେମାନଙ୍କର ସ୍ୱାସ୍ଥ୍ୟହୀନତା, ଦାରିଦ୍ର୍ୟ ଓ ଅପରିଚ୍ଛନ୍ନତା ଯୋଗୁଁ ସେମାନଙ୍କୁ ହତାଦର କରୁଥିବା ବେଳେ ଶ୍ରୀ ମିଶ୍ର ସେମାନଙ୍କୁ ସଫାସତୁରା ହୋଇ ସ୍କୁଲକୁ ଅସିବା, ଲିଗାପଟା,ଦେହ,ବହିପତ୍ର ସଫା ରଖିବା ପାଇଁ ବୁଝାଉଥିଲେ ଓ ହରିଜନ ବସ୍ତିମାନଙ୍କୁ ଯାଇ ଛାତ୍ରଛାତ୍ରୀମାନଙ୍କର ବାପାମାଆଙ୍କୁ ଅସବୁ ସମ୍ପର୍କରେ ଉପଦେଶ ଦେଉଥିଲେ ।
ଗରିବ,ଅରକ୍ଷ,ଅସ୍ପୃଶ୍ୟ ଲୋକଙ୍କର ସେ ସବୁବେଳେ ସହାୟକ ଥିଲେ । ସେମାନଙ୍କ ଆଖିରେ ସେଥିଲେ ଦେବତା ।
ରାୟଗଡ଼ା ନିକଟବର୍ତ୍ତୀ ଅନେକ ଆଦିବାସୀ ପଲ୍ଲୀକୁ ଯାଇ ସେଠାକାର ଅଧିବାସୀମାନଙ୍କୁ ସେ ଶିକ୍ଷା ସମ୍ପର୍କରେ ଅନେକ କଥା ବୁଝାଇ ବିଭିନ୍ନ ଆଦିବାସୀ ଗ୍ରାମରେ ସ୍କୁଲ୍ ଗୃହ ନିର୍ମାଣ କରାଇ ଶିକ୍ଷା ଉନ୍ନତି ନିମନ୍ତେ ବଳିଷ୍ଠ ପଦକ୍ଷେପ ନେଇଥିଲେ ।
ଶିକ୍ଷାଗତ,ସାହିତ୍ୟକ,ଧାର୍ମିକ,ଜାତୀୟ ଏବଂ ସେବା ସମ୍ପର୍କୀୟ ସାଧାରଣ ସଭା କିମ୍ବା ଆଲୋଚନା ସଭାରେ ଯୋଗଦେଇ,ଆହ୍ୱାନକ୍ରମେ,ନିଜର ସୁଚିନ୍ତିତ ସ୍ପଷ୍ଠମତ ନିର୍ଭୀକ ଭାବେ ପ୍ରଦାନ କରିବା ଯୋଗୁଁ ସେ କି ସାଧାରଣ, କି ବୁଦ୍ଧିଜୀବୀ ସବୁ ମହଲରେ ଆଦୃତ ହେଉଥିଲେ । ନାଟକ-ଅଭିନୟ ଓ ପରିଚାଳନାରେ ମଧ୍ୟ ତାଙ୍କର ଅଭିଜ୍ଞତା ଓ ଅଭିରୁଚି ଥିଲା । ରାୟଗଡ଼ାର ବୁଦ୍ଧିଜୀବୀମାନଙ୍କ ଉଦ୍ୟମରେ ଗଠିତ 'ପ୍ରଗତି ନାଟ୍ୟ ସଂଘ' ର ସେ ଜଣେ ଅଭିନେତା-ସଦସ୍ୟ ଥିଲେ ।
ସେ ଜଣେ ଉତ୍ତମ ସଂଗଠକ ଥିଲେ । ଶିକ୍ଷକତାର ଆରମ୍ଭରେ ୧୯୪୬ ମସିହାରେ ପ୍ରଥମିକରି ଓଡ଼ିଶାରେ ପ୍ରାଥମିକମ ଶିକ୍ଷକ ସଂଘ ପ୍ରତିଷ୍ଠା ପାଇଁ ଏକ ରାଜ୍ୟସ୍ତରୀୟ ସମ୍ମୀଳନୀ ଆହୂତ ହେଲା । 'ସମାଜ' ଖବର କାଗଜର ସମ୍ପାଦକ ରାଧାନାଥ ରଥ ଏହି ସମ୍ମିଳନୀର