ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୯୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଜଣେ ସମାଜ ଓ ସଂସ୍କୃତିପ୍ରେମୀ ସଚେତନ ନାଗରିକ, ଜଣେ ପ୍ରବୀଣ ଆଦର୍ଶ ତଥା କର୍ତ୍ତବ୍ୟନିଷ୍ଠ ଶକ୍ଷକ ଓ ଜଣେ ଲୋକପ୍ରିୟ, ଉତ୍ସାହୀ, କର୍ମତତ୍ପର, ବଳିଷ୍ଠ ବ୍ୟକ୍ତିତ୍ୱସମ୍ପନ୍ନ ପ୍ରଧାନଶିକ୍ଷକ ରୂପେ ସେ ଯଥାର୍ଥ ଭାବେ ସମାଜ ଦ୍ୱାର ସମ୍ବର୍ଦ୍ଧିତ ହୋଇଛିନ୍ତି । ଓଡ଼ିଶା ସରକାର ତାଙ୍କୁ ରାଜ୍ୟ ପୁରସ୍କାର ପ୍ରଦାନ ବେଳେ ଉଲ୍ଲେଖ କରିଛିନ୍ତି:"ସେ ଜଣେ ଉତ୍ତମ ପରିଚାଳକ ଓ କଠୋର ଶୃଙ୍ଖଳା ରକ୍ଷକ । ସେ ନିଜ ବିଦ୍ୟାଳୟରୁ ଅସ୍ପୃଶ୍ୟତା ନିବାରଣ କରିବାରେ ବିଶେଷ ଉଦ୍ୟମ କରିଛନ୍ତି । ତାଙ୍କ ଉଦ୍ୟମରେ ସ୍ଥାନୀୟ ବହୁସଂଖ୍ୟକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠିତ ହୋଇଛି । ସେ ଅସ୍ପୃଶ୍ୟ ଓ ଅରକ୍ଷ ବ୍ୟକ୍ତିମାନଙ୍କର ଶବ ଉଠାଇବାରେ ଓ ଦାହ କରିବରେ ନେତୃତ୍ୱ ନିଅନ୍ତି । ତାଙ୍କରି ସଦ୍ ଗୁଣ ନିମନ୍ତେ ସ୍ଥାନୀୟ ଲୋକମାନେ ତାଙ୍କୁ ଶ୍ରଦ୍ଧା କରନ୍ତି ।

ଅବସର ଗ୍ରହଣ ପରେ ବିଭିନ୍ନ ରାଜନୈତିକ ଦଳର ସ୍ଥାନୀୟ ଶାଖାମାନଙ୍କରୁ ଦଳଭୁକ୍ତ ହେବା ପାଇଁ ନିମନ୍ତ୍ରଣ ପାଇଥିଲେ ସୁଦ୍ଧା ସେ ସବୁ ପ୍ରତ୍ୟାଖ୍ୟାନ କରି ବର୍ତ୍ତମାନ ନିଜର ଗୁଣୁପୁର (କୋରାପୁଟ ଜିଲ୍ଲା)ସ୍ଥ ବାସଭବନରେ ରହି ପୁରାଣ, ଧର୍ମଗ୍ରନ୍ଥ, ପ୍ରାଚୀଙ୍କାବ୍ୟକବିତାପାଠ ତଥା ଆଲୋଚନାରେ ନିଜର ଅବସର ସମୟ ସେ ଅତିବାହିତ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ସୁସ୍ଥ, ସବଳ ଓ କର୍ମକ୍ଷମ ଅଛନ୍ତି ।