ଏପଟ ସେପଟ ହେବାର ଉପାୟ ନ ଥିଲା । ପ୍ରାର୍ଥନା ସଭାରେ ପିଲାମାନଙ୍କର ପୋଷାକ ପରିଚ୍ଛଦ ପରିଷ୍କାର ଅଛି କି ନାହିଁ ତାହା ଦେଖାଯାଉଥିଲା ।ପିଲାମାନେ ନଖକାଟୁଛନ୍ତି କି ନାହିଁ, ଭଲଭାବେ ଦାନ୍ତ ଘଷୁଛନ୍ତି କି ନାହିଁ, ତାହା ତଦାରଖ କରାଯାଉଥିଲା । ପଢାବେଳେ ପଢା , ଖେଳ ବେଳେ ଖେଳ । ଖେଳକୁଦରେ ମାତି ପିଲାମାନେ ଯେପରି ପାଠ ପଢା ପ୍ର ତି ଅବହେଲା ନ କରନ୍ତି, ସେଥିପ୍ରତି ସବୁବେଳେ ସେ ସଜାଗ ଦୃଷ୍ଟି ରଖିଥିଲେ ।
ଥରେ ସ୍କୁଲର ପିଳମାନେ ଖେଲା ଖେଲି କରୁଥାନ୍ତି , ସଙ୍ଜ ହେଲା । ହଷ୍ଟେଲରେ ପ୍ରାର୍ଥନା ଘଣ୍ଟା ବାଜିଲା । ପିଲାମନେ ଖେଲକୁଦ ଛଡି ହଷ୍ଟେଲକୁ ଗଲେ । ଛାତ୍ରମାନେ ମଧ୍ଯ ଯେଝା ଘରକୁ ଚାଲିଗଲେ । ଡ଼ିଆଁ ଡେଇଁ ପାଇଁ ସ୍ଥାନ ନିର୍ଦ୍ଦାରିତ (jumping pit ) ଥାଏ ପଡିଆରେ କିଛି ଦୂରରେ । ଘଣ୍ଟା ବାଜିବା ସତ୍ତେ୍ୱ କେତେଜଣ ଅଭ୍ଯସ କରୁଥାନ୍ତି । ସେମାନଙ୍କ ଭିତରୁ ଜଣେ ଦେଖିଦେଲା , ହେଡମାଷ୍ଟ୍ରେ ଆସୁଛନ୍ତି ।ଆରେ ବପ୍ରେ ମଣିଷ ନୁହଁନ୍ତି ତ ବାଘ । ସେମାନେ ପଡ଼ିଆ ଛାଡ଼ି ଚାଲିଗଲେ । କିନ୍ତୁ ପିଲାଟିଏ ବୋଧେ ଏକଥା ଜାଣିପାରିଲା ନାହିଁ । ସେ ଅଭ୍ଯସ ଜାରି ରଖିଥାଏ । ହେଡମାଷ୍ଟ୍ରେ ତାକୁ ଧରି ଢୋ କରି ତା ଗାଲରେ ଚାପୁଡାଟାଏ କଷି ଦେଲେ । ଅବଶ୍ଯ ପିଲାଟି ଥିଲା ଜଣେ ଭଲ ଖେଳାଳୀ । ଖେଳାଳୀ ହେଲା ବୋଲି କ'ଣ ଖେଳରେ ମାତିଥିବ । ପଢ଼ାପଢ଼ି କରିବନି । ସେଇ ଚାପୁଡାରେ ତାର ଜୀବନର ଗତି ବଦଳିଗଲା । ପରବର୍ତ୍ତୀ କାଳରେ ସେ ଜଣେ ଖେଳଶିକ୍ଷକ ରୂପେ ସେଇ ସ୍କୁଲରେ ଅବସ୍ଥାପିତ ହୋଇଥିଲା ।
ଶ୍ରୀୟୁକ୍ତ ମହାନ୍ତି ପ୍ରଧାନ ଶିକ୍ଷକ ଥିବାବେଳେ ବିଦ୍ଯାଳୟର ଛାତ୍ରମାନଙ୍କ ପୂର୍ଣ୍ଣ ବିକାଶ ପାଇଁ ଯଥେଷ୍ଟ ସଚେତନ ଥିଲେ । ପିଲାଙ୍କମନରେ ସାହିତ୍ଯାନୁରାଗ ସୃଷ୍ଟି କରିବା ପାଇଁ ସେ ସମୟରେ ପ୍ରତେକ ଶ୍ରେଣୀରୁ ମାସିକ ହାତଲେଖା ପ୍ରତ୍ରିକାମାନ ପ୍ରକାଶ ପାଉଥିଲା ଦେଶ ଖବର ଜଣାଇବା ପାଇଁ ପ୍ରତି ଶ୍ରେଣୀରେ ସାପ୍ତାହିକ ସମ୍ବାଦ ବୁଲେଟିନ (news bulletin ) ମାନ ପ୍ରକାଶ ପାଇବା ସହ ପ୍ରତି ଶ୍ରେଣୀରେ ଶ୍ରେଣୀ ଲାଇବ୍ରେରୀମାନ ସ୍ଥାପିତ ହୋଇଥିଲା । କ୍ଲାସ ମନିଟର୍ ଏହି ଲାଇବ୍ରେରୀ ଦାଇତ୍ବରେ ରହୁଥିବା ବେଲେ ଜଣେ ଶସକ୍ଷକ ସ୍କୁଲ ଲାଇବ୍ରେରୀର ପରିଚାଳନା କରୁଥିଲେ । ପ୍ରତ୍ଯେକ ଶ୍ରେଣୀରେ ଥିଲା ଡିବେଟିଂ ସୋସାଇଟି ।
ପ୍ରତ୍ଯେକ ଶନିବାର ତର୍କପ୍ରତିଯୋଗିତା ଅନୁଷ୍ଟିତ ହେଉଥିଲା ବିଦ୍ଯାଳୟ ପରିସରରେ ଏକ ସଂଗ୍ରହାଳୟ ( museum ) ପ୍ରତିଷ୍ଟା କରି ସେଥିରେ ବିଭିନ୍ନ ଦୁର୍ଲଭ ପଥର ,କାଠ ଗୁଲ୍ଲାଦିକୁ ସେ ସ୍ଥାନ ଦେଉଥିଲେ । ଏହା ଛାତ୍ରମାନଙ୍କ ଜ୍ଞାନତୃଷ୍ଣାକ୍କୁ କେଟେକାଂଶରେ ପ୍ରଶମିତ