ପାଠ୍ଯ ପୁସ୍ତକ ଉଠାଇ ଦେଇ ଓଡିଆ ପାଠ୍ଯସ୍ତକ ପ୍ରଚଳନ ପାଇଁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଗଲା । ମାତ୍ର ଓଡିଆରେ ଆବଶ୍ଯକ ପରି ମାଣ ପାଠ୍ଯ ପୁସ୍ତକର ଅଭାବ ଦର୍ଶାଇ ବଙ୍ଗଳାର କର୍ମଚାରୀ ମାନେ ଓଡିଶାରେ ବଙ୍ଗଳା ପାଠ୍ଯପୁସ୍ତକ ପ୍ରବଚନ ପାଇଁ ସରକାରଙ୍କୁ ପୁଣି ପ୍ରସ୍ତାବ ଦେଲେ। ଏହାର ପ୍ରତିବାଦ କରି ଫକିରମୋହନସେନାପତି , ଗୌରୀ ଶଙ୍କର ରାୟ,ବିଚିତ୍ରାନନ୍ଦ ଦାସ ଏବଂ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ପ୍ରମୁକ ଏହି ପ୍ରସ୍ତାବକୁ ରହିତ କରାଇ ଦେଲେ। ପରିସ୍ଥିତକୁ ଅନୁଧ୍ଯାନ କରି ଓଡିଆ ପାଠ୍ଯପୁସ୍ତକର ଅଭାବ ପୁରଣପାଇଁରାଧାନାଥ ନିଜେ ଉତ୍ସାହୀ ହୋଇ ମଦୁସୁଦନ ଏବଂ ଫକିର ସେମାନଙ୍କ ସ ହ ପାଠ୍ଯ ପୁ୍ସ୍ତକ ରଚନା କରିଥିଲେ। ତନ୍ମଧ୍ବ ରୁକବିତା ବଳୀ (ପ୍ରଥମ ଭାଗ) , କବିତାବାଳୀ(ଦ୍ୱିତୀୟ ଭାଗ) ଉତ୍କଳ ରଚନା , ବ୍ଯାବାହାରିକ ଭ୍ୱଗୋଳ , ଭ୍ୱଗୋଳ ସାରସଂଗ୍ରହ, କ୍ଷେତ୍ର ତତ୍ତ୍ୱ କ୍ଷେ ତ୍ର ପରିମାଣ , ଗଣିତ , ଆଦର୍ଶ[ପ୍ରଶ୍ନାବଳୀ ଏବଂ ବ୍ଯାକରଣ ଇତ୍ଯାଦି ରାଧାନାଥଙ୍କର ରଚିତ ପାଠ୍ଯ ପୁ୍ସ୍ତ କ ଗୁଡିକ ସରକାରଙ୍କ ଦୃଷ୍ଟିକୁ ଆସିବାଫଳରେ ବଙ୍ଗାଳୀମାନ ଙ୍କର ଓଡିଆପାଠ୍ଯ ପୁସ୍ତ କ ପ୍ରଚଳନ ଲାଗି କ୍ରମାଗତ ଉଦ୍ଯମର ଅବସାନ ଘଟିଥିଲା । ରାଧାନାଥ ପରିଦର୍ଶକ ଭାବେ ସବୁବେଳେ ପାଖରେ ଗୋଟିଏ ଟିପା ଖାତା ରଖୁ ଥିଲେ । ଏଥିରେ ପରିଦର୍ଶନ ସମୟରେ ବିଭିନ୍ନନ ବିଦ୍ୟା ଳୟର ଅଭାବ ଅସୁବିଧା ଏବଂ ବିଦ୍ୟାଳୟ ସଂପର୍କିତ ବିବରଣୀ ସେ ଲେଖୁଥିଲେ । ନିଜେ ଶିକ୍ଷା ବିଭାଗ ଉପରିସ୍ଥ କର୍ମଚାରୀ ହୋଇଥିଲେ ହେଁ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ସେ 'ଆପଣ" ବୋଲି ସମ୍ବୋଧନ କରୁ ଥଲେ । ସେମାନଙ୍କ ସହ ମଧୁରାଳାପ କରୁଥିଲେ ଓ ସେମାନଙ୍କୁ ଏକ ଆସନରେ ବସାଉଥଲେ । କେହି ନମସ୍କାର ହେ ବା ଆଗରୁ ସେ ଅନ୍ୟମାନଙ୍କୁ ନସ୍କାର କରିପକା ଉ ଥଲେ ରାଧନାଥଙ୍କର ବେଶପୋଷାକ ଅତି ସାଧାସିଧା ଥିଲା । ଏଥିପାଇଁ ପରିଦର୍ଶନରେ ଯିବା ସମୟରେ ଶିକ୍ଷକ ମାନେ ତାଙ୍କୁ ଚିହ୍ନି ନ ପାରି ବଡ ଅଡୁଆରେ ପଡୁଥିଲେ । ଥରକର କଥା ରାଧାନାଥ ଡେଙ୍କା ନାଳର ବାଙ୍ଗୁରସିଂହ ବିଦ୍ଯାଳ ୟ ପରି ଦର୍ଶନରେ ସବ୍ ଇନ୍ସ୍ ପେକ୍ଟର ବାବୁ ଭାବଗ୍ରାହୀ ବିଶ୍ୱାଳ ଓ ଜଣେ ଇନିସ୍ ପେକ୍ଟର ପଣ୍ଡିତ ଙ୍କ ସ ହ ବାହାରିଲେ। ଏମାନେ ଇନିସ୍ ପେକ୍ଟରଙ୍କ ପରି ଦର୍ଶନ ବିଷୟ ଯଥେଷ୍ଟ ଆଗରୁ ଜଣାଇ ସ୍କୁଲ୍ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ନିର୍ଦ୍ଦେଶ ଦେଇସାରିଥାନ୍ତି। ସ୍କୁଲ୍ ରେ ସବ୍ ଇନ୍ ପେକ୍ଟର ବାବୁ ଓ ଅନ୍ଯ ମାନେ ପହଞ୍ଚିବା ପୁର୍ବ ରୁ ଅତି ସାଧାରଣ ପୋଷାକରେ ରାଧାନାଥ ସ୍କୁଲ ବାରଣ୍ଡାରେ ଯାଇ ବସିପଢ଼ିଥାନ୍ତି।
ସ୍କୁଲର ଝାଡୁଦାର ଘର ଓଳେଇ ଆଣି ରାଧନାଥଙ୍କୁ ସ୍କୁଲର ବିଭାଗର ହାକିମ