ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୦୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କରୁଥଲା । ଏହାଛଡ଼ା ସେ ମଣିଷ ଗଢିବାର ଅଭୀପ୍ସା ନେଇ ଛାତ୍ରମାନଙ୍କୁ ହାତକାମ ବଡ଼େଇ, କାମ ଓ ଦରଜି କାମ ଶଖାଇବାର ସୁବ୍ଯବସ୍ଥା କରିଥିଲେ । ହାତ କାମରେ ପିଲାମାନଙ୍କର ଛତା ମରାମତି , ଠୁଙ୍ଗା ଓ ଲଫପା ତିଆରି ଆଦି ଶିକ୍ଷା କରୁଥଲେ । ପିଲାମାନେ ଜ୍ଞାନ ଆହରଣ ପାଇଁ ପୁ୍ସ୍ତକଗତ ବିଦ୍ଯାଯେ ଆଦୌ ପର୍ୟ୍ଯାପ୍ତ ନୁହେଁ , ଅନଭୂତି ହିଁ ମଣିଷକୁ ପରିପକ୍କତା ଅଣି ଦେଇଥାଏ , ଏଥି ପାଇଁ ତେଣୁ ସେ ପିଲାମାନଙ୍କୁ ନେଇ ସେ ଶିକ୍ଷା ମୂଳକ ଭ୍ରମଣ ( excursion ) ର ବ୍ଯବସ୍ଥା କରିଥିଲେ । ଏହାଛଡ଼ା ପିଲା ମାନଙ୍କ ମଧ୍ଯରରେ ସେବା ଭାବର ବିକାଶ ପାଇଁ ସେ ସ୍କୁଲରେ ସ୍କାଉଟ୍ ଶିକ୍ଷାର ପ୍ରଚଳନ କରିଥିଲେ ।

ଶ୍ରୀୟୁକ୍ତ ମହାନ୍ତି ପିଲାଙ୍କ ପାଠପଢା ପ୍ରତି କେବଳ ଧ୍ଯନ ଦେଉନଥିଲେ । ସେ ଚାହୁଁଥିଲେ ତାଙ୍କ ପିଲାମାନେ ପାଠପଢା ଓ ଖେଳକୁଦ ସହ ନାଚଗୀତରେ ମଧ୍ଯ ପାରଙ୍ଗମ ହୁଅନ୍ତୁ । ତେଣୁ ହାଇସ୍କୁଲ ପରିସରରେ ପ୍ରତିବର୍ଷ ନାତକ ଅଭିନୟ ଓ କୌତୁକ ପୋଷାକ ( fancy Dress ) ପ୍ରତିଯୋଗିତା ଅନୁଷ୍ଟିତ ହେଉଥିଲା । ଦ୍ବିଜେନ୍ଦ୍ରଲାଲ ମାତ୍ରଙ୍କ ଚନ୍ଦ୍ରଗୁପ୍ତ ନାଟକର ଓଡ଼ିଆ ଅନୁବାଦ ତଥା ଫକୀର ମୋହନଙ୍କ ମାମୁଁ ଉପନ୍ଯାସର ନାଟ୍ଯ ରୂପ ପ୍ରସ୍ତୁତି କରାଇ ସେ ଏହାକୁ ଅଭିନୀତ କରାଥିଲେ । ଯେ ଯେଉଁ କାମ କରୁଥିଲେ , ତାକୁ ଖୁବ୍ ନିଖୁଣ ଭାବରେ ସମ୍ପାଦନ କରୁଥିଲେ । ହାଇସ୍କୁଲକୁ ଡ୍ରାମା ଦେଖିବାକୁ ଥରେ ମହାରାଜା ବଲଭଦ୍ର ନାରାୟଣ ଭଞ୍ଜ ଦେବ ଆସିଥାନ୍ତି । ସେ ସମୟରେ ଦ୍ବିତୀୟ ବିଶ୍ବ୍ୟୁଦ୍ଧ ଆରମ୍ଭ ହିଓଇଯାଇଥାଏ ନାଟକରେ ଯୁଦ୍ଧର ଦୃଶ୍ଯ ପରିବେଷଣ କରାଯିବାର ଥାଏ । ଚର୍ଚ୍ଚ ଲାଇଟର ଆଲୋକରେ ଘୁଁ ଘୁଁ ଶଦ୍ଦ କରି ମଞ୍ଚ ଉପରେ ଉଡ଼ାଜାହାଜଟିଏ ଉଢ଼ିଯିବାର ଦେଖାଗଲା । ଉଡ଼ାଜାହାଜ ଦେଖି ସୈନିକବେଶୀ ଛାତ୍ରମାନେ ଲୁଚି ପଡ଼ିଲେ । ଉଡ଼ାଜାହାଜଟି ବୋମା ପକାଇଲା ।

ଢାଏ ଢାଏ ଢାଏ ।ବାସ୍ତବରେ ନାଟକରେ ଦୃଶ୍ଯଟି ଥିଲା ଖୁବ୍ ପ୍ରାଣବନ୍ତ । ଦୃଶ୍ଯରେ ପ୍ରାଣଭରି ଦେବା ପାଇଁ ବାଉଁଶ ପାତିଆରେ ଉଡାଜାହାଜ ତିଆରି ହୋଇଥିଲା । ମଞ୍ଚ ଉପରେ ତାର ଟଣାଯାଇ ଉଡାଜାହାଜକୁ ମଞ୍ଚର ଏ ପଖରୁ ସେପାଖକୁ ନିଆଜାଉଥିଲା । ସାରକେଲ ଚକରେ ଡ଼ବା ବାନ୍ଧି ଘୁଁ ଘୁଁ ଶଦ୍ଦ ସୃଷ୍ଟି କରାଯିବା ସହ ବାଣ ଫୁଟାଇ ବୋମା ବର୍ଷଣର ପରିବେଶ ସୃଷ୍ଟି କରାଯାଉଥିଲା । ଉପରୋକ୍ତ ଉଦାହରଣରୁ ଶ୍ରୀ ମହାନ୍ତି କିପରି ପ୍ରତ୍ଯେକ କାମକୁ ନିପୁଣ ଭାବରେ ସମ୍ପାଦନ କରିବାକୁ ଯତ୍ନଶୀଳ ଥିଲେ, ତାହା ଜଣାଯାଏ ।

ଶ୍ରୀ ଯୁକ୍ତ ମହାନ୍ତି ଥିଲେ ଜଣେ ସୁସାହିତ୍ଯିକ । ସେ ଶିକ୍ଷକତା କଲାବେଳକୁ ପାଠ୍ଯ ପୁସ୍ତକରେ ଘୋର ଅଭାବ ଅନୁଭୂତ ହେଇଥିଲା । ଏହି ପୂରଣ ପାଇଁ ସେ ଯତ୍ନଶୀଳ ହୋଇ