ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୦୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କୃତି ଶିକ୍ଷକ ଉଦୟନାଥ ପଣ୍ଡା ଡଃ ଦିଗରାଜ ବ୍ରହ୍ମା

୧୯୭୭ ମସିହା । ସେହିବର୍ଷ ମୁଁ ସମ୍ବଲପୁର ସରକାରି ପ୍ରଶିକ୍ଷଣ ମହାବିଦ୍ଯାଳୟ ( ଅଧୁନା ଡଃ ପର୍ଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନ ) ରେ ଅଧ୍ଯାପକ ରୟପେ ଯୋଗ ଦେଇଥାଏ । ଯୋଗଦାନର ଅଳ୍ପ କେଇଦିନ ପରେ ଅଧ୍ଯକ୍ଷ ପ୍ରଫେସର ସରଚ୍ଚନ୍ଦ୍ର ଦାଶଙ୍କ ପ୍ରଚେଷ୍ଠାରେ ଶ୍ରୀ ଅରବିନ୍ଦଙ୍କ ଶିକ୍ଷାଦର୍ଶନ ସମ୍ପର୍କରେ ଏକ ଶିକ୍ଷା ସେମିନାର ଅନୁଷ୍ଠିତ ହୋଇଥିଲା । ସେହି ସେମିନାରରେ ଯୋଗ ଦେବାକୁ ଆସିଥିଲେ କୃତି ଶିକ୍ଷକ ଉଦୟ ନାଥ -ଉଦୟନାଥ ପଣ୍ଡା । ସେହିଠାରେ ହିଁ ମୋର ତାଙ୍କ ଷିତ ପରିଚୟ ହୋଇଥିଲା । ସେତେବେଳେ ସତୁରୀ ଅତିକ୍ରମ କରଥିବା ଏହି ଯୁବ ସୁଲଭ ଓ ଆଗ୍ରହଥିବା ଶିକ୍ଷାବିତ୍ଙ୍କର ଆତ୍ମିକ ଚେତନା ଏତେ ଅଧିକ ଥିଲା ଯେ ତାହା ପରବର୍ତ୍ତୀ ସମ୍ୟରେ ମୋତେ ତାଙ୍କ ଜୀବନୀ ଅନୁଧ୍ଯାନ କରିବାକୁ ଉଦବୁଦ୍ଧ କରିଥିଲା ।

୧୯୧୧ ମସିହା ଏପ୍ରିଲ ୧୪ ତାରିଖ । ପବିତ୍ର ମହାବିଷୁବ ସଂକ୍ରାନ୍ତି ଦିନ ସମ୍ବଲପୁର ଜିଲ୍ଲାର ତାଲବ ଗ୍ରାମରେ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଉଦୟନାଥ ଜନ୍ମ ଗ୍ରହଣ କରିଥିଲେ । ପରିବାରର ପ୍ରଥମ ସନ୍ତାନ ହୋଇଥିବାରୁ ପିତାମାତା ଶ୍ରଦ୍ଧାରେ ନାମ ଉଦୟନାଥ ରଖିଥିଲେ । ବାଲ୍ଯକାଳରୁ ପିତା ସୁଦର୍ଶନ ଓ ମାତା ଜମ୍ବୁବତୀଙ୍କ ସଦଗୁଣର ବିଶେଷ ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା ।

ସେ ୧୯୨୯ ମସିହାରେ ପାଟଣା ବିଶ୍ବବିଦ୍ଯାଳୟ ଅଧ୍ଯନରେ ଅନୁଷ୍ଠିତ ମାଟ୍ରିକ ପରିକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ରେଭେନ୍ସା ମହାବିଦ୍ଯାଳୟରେ ଆଇ,ଏସ୍ସି ପଢ଼ିଥିଲେ ।

ପଣ୍ଡା ମହାଶ୍ୟଙ୍କର ଶିକ୍ଷକ ଜୀବନ ୧୯୩୪ ମସିହାରେ ଟାମିରସରା ମଧ୍ଯ ଇଁରାଜୀ ବିଦ୍ଯାଳୟ ଆରମ୍ଭ ହୋଇଥିଲା । ଉକ୍ତ ବିଦ୍ଯାଳୟରେ ସେ କିଛି ଦିନ ପ୍ରଧାନ ଶିକ୍ଷକ ଦିୟିତ୍ବ ତୁଲାଇଥିଲେ ସେହି ସମୟରେ ସେ ଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ବିଶେଷ ଯତ୍ନ କରିଥିଲେ । ଶିକ୍ଷାଦାନ ସହିତ ବିଦ୍ଯାଳୟର ବଗିଚାକାମ ଖେଳ, କସରତ୍, ତର୍କ ଆଦି ତାଙ୍କ ଦ୍ବାରା

୨୨୫