ମିଶ୍ର ।ସ୍ବାଧିନଚେତା ପଣ୍ଡିତ ପୁରୁଷୋତ୍ତମ ମିଶ୍ର ନରସିଂହପୁର ପ୍ରଜାମଣ୍ଡଳ ଆନ୍ଦୋଳନର ସଭାପତି ଥିଲେ । ଉପ୍ୟୁକ୍ତ ପିତାଙ୍କର ଉପ୍ୟୁକ୍ତ ପୁତ୍ର ଥିଲେ ରଘୁନାଥ ।
ରଘୁନାଥ ବାଲ୍ଯକାଳରେ ଗ୍ରାମଚାଟଶାଳୀରେ ବିଦ୍ଯାରମ୍ଭ କରିଥିଲେ ଓ ଢ଼େଙ୍କିନାଳ ହିସ୍କୁଲରେ ସପ୍ତମ ଶ୍ରେଣୀ ପର୍ଯ୍ଯନ୍ତ ପଢ଼ିବା ସମୟରେ ନିଜର ଅସାଧାରଣ ସ୍ମରଣଶକ୍ତିର ପରାକାଷ୍ଠା ବଳରେ ଇଂରାଜୀ ବବ୍ଯାକରଣକୁ ଆୟତ୍ତ କରିଥିଲେ । ବାଙ୍କି ଡମପଡ଼ା ହାଇସ୍କୁଲ୍ ( ବର୍ତ୍ତମାନ ବରେନ୍ଦ୍ରକୃଷ୍ଣ ବିଦ୍ଯାପୀଠ )ରୁ ସେ ମ୍ଯାଟ୍ରିକ୍ ଓ ରେଭେନ୍ସା କଲେଜରୁ ଆଇ,ଏ, ଓ ପରେ ବି,ଏ ପାସ୍ କରିଥିଲେ ।
ପିଲାଦିନରୁ ରଘୁନାଥ ଅତ୍ଯନ୍ତ ଜିଦଖୋର ଥିଲେ ଓ ଯାହା କରିବେ ବୋଲି ମନସ୍ଥ କରୁଥିଲେ ତାହା ହାସଲ ନକରିବା ପର୍ଯ୍ଯନ୍ତ ଥୟଧରୁନଥିଲେ ସେଥିପାଇଁ ସେ ନିଜର ସହପାଠୀମାନଙ୍କର ଶ୍ରଦ୍ଧା ଓ ସମ୍ମାନର ପାତ୍ର ହୋଇଥଲେ ଶିକ୍ଷକ ତାଲିମ ସମୟରେ ସେ ଥିଲେ ଛାତ୍ରମାନଙ୍କର ଯୋଗ୍ଯ ପ୍ରତିନିଧି । ଶ୍ରୀଯୁକ୍ତ ରଘୁନାଥ ମିଶ୍ର ୧୯୧୪ ରୁ ୧୯୭୯- ଦୀର୍ଘ ୩୮ ବର୍ଷ ଧରି ଶିକ୍ଷକତା କରିଥିଲେ । ତାଙ୍କର ଶିକ୍ଷକତା କଳରେ ସେ ଚୌଦାର , ମହାଙ୍ଗା ,ଖଣ୍ଡପଡ଼ା , ଦଶପଲ୍ଲା, ନୟାଗଡ଼ ,ବଡ଼ମ୍ବା, ନରସିଂହପୁର ଆଦି ଅଞ୍ଚଳରେ ଜଣେ ସଚ୍ଚୋଟ ଓ ଦକ୍ଷ ଶିକ୍ଷକ ଭାବରେ ସୁନାମ ଅର୍ଜନ କରିଥିଲେ । ସେ ଯେଉଁ ସ୍କୁଲରେ ଶିକ୍ଷକତା କରୁଥିଲେ ତାହାର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଯାଉଥିଲା ।
ସେଦିନ ଶଭଣକୁଳ ହାଇସ୍କୁଲରେ ତାଙ୍କର ପ୍ରଥମ କାର୍ଯ୍ଯଦିବସରେ ଛାତ୍ରମାନେ ଏହି ସୁଯୋଗ୍ଯ ଓ ଦକ୍ଷ ଶିକ୍ଷକଙ୍କର ପରିଚୟ ଲାଭ କରି ଚମତ୍କୃତ ହୋଇଯାଇଥିଲେ ।
ରଘୁନାଥ କହିଲେ ପିଲାମାନେ । ତୁମ୍ଭମାନଙ୍କର ପରିଚୟ ଜଣକ ପରେ ଜଣେ ଦିଅ । ଛାତ୍ରମାନେ ଠିଆହୋଇ ଜଣକ ପରେ ଜଣେ ନିଜର ନାମ କହିଗଲେ । ରଘୁନାଥ ସେମାଙ୍କୁ ନିଜ ନିଜର ସ୍ଥାନ ବଦଲାଇ ଦେବାକୁ କହିଲେ । ପିଲାମାନେ ତାହା କଲେ । ତାହା ପରେ ରଘୁନାଥ ପ୍ରତ୍ଯେକ ଛାତ୍ରଙ୍କର ନାମ ନିର୍ଭୁଲ ଭାବରେ କହିଗଲେ ଏଭଲି ଅସାଧାରଣ ସ୍ମରଣଶକ୍ତିର ଅଧିକାରି ଶ୍ରୀଯୁକ୍ତ ମିଶ୍ର ସେଥିପାଇଁ ଛାତ୍ର ତଥା ଶିକ୍ଷକମଣ୍ଡଳୀରେ ସର୍ବମାନ୍ଯ ହୋଇଉଠିବା ଥିଲା ଏକାନ୍ତ ସ୍ବାଭାବିକ ।
ସମାଜ ଶିକ୍ଷକଠାରୁ ସେବା ଚାହେଁ । ରଘୁନାଥ ପୂର୍ଣ୍ଣପ୍ରାଣରେ ଥିଲେ ସମାଜସେବୀ । କୌଣସି ପ୍ରକାରର ସମାଲୋଚନା ତାଙ୍କୁ ତାଙ୍କ ଲକ୍ଷ୍ଯପଥରୁ ବିଚ୍ଯୁତ କରିପାରି ନାହିଁ । ତାଙ୍କର