ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବ୍ଯକ୍ତିତ୍ବ ସମଗ୍ର ବିଦ୍ଯାଳୟକୁ ଏପରି ପ୍ରଭାବିତ ଓ ଆଚ୍ଛନ୍ନ କରିଥାଏ ଯେ ଅଜଣା ଆଗନ୍ତୁକ ମଧ୍ଯ ତାହା ଅନୁଭବ କରନ୍ତି । ସୁଚୀପତନ ଶଦ୍ଦ ବି ଚାରି ବାରି ହୋଇ ଯାଏ ସେଠାରେ ରଘୁନାଥଙ୍କର ଦକ୍ଷତା ଓ କର୍ମନିଷ୍ଠା ଅଭିଭାବକ ତଥା ପରିଦର୍ଶକ ସମସ୍ତଙ୍କୁ ତାଙ୍କଠାରେ ଅତୁଟ ଏବଂ ଦୃଢ଼ ବିଶ୍ବାଶପୋଷଣ କରାଇଥିଲା ।

ବାଲ୍ଯକଳରି ରଘୁନାଥଙ୍କର ଚରିତ୍ରବତ୍ତା ବିକଶିତ ହୋଇଥିଲା ଥରେ ରାଜା ଅନନ୍ତ ନାରାଜଣ ହରିଚନ୍ଦନ ମହାପାତ୍ର ଏକ ଫୌଜଦାରୀ ଘଟଣାର ବିଚାର କରୁଥାନ୍ତି । ରହଗୁନାଥ ଘଟଣାସ୍ଥାନରେ ଉପସ୍ଥିତ ଥିଲେ । ବୋଲି ରାଜା ଶୁଣି ତାଙ୍କୁ ଡକାଇ କହିଲେ, ତୁମେ ହେଉଛ ପଣ୍ଡିତଙ୍କ ପୁଅ , ସତ କହିବ ବୋଲି ମୋର ବିଶ୍ବାସ ।

ରଘୁନାଥଙ୍କ ବକ୍ତବ୍ଯ ଅନୁସାରେ ଦୋଷୀ ଦଣ୍ଡ ପାଇଲା ଅ ଓ ବାଳକ ରଘୁନାଥ ସମସ୍ତଙ୍କ ପ୍ରଶଂସାର ପତ୍ର ହୋଇଥଲେ । ଏହି ଘଟଣାରୁ ତାଙ୍କର ସ୍ପଷ୍ଟବାଦିତାର ନମୁନା ମିଲେ ।

ବାଙ୍କି ଡମପଡା ସ୍କୁଲରେ ପନ୍ଦର ବର୍ଷ ବୟସରେ ରଘୁନାଥ ବାଲଚର ସଂସ୍ଥାର ଲିଢ଼ର ଥିଲେ । ତାଙ୍କୁ ପ୍ରଧାନଶିକ୍ଷକ ବ୍ଯାଜ୍ ଓ ପୁରସ୍କାର ଦେବା ପାଇଁ ଡାକିଥିଲେ । ରଘୁନାଥ ପୁରସ୍କାର ଗ୍ରହଣ କରିବାକୁ ଗଲେ ନାହିଁ । ,ପ୍ରଧାନ ଶିକ୍ଷକ ପଚାରିବାରୁ ସ୍ପଷ୍ଟ ଉତ୍ତର ଦେଲେ, ଆପଣ ମୋତେ ଦୁଷ୍ଟ ପିଲାଙ୍କ ସହ ପୁରସ୍କାର ଦେବାକୁ ଭାବିଛନ୍ତି । ପୁରସ୍କାର ପାଇବା ପାଇଁ ସେମାନେ ମୋର ସମସ୍କନ୍ଧ ନୁହଁନ୍ତି , ତେଣୁ ମୁଁ ଗଲି ନାହିଁ । ଏଓରି ସ୍ପଷ୍ଟ ଉତ୍ତରରେ ପ୍ରଧାନଶିକ୍ଷକ ନରାଗି ତାଙ୍କୁ ତାଙ୍କର ସ୍ପଷ୍ଟବାଦିତା ଯୋଗୁଁ ପ୍ରଶଂସା କରିଥିଲେ ।

ଖଣ୍ଡପଡ଼ାରେ ଶିକ୍ଷକ ଥିଲାବେଳେ ନରସିଂହପୁରର ରାଜା ଅନନ୍ତ ନାରାୟଣ ହରିଚନ୍ଦନ ମହାପାତ୍ର ରାଜ୍ଯର ନଦୀକୂଳ ମଳବନ୍ଧ ପ୍ରଜାଙ୍କ ଦ୍ବାରା ବେଠିରେ କରାଉଥିଲେ କାର୍ଯ୍ଯ ତତ୍ତ୍ବାବଧାରକ କର୍ମଚାରି ଥିଲେ ଯେଭଲି ଅତ୍ଯାଚାରି, ସେହିଭଲି ଦୁର୍ନିତିଗ୍ରସ୍ତ । କଚେରି ପଡ଼ିଆ ସଭାରେ ଏମାନଙ୍କ ବିରୋଧରେ ରଘୁନାଥ ପ୍ରତିବାଦର ସ୍ବର ଉତ୍ତୋଳନ କରିବା ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ ସ୍ବାଧିନତା ସପକ୍ଷରେ ଜନଚେତନା ସୃଧ୍ଟି କରିବାରେ ତାଙ୍କର ଉଦ୍ଯମ କେବେ ଶିଥିଲ ନଥିଲା । ସେ ଅତି ସଚ୍ଚୋଟ ଶିକ୍ଷକ ଥିଲେ ।

ଥରେ ଖଣ୍ଡପଡ଼ା ହାଇସ୍କୁଲରେ ସେ ଥିବାବେଳେ ହଷ୍ଟେଲର ତତ୍ତ୍ବାବଧାରକ ନିୟୁକ୍ତ ହେଲେ ପୁଝାରୀ ତାଙ୍କ ପାଇଁ ସ୍ବତତ୍ର ବ୍ଯଞ୍ଜନ ପ୍ରସ୍ତୁତ କରିଆଣନ୍ତେ ସେ ତାହାର କାରଣ ।