ପଚାରିଲେ । ପୁଝାରୀ କହିଲା , ଆଜ୍ଞା ସବୁ ତତ୍ତ୍ବାବଧାରକଙ୍କ ପାଇଁ ଏଭଲି ହୋଇଥାଏ । ରଘୁନାଥ ମାଗଣରେ ଏପରି ସ୍ବତନ୍ତ୍ର ଖାଦ୍ଯ ଗ୍ରହଣର ପ୍ରତିବାଦ କରି ତାହା ବନ୍ଦ କରାଉଥିଲେ ।
ଶରଣକୁଲ ହାଇସ୍କୁଲରେ ସେ ଶିକ୍ଷକ ଥିଲାବେଳେ ଗୋଟିଏ ପିଲା ବିଷ ଖିଦେଲା ଓ ତାଙ୍କ ନାମରେ କର୍ତ୍ତବ୍ଯରେ ଅବହେଳାର ଆରୋପ ହେଲା । ଶିକ୍ଷାବିଭାଗୀୟ ଅଧିକାରୀ ଅନୁସନ୍ଦ୍ଧାନରେ ଆସିଲେ ସେ ଉତ୍ତର ଦେଲା, ମୁଁ ମୋର କର୍ତ୍ତବ୍ଯ କରିଛି । ମୋ ସ୍ଥାନରେ ଆପଣ ଥିଲେ କ'ଣ ଅଧିକ କରିପାରିଥାନ୍ତେ । ଯାହାର ରତ୍ନ ଚାଲିଗଲା ସେ ତ ମୋ ନାମରେ ଆରୋପ କରିନାହିଁ । ଆପଣ ଏହି ଅଭିଯୋଗରୁ କ'ଣ ଜାଣିପରୁଛନ୍ତି । ନିଜର କର୍ତ୍ତବ୍ଯନିଷ୍ଠାରେ ଆସ୍ଥା ନଥିଲେ ଏପରି ସ୍ପଷ୍ଟ ଉତ୍ତର କେତେଜଣ ପ୍ରଧାନ ଶିକ୍ଷକ ପ୍ରଦାନ କରିପାରନ୍ତି ?
ରଘୁନାଥଙ୍କ ପ୍ରଧାନ କାର୍ଯସ୍ଥଳୀ ଥିଲା ଦଶପଲ୍ଲା, ନୟାଗଡ଼, ଶଭଣକୁଳ ପ୍ରଭୃତି ଗଡ଼ଜାତ ଅଞ୍ଚଳ । ଗଡ଼ଜାତ ଅଞ୍ଚଳର ପିଲାମାନଙ୍କୁ ରାଜ୍ଯର ଅନ୍ଯ ସମସ୍ତଙ୍କ ପରି ଉଚ୍ଚସ୍ଥାନରେ ପହ୍ଞ୍ଚାଇବା ତାଙ୍କ ଜୀବନର ପରମ ଲକ୍ଷ୍ଯ ହୋଇଥିଲା । ସେ ଯେଉଁ ବିଦ୍ଯାଳୟକୁ ଯାଉଥିଲେ ସେଠାରେ ସମସ୍ତ ଅନୁଷ୍ଠାନିକ କାର୍ଯ୍ଯ ସୁଚାରୁରୂପେ ସମ୍ପନ୍ନ କରୁଥିଲେ । ସ୍କୁଲକୁ ଠିକ ସମୟରେ ଯିବା ଓ ଶିକ୍ଷକମାନଙ୍କ କାର୍ଯ୍ଯ ତଦାରଖ ରକିବା ଥିଲା ତାଙ୍କ ର ନିତିଦିନିଆ କାମ । ପାଠଦାନ ବହିର୍ଭୁତ ଏପରି କୌଣସି କାର୍ଯ୍ଯ ନାହିଁ ଯାହା କରିବାକୁ ସେ ଭୁଲିଥାନ୍ତି । ରଘୁନାଥ ଛାତ୍ରମାନଙ୍କୁ ଦୁଇଭାଗରେ ବିଭକ୍ତ କରନ୍ତି ଭଲ ପିଲାମାନଙ୍କୁ ଭଲ କରିବା ପାଇଁ ଓ ଦୁର୍ବଳ ପିଲାମାନଙ୍କୁ ପାସ୍ କରିବା ପାଇଁ ସ୍କୁଲ୍ ସମୟରେ ଶନିବାର ଛୁଟି ପରେ ଓ ଅନ୍ଯ ଛୁଟି ଦିନରେ ସେ ଲଗିପଡ଼ିଥାନ୍ତି
ସେ ଯେଉଁ ସ୍କୁଲକୁ ଯାଆନ୍ତି , ସେଠାରେ ଶିକ୍ଷାର ବାତାବରଣ ଖେଳିଯାଏ । ରଘୁନାଥ ଶିକ୍ଷକ ହିସାବରେ ଏତେ ପରିଚୟ ଥିଲେ ଯେ, ତାଙ୍କର ବ୍ଯକ୍ତିତ୍ବର ପ୍ରଭାବ ନୟାଗଡ଼ ଓ ଶରଣକୁଳ ଅଞ୍ଚଳର ଗ୍ରାମେ ଗ୍ରାମେ ବ୍ଯାପ୍ତ ହୋଇଥିଲା ।
ଦିନେ ସେ ଶରଣକୁଳସ୍ଥ ବାସଭବନରେ ବସିଥିବା ସମୟରେ ପ୍ରୌଢ଼ା ଜଣେ ଆସି ପଚାରିଲେ , ବଢ଼ ସାର କାହାନ୍ତି ?
ବଡ଼ସାର ତ' ମୁଁ କନ କହିବ କୁହ - ରଘୁନାଥ ଉତ୍ତର ଦେଲେ ଆଜ୍ଞା , ପଡ଼ୋଶୀ ସହ ମୋର ଗୋଟିଏ ମୋକଦ୍ଦମା ହୋଇଛି । ଗାଁ କମିଟିକୁ ତାହା ବିଚାର ପାଇଁ ନୟାଗଡ଼